ତ୍ୱଚା ପାଇଁ ବରଦାନ ବିଟ୍‌ରୁଟ୍‌:ଜାଣନ୍ତୁ କେମିତି କରିବେ ବ୍ୟବହାର…

ବିଟ୍‌ରୁଟ୍‌ରେ ଭରିରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ତତ୍ତ୍ୱ…

ବିଟ୍‌ ରସ ମଧ୍ୟ ଓଠକୁ ଗୋଲାପି କରିବାରେ ବେଶ୍‌ ଲାଭଦାୟକ। ଏକ ଚାମଚ୍‌ ବିଟ୍‌ ରସରେ ୨-୩ ବୁନ୍ଦା ନଡ଼ିଆ ତେଲ ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ଓଠରେ ଲଗାଇ ୩-୪ ମିନିଟ୍‌ ପର୍ଯ୍ୟନ୍ତ ଧୀରେ ଧୀରେ ଘଷନ୍ତୁ। ପ୍ରତିଦିନ ଏପରି କଲେ ଆପଣଙ୍କ ଓଠ ମାତ୍ର କିଛିଦିନ ମଧ୍ୟରେ ଗୋଲାପି ହୋଇଯିବ।
ଦୁଇ ଚାମଚ ବିଟ୍‌ରୁଟ୍‌ ପେଷ୍ଟ କିମ୍ବା ଦୁଇ ଚାମଚ ବିଟ୍‌ରୁଟ୍‌ ପାଉଡର ସହିତ ଦୁଇ ଚାମଚ ଦହି ଏବଂ ଏକ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ବେକ ଏବଂ ମୁହଁରେ ଭଳ ଭାବେ ଲଗାଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ନଖଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ୱଚାକୁ ବ୍ରାଇଟ୍‌ କରିବା ସହ ଏକ ନ୍ୟାଚୁରାଲ୍‌ ବ୍ଲଶ୍‌ ମଧ୍ୟ ଦେବ।
ଯେଉଁମାନଙ୍କ ମୁହଁରେ ବାରମ୍ବାର ବ୍ରଣ ସମସ୍ୟା ଦେଖା ଦେଉଛି ସେମାନଙ୍କ ପାଇଁ ବିଟ୍‌ରୁଟ୍‌ ଏବଂ ଓଟ୍‌ମିଲ୍‌ ମାସ୍କ ବହୁତ ଉପକାରୀ। ଏଥିପାଇଁ ଏକ ଚାମଚ ବିଟ୍‌ରୁଟ୍‌ ପେଷ୍ଟ ସହିତ ଦୁଇ ଚାମଚ ଓଟ୍‌ମିଲ୍‌ ଏବଂ ଏକ ଚାମଚ ଦହି ନେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ମାସ୍କକୁ ମୁହଁରେ ଲଗାଇ ୨୦ ମିନିଟ୍‌ ରଖିବା ପରେ ନଖଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ମୁହଁରେ ଥିବା ଅଧିକ ତୈଳ ଅଂଶକୁ ବାହାର କରି ବ୍ରଣ ସମସ୍ୟା ଦୂର କରିଥାଏ।
ଦୁଇ ଚାମଚ ବିଟ୍‌ରୁଟ୍‌ ପାଉଡର ସହିତ ଦୁଇ ଚାମଚ ଆଲୋଭେରା ଜେଲ୍‌ ଏବଂ ୪-୫ ବୁନ୍ଦା ରୋଜ୍‌ ଓ୍ବାଟର୍‌ ଏବଂ ୨ ବୁନ୍ଦା ଲାଭେଣ୍ଡର ଏସେନ୍ସିଆଲ୍‌ ଅଏଲ୍‌ ନେଇ ଭଲ ଭାବେ ମିଶାଇ ଦିଅନ୍ତୁ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ସେରମ୍‌କୁ ମୁହଁରେ ଲଗାଇଲେ ତ୍ୱଚା ସଫ୍ଟ ଏବଂ ଗ୍ଲୋଇଂ ଦେଖାଯିବ। ଏହା ମଧ୍ୟ ଟ୍ୟାନିଂ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ।
କେବଳ ଲଗାଇବା ନୁହେଁ ବିଟ୍‌ରୁଟ୍‌ ଖାଇବା ଏବଂ ଏହାର ଜୁସ୍‌ ପିଇବା ଦ୍ୱାରା ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନ୍‌ ସି ତତ୍ତ୍ୱ ତ୍ୱଚା ଏବଂ କେଶକୁ ହାଇଡ୍ରେଟ୍‌ ରଖିବା ସହ ଏହାର ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ରୁପି ସମସ୍ୟା ରହୁଛି କି….ଆପଣାନ୍ତୁ ଏହି ଉପାୟ

ଶୀତଦିନେ କେଶ ଝଡିବା ସମସ୍ୟା ଅଧିକ ହୋଇଥାଏ। ଏହାର ମୁଖ୍ୟ କାରଣ ହେଉଛି ରୁପି। ବାୟୁମଣ୍ଡଳରେ ଥଣ୍ଡାର ପ୍ରଭାବ ଯୋଗୁଁ କେଶମୂଳ ଅଧିକ ଶୁଷ୍କ ହୋଇ...

ସ୍ବାମୀ ନୀରବ ରହୁଥିଲେ କେମିତି କରିବେ ହ୍ୟାଣ୍ଡେଲ୍‌…ଜାଣିନିଅନ୍ତୁ କିଛି ଟିପ୍ସ

ବେଳେବେଳେ ଚୁପ୍‌ ରହିଲେ ହିଁ ଅନେକ ସମସ୍ୟାର ସମାଧାନ ହୋଇଥାଏ। ହେଲେ ଦାମ୍ପତ୍ୟରେ ଏହି ପରିସ୍ଥିତି ସମ୍ପର୍କରେ ଦୂରତା ସୃଷ୍ଟି କରେ। ତେଣୁ ସ୍ବାମୀ ଯଦି...

ପିଲାମାନେ ଅଳସୁଆ ଥିଲେ କେମିତି କରିବେ ଆକ୍ଟିଭ୍…ଜାଣନ୍ତୁ କିଛି ଟିପ୍ସ

ଶୀତଦିନେ ପିଲାଙ୍କର ଖେଳାବୁଲା ଓ ଫିଜିକାଲ୍‌ ଆକ୍ଟିଭିଟି କମ୍‌ ହୋଇଥାଏ। ବାହାରକୁ ଗଲେ ଥଣ୍ଡା ହେବାର ଆଶଙ୍କା ରହିଥାଏ ଆଉ ଘରେ ରହିଲେ ସେମାନେ ଅଳସୁଆ...

ପ୍ରତ୍ୟେହ ଖାଆନ୍ତୁ ୭/୮ କିସ୍‌ମିସ୍‌: ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ସୁଗାର୍‌ ଲେଭଲ୍‌ଠାରୁ…

କିସ୍‌ମିସ୍‌ ଖାଇବା ଦ୍ୱାରା ବି ଶରୀରକୁ ଅନେକ ଉପକାର ମିଳିଥାଏ। ଯେମିତିକି: ଏହା ଆଖି ପାଇଁ ବହୁତ ଉପକାରୀ। କୁହାଯାଏ, ପ୍ରତିଦିନ ୭/୮ଟି କିସ୍‌ମିସ୍‌ ଖାଇବା...

ବେଡ୍‌ରୁମ୍‌ରେ ଭୁଲ୍‌ରେ ବି ରଖନ୍ତୁ ନାହିଁ ଏସବୁ ଜିନିଷ, ଖୁସିର ସଂସାରରେ ବଢ଼ିଯିବ ମନୋମାଳିନ୍ୟ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଜାଣତରେ ହେଉ କି ଅଜାଣତରେ ଆମେ ବେଳେବେଳେ ଏମିତି କିଛି ଜିନିଷ ବେଡ୍‌ରୁମ୍‌ରେ ରଖି ଦେଇଥାଉ; ଯାହା ପରବର୍ତ୍ତୀ ସମୟରେ ନକାରାତ୍ମକ ଊର୍ଜ୍ଜା...

୧୨ ବର୍ଷ ପରେ ଏଥର ମକର ସଂକ୍ରାନ୍ତିରେ ସୃଷ୍ଟି ହେବ ବଡ଼ ଯୋଗ, ଚମକିବ ଏହି ୩ ରାଶିର ଭାଗ୍ୟ

ସୂର୍ଯ୍ୟ ପ୍ରତି ମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି। କିନ୍ତୁ ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର...

ଆତ୍ମା ଶରୀର ଛାଡିବା ସମୟରେ କେଉଁବାଟେ ଦେଇ ଯାଏ? ପୂଣ୍ୟ କରିଥିବା ବ୍ୟକ୍ତିଙ୍କ ଏହି ଅଙ୍ଗରୁ ଛାଡେ ପ୍ରାଣ!

ଗରୁଣ ପୁରାଣ ମୃତ୍ୟୁ ଏବଂ ଆତ୍ମା ସହିତ ଜଡିତ ଗୁପ୍ତ କଥା ପ୍ରକାଶ କରେ। ଗରୁଡ଼ ପୁରାଣ ଅନୁସାରେ, ଶରୀରର ନଅଟି ଦ୍ୱାର ଅଛି ।...

ନିଃଶବ୍ଦ ବ୍ୟାଧି ଫ୍ୟାଟି ଲିଭର

ଅନିୟମିତ ଦିନଚର୍ଯ୍ୟା, ଖାଦ୍ୟାଭାସର ବେନିୟମ ଏବଂ ଶରୀର ଚର୍ଚ୍ଚାରେ ଅଭାବ ଯୋଗୁ ଜାତ ହୁଏ ବେଶ୍‌ କିଛି ଅସୁସ୍ଥତା। ଏହିସବୁ ଅସୁସ୍ଥତା ମଧ୍ୟରେ ‘ଫ୍ୟାଟି ଲିଭର’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri