Posted inଫୁରସତ

ସୁନ୍ଦର କିନ୍ତୁ ଭୟଙ୍କର

ସମୁଦ୍ରଗର୍ଭରେ ଅନେକ ପ୍ରକାର ମାଛ ଅଛନ୍ତି। କିଛି ମାଛ ଖାଇବାକୁ ବେଶ୍‌ ସୁସ୍ବାଦୁ ହେବାବେଳେ କିଛି ମାଛ ଖାଦ୍ୟପୋଯୋଗୀ ନୁହନ୍ତି। ଆଉ କିଛି ମାଛ ତ ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଥାନ୍ତି। ତେବେ ଏହି ସୁନ୍ଦର ମାଛ ମଧ୍ୟରେ କିଛି ଦେଖିବାକୁ ଭଲ ଲାଗିଲେ ବିି ପ୍ରକୃତି ତାଙ୍କର ଥାଏ ଖୁବ୍‌ ଭୟଙ୍କର…

ଷ୍ଟୋନ ଫିସ୍‌: ସମୁଦ୍ରର ଗଭୀର ଜଳରାଶିରେ ଏହି ମାଛ ଦେଖିବାକୁ ମିଳେ। ରଙ୍ଗୀନ ପଥର ପରି ଏହାର ରୂପ ହୋଇଥିବାରୁ ହଠାତ୍‌ ଏହାକୁ ଚିହ୍ନିବା ସମ୍ଭବ ହୁଏ ନାହିଁ। ଆକାର ଦୃଷ୍ଟିରୁ ଏହା ବେଶି ବଡ଼ ଦେଖା ଯାଉ ନଥିଲେ ବି ଏହି ମାଛର ଦେହରେ ଭରି ରହିଥାଏ ଭୟଙ୍କର ବିଷ। ଯଦି ଭୁଲ୍‌ ବଶତଃ ଅନ୍ୟ କୌଣସି ସାମୁଦ୍ରିକ ଜୀବର ଶରୀର ଏହି ମାଛ ଦେହରେ ଘସି ହୋଇଯାଏ, ତା’ହେଲେ ଏହି ମାଛ ତତ୍‌କ୍ଷଣାତ୍‌ ନିଜ ଶରୀରରୁ ବିଷ ନିର୍ଗତ କରିଥାଏ। ଆଉ ସେହି ବିଷର ଜ୍ୱାଳା ଖୁବ୍‌ ଭୟଙ୍କର ହୋଇଥିବାରୁ ଅନ୍ୟ ଜୀବଟିର ଜୀବନ ପ୍ରତି ବିପଦ ଦେଖାଯାଇଥାଏ। ଏପରିକି କୌଣସି ବ୍ୟକ୍ତିଙ୍କର ଯଦି ପାଦ ଏହି ମାଛ ଉପରେ ପଡିଯାଏ, ତା’ହେଲେ ସଙ୍ଗେସଙ୍ଗେ ତାଙ୍କ ପାଦରେ ଇନ୍‌ଫେକ୍‌ସନ୍‌ ହୋଇଯିବାର ସୂଚନା ରହିଛି।
ୟେଲୋ ବକ୍ସଫିସ୍‌: ଏକ ଛୋଟ ବକ୍ସ ପରି ଏହାର ଶରୀର ଦେଖାଯାଇଥାଏ। ତା’ସାଙ୍ଗକୁ ହଳଦିଆ ରଙ୍ଗ ଏହାକୁ ବେଶ୍‌ ମାନିଥାଏ। ହଳଦିଆ ରଙ୍ଗର ଶରୀର ଉପରେ କଳା ପୋଲ୍‌କା ଡଟ୍‌ ପରି ସ୍ପଟ୍‌ ଥିବାରୁ ଏହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗେ; ସେଥିପାଇଁ ଏହାକୁ ୟେଲୋ ବକ୍ସଫିସ୍‌ କୁହାଯାଏ। ଏହି ମାଛକୁ ମୁଖ୍ୟତଃ ପ୍ରଶାନ୍ତ ମହାସାଗର, ହିନ୍ଦ୍‌ ମହାସାଗର ଏବଂ ଅଟଲାଣ୍ଟିକ୍‌ ମହାସାଗରରେ ଦେଖିବାକୁ ମିଳିଥାଏ। ମାତ୍ର ୪୫/୪୬ ସେଣ୍ଟିମିଟର ଲମ୍ବା ବିଶିଷ୍ଟ ଏହି ମାଛ କିନ୍ତୁ ଦୁଃଖୀ ହେଲେ କିମ୍ବା ଏହାର ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଗଲେ, ଏହା ନିଜ ଶରୀରରୁ ଏକ ପ୍ରକାରର ଟକ୍ସିକ୍‌ ଛାଡେ, ଯାହା ଅନ୍ୟ ଜୀବଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ।
ପଫର୍‌ ଫିସ୍‌: ଏହା ପାଣି ଭିତରେ ସାଧାରଣ ମାଛ ପରି ପହଁରୁଥାଏ। କିନ୍ତୁ ବିପଦର ସଙ୍କେତ ମିଳିବା ମାତ୍ରେ ଏହା ନିଜକୁ ରକ୍ଷା କରିବା ପାଇଁ ଶରୀରକୁ ଫୁଲାଇ ବଡ଼ ଦେଖାଯିବାକୁ ଚେଷ୍ଟା କରିଥାଏ। ସେଥିପାଇଁ ଏହାକୁ କେହି କେହି ସ୍ବେଲ୍‌ ଫିସ୍‌ ଅଥବା ବ୍ଲୋ ଫିସ୍‌ ବୋଲି ବି କହିଥାନ୍ତି। ଆକାର ଦୃଷ୍ଟିରୁ ଏହା ଗୋଲମୋଟଲ ଦେଖାଯାଉଥିବାରୁ ଭାରୀ ସୁନ୍ଦର ଲାଗିଥାଏ ସତ କିନ୍ତୁ ଏହି ମାଛର ଶରୀରରେ ବି ଭୟଙ୍କର ବିଷ ଭରି ରହିଥାଏ। ସେଥିପାଇଁ ଏହାକୁ ଛୁଇଁବା ସମୟରେ ବେଶ୍‌ ସତକର୍ତ୍ତା ଅବଲମ୍ବନ କରିବାକୁ ହୋଇଥାଏ।
ରେଡ୍‌ ଲାୟନ୍‌ ଫିସ୍‌: ଶରୀରରେ ହାଲ୍‌କା ନାଲି ରଙ୍ଗର ଗାର ସାଙ୍ଗକୁ ଛିଟ ଛିଟ ଦାଗ, ତା’ସହିତ ପୁଣି ଏକାଧିକ ଡେଣା ଏହାକୁ ଆକର୍ଷଣୀୟ ରୂପ ଦେଇଥାଏ। ଆକାରରେ ଛୋଟ ଦେଖାଯାଉଥିଲେ ହେଁ, ଏହି ମାଛ ଦେହରେ ଯେଉଁ ସରୁ ସରୁ ଡେଣା ରହିଥାଏ, ସେଥିରେ ଭରି ରହିଥାଏ ଭୟଙ୍କର ବିଷ। ଯାହାର ଆଘାତ ମାତ୍ରେ ହିଁ କୌଣସି ଜୀବ ହେଉ ଅବା ପ୍ରାଣୀଙ୍କର ଜୀବନ ପ୍ରତି ବିପଦ ମାଡି ଆସିଥାଏ।
ମୋରେ ଇଲ୍‌ ଫିସ୍‌: ଏହି ମାଛର ଶରୀର ଦେଖିବାକୁ ଲମ୍ବା ଆଉ ପତଳା ହୋଇଥାଏ। ଏହା ମୁଖ୍ୟତଃ ସମୁଦ୍ର ପୃଷ୍ଠରେ ଥିବା ଗୁମ୍ଫା ସଦୃଶ ଚଟାଣରେ ଲୁଚି ରହିବାକୁ ପସନ୍ଦ କରିଥାଏ। ଆଉ ଶିକାର ପାଖକୁ ଆସିବା ମାତ୍ରେ ଏହା ତତ୍‌କ୍ଷଣାତ୍‌ ସେହି ଚଟାଣ ଭିତରୁ ବାହାରି ଆସି ଶିକାରକୁ କାବୁ କରି ନେଇଥାଏ। ସବୁଠୁ ବଡ଼ କଥା ହେଉଛି ଏହି ମାଛର ଖୁବ୍‌ ତୀକ୍ଷ୍ମ ଦାନ୍ତ ରହିଥାଏ। ଥରେ ଏହା ଶିକାରକୁ ଦାନ୍ତରେ କାମୁଡି ଧରିଲେ ତାହା ସହଜରେ ଆଉ ମୁକୁଳି ପାରେନାହିଁ। ତା’ଛଡ଼ା ଏହି ମାଛର ଆଘ୍ରାଣ ଶକ୍ତି ଖୁବ୍‌ ପ୍ରଖର ହୋଇଥାଏ ବୋଲି ସୂଚନା ରହିଛି। ଯେଉଁଥିପାଇଁ ଏହା ଚଟାଣ ଭିତରେ ଲୁଚି ରହିଥିଲେ ବି ଶିକାରର ବାସ୍ନା ଶୁଙ୍ଘି ଆକ୍ରମଣ କରିବାରେ ସଫଳ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ କରାଯାଉ

ଛତ୍ରପୁର,୬ା୮(ଦିଲୀପି ସାମଲ): ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ ଓ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଆରଡ଼ିସି ଓ ଛତ୍ରପୁର…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଝାଡ଼ାବାନ୍ତିରେ ୩୩ ଛାତ୍ରୀ ଆକ୍ରାନ୍ତ

କପ୍ତିପଦା,୬ା୮(ବିଷ୍ଣୁଚରଣ ପୁଥାଳ): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ବଡ଼ସିମୁଳିଆ କନ୍ୟାଶ୍ରମର ୩୩ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି…

ଭାଜପା ନେତାଙ୍କ ଶେଷକୃତ୍ୟ ସମ୍ପନ୍ନ: ୪ଜଣଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ମ. ରାମପୁର,୬।୮(ଶଶି ଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ରାମପୁର ବ୍ଲକ ଡମ୍ବ କରଲାଖୁଣ୍ଟା ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ମଣ୍ଡଳ ଉପସଭାପତି ଫକିର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri