ମିଳୁନି ଶଯ୍ୟା, ଦୁର୍ଦ୍ଦଶାରେ ରୋଗୀ

ରାୟଗଡ଼ା,୩୧।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି। ବର୍ଷା ଦିନେ ଶିଶୁଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଶଯ୍ୟା ଅଭାବରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ମେଡିକାଲର ଭେଷଜ ବିଭାଗରେ ୩୭ଟି ଶଯ୍ୟା ଥିବାବେଳେ ରବିବାର ୯୦ ରୋଗୀ ଆଡମିଟ୍‌ ହୋଇଛନ୍ତି। ସେହିପରି ଶିଶୁ ବିଭାଗରେ ୩୫ଟି ଶଯ୍ୟା ଥିବାବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୪୯ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ଏକ ସପ୍ତାହ ହେଲାଣି ବିଭିନ୍ନ ରୋଗୀ ଆସି ଆଡମିଟ ହେଉଥିବା ବେଳେ ଶଯ୍ୟା ଅଭାବରୁ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି। ଶିଶୁ ଚିକିତ୍ସା ବିଭାଗରେ ରବିବାର ୪୯ ଶିଶୁ ରୋଗୀ ରହିଥିଲେ। ସେଥିରେ ପ୍ରାୟ ୨୫ ଜଣ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତେବେ ଦୈନିକ ୮ରୁ ୧୦ ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣାପଡ଼ିଛି। ତେବେ ସବୁଠୁ ବିପର୍ଯ୍ୟସ୍ତ ହୋଇପଡ଼ିଛି ଭେଷଜ ବିଭାଗ। ସେଠାରେ ୩୭ଟି ଶଯ୍ୟା ରହିଥିବା ବେଳେ ରହିବାର ୯୦ରୁ ଊର୍ଦ୍ଧ୍ୱ ରୋଗୀ ଆଡ଼ମିଟ୍‌ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ମ୍ୟାଲେରିଆ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ଆବଶ୍ୟକ ବେଡ୍‌ ନ ଥିବାରୁ ସେମାନେ ବିଭାଗର ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି। ସଂକ୍ରମିତ ୱର୍ଡ୍‌ରେ ୧୦ ଶଯ୍ୟା ବ୍ୟବସ୍ଥା ରହିଥିବା ବେଳେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ୧୦ଜଣ ରୋଗୀ ରହିଥିବା ଜଣାପଡ଼ିଛି। ବର୍ଷାଦିନେ ଏହି ରୋଗ ଅଧିକା ବ୍ୟାପିବାର ଆଶଙ୍କା ରହିଥିବା ବେଳେ ଆବଶ୍ୟକ ସୁବିଧା ନାହିଁ। ସେହିଭଳି ପ୍ରସୂତି ବିଭାଗରେ ୪୫ ଶଯ୍ୟା, ଏସଏନସିୟୁରେ ୨୪, ଏନ୍‌ଆରସିରେ ୧୫, କେମୋଥେରାପିରେ ୪, ଚକ୍ଷୁ ବିଭାଗରେ ୨୦ ଏବଂ ଆଇସୋଲେଶନ ୱାର୍ଡ଼ରେ ୧୨ ଶଯ୍ୟା ବ୍ୟବସ୍ଥା ରହିଛି। ମଡିକାଲରେ ୨୨୯ ଶଯ୍ୟା ବ୍ୟବସ୍ଥା ରହିଥିବା ବେଳେ ୧୪୯ଟି ଅନୁମୋଦିତ ହୋଇଛି। କିନ୍ତୁ ରୋଗୀ ସଂଖ୍ୟା ଦିନକୁ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ ରହୁଥିବା ଜଣାପଡ଼ିଛି। ଫଳରେ ରୋଗୀ ବାଧ୍ୟ ହୋଇ ବାରଣ୍ଡାରେ ଶୋଇ ଚିକିତ୍ସା ହେବା ସହ ସାଲାଇନ, ଇଞ୍ଜେକ୍ସନ ନେଉଥିବା ଦେଖିବାକୁ ମଳୁଛି।
ଅନ୍ୟପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଷ୍ଟାଫ ନର୍ସ ନ ଥିବାରୁ ରୋଗୀସେବାରେ ବାଧା ସୃଷ୍ଟି ହେଉଛି। ସରକାରୀ ନିୟମାନୁସାରେ ଜଣେ ଷ୍ଟାଫ ନର୍ସ ୬ ଜଣ ରୋଗୀଙ୍କ ଦାୟିତ୍ୱରେ ରହିବାକୁ ଥିବାବେଳେ ନର୍ସ ଅଭାବରୁ ଜଣେ ୩୦ ରୋଗୀଙ୍କ ଦାୟିତ୍ୱ ନେବାକୁ ପଡ଼ୁଛି। ଚିକିତ୍ସାଳୟରେ ୧୪୨ ଷ୍ଟାଫ ନର୍ସ ପାଇଁ ଅନୁମୋଦନ ରହିଥିବା ବେଳେ ମାତ୍ର ୭୩ ଷ୍ଟାଫ ନର୍ସ ରହିଛନ୍ତି। ଏଭଳିକି ଆବଶ୍ୟକ ଡାକ୍ତର ମଧ୍ୟ ନାହାନ୍ତି। ବର୍ତ୍ତମାନ ହୋଇଥିବା ନିଯୁକ୍ତିରେ ସବ୍‌ ସେଣ୍ଟର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତିକୁ ପ୍ରାଥମିକତା ଦିଆଯାଇଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଶାନୂରୂପ ଡାକ୍ତର ନିଯୁକ୍ତି ହୋଇପାରିନାହାନ୍ତି। ଏଭଳିକି ଅଲଟ୍ରାସାଉଣ୍ଡ ପାଇଁ ରେଡ଼ିଓଗ୍ରାଫରର ଆବଶ୍ୟକତା ରହିଥିଲେ ମଧ୍ୟ ଆରମ୍ଭରୁ ଏହି ପଦବୀ ଖାଲିପଡ଼ିଛି।
ସୂଚନାଯୋଗ୍ୟ, ୧୯୯୨ ମସିହାରେ ରାୟଗଡ଼ା ଜିଲା ଘୋଷଣା ହେବା ପରେ ରାୟଗଡ଼ା ସଦର ଚିକିତ୍ସାଳୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରିବର୍ତ୍ତନ ହୋଇଥିଲା। ରାୟଗଡ଼ା ଜିଲା ଏକ ଆଦିବାସୀ ଓ ଆଦିମ ଜନଜାତି ବହୁଳ ଅଞ୍ଚଳ ହୋଇଥିବାରୁ ସ୍ବଳ୍ପ ଖର୍ଚ୍ଚରେ ଚିକିତ୍ସା ପାଇଁ ରୋଗୀ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ସମସ୍ତେ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଏ ସବୁ ଅବ୍ୟବସ୍ଥା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଲାଲମୋହନ ରାଉତରାୟଙ୍କୁ ଯୋଗାଯୋଗ କରିବାରୁ ସେ ଛୁଟିରେ ଥିବା ଜଣାପଡ଼ିଛି। ତେଣୁ ଦାୟିତ୍ୱରେ ରହିଥିବା ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ରାୟଙ୍କୁ ପଚାରିବାରୁ ଏଠାରେ ରହିଥିବା ଆବଶ୍ୟକତା ନେଇ ବାରମ୍ବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ତେବେ ସେ ନେଇ କ’ଣ ପଦକ୍ଷେପ ନିଆଯାଇଛି ସେ ବିଷୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିପାରିବେ ବୋଲି ସେ କହିଛନ୍ତି। ଏଥିସହିତ ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ନେଇ ପଚାରିବାରୁ ଲୋକେ ନିଜେ ସଜାଗ ହେଲେ ମ୍ୟାଲେରିଆ ରୋଗକୁ ନିୟନ୍ତ୍ରଣ କରିହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?