Odisha Elections 2024
Posted inଫୁରସତ

ସୁନ୍ଦର କିନ୍ତୁ ଭୟଙ୍କର

ସମୁଦ୍ରଗର୍ଭରେ ଅନେକ ପ୍ରକାର ମାଛ ଅଛନ୍ତି। କିଛି ମାଛ ଖାଇବାକୁ ବେଶ୍‌ ସୁସ୍ବାଦୁ ହେବାବେଳେ କିଛି ମାଛ ଖାଦ୍ୟପୋଯୋଗୀ ନୁହନ୍ତି। ଆଉ କିଛି ମାଛ ତ ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଥାନ୍ତି। ତେବେ ଏହି ସୁନ୍ଦର ମାଛ ମଧ୍ୟରେ କିଛି ଦେଖିବାକୁ ଭଲ ଲାଗିଲେ ବିି ପ୍ରକୃତି ତାଙ୍କର ଥାଏ ଖୁବ୍‌ ଭୟଙ୍କର…

ଷ୍ଟୋନ ଫିସ୍‌: ସମୁଦ୍ରର ଗଭୀର ଜଳରାଶିରେ ଏହି ମାଛ ଦେଖିବାକୁ ମିଳେ। ରଙ୍ଗୀନ ପଥର ପରି ଏହାର ରୂପ ହୋଇଥିବାରୁ ହଠାତ୍‌ ଏହାକୁ ଚିହ୍ନିବା ସମ୍ଭବ ହୁଏ ନାହିଁ। ଆକାର ଦୃଷ୍ଟିରୁ ଏହା ବେଶି ବଡ଼ ଦେଖା ଯାଉ ନଥିଲେ ବି ଏହି ମାଛର ଦେହରେ ଭରି ରହିଥାଏ ଭୟଙ୍କର ବିଷ। ଯଦି ଭୁଲ୍‌ ବଶତଃ ଅନ୍ୟ କୌଣସି ସାମୁଦ୍ରିକ ଜୀବର ଶରୀର ଏହି ମାଛ ଦେହରେ ଘସି ହୋଇଯାଏ, ତା’ହେଲେ ଏହି ମାଛ ତତ୍‌କ୍ଷଣାତ୍‌ ନିଜ ଶରୀରରୁ ବିଷ ନିର୍ଗତ କରିଥାଏ। ଆଉ ସେହି ବିଷର ଜ୍ୱାଳା ଖୁବ୍‌ ଭୟଙ୍କର ହୋଇଥିବାରୁ ଅନ୍ୟ ଜୀବଟିର ଜୀବନ ପ୍ରତି ବିପଦ ଦେଖାଯାଇଥାଏ। ଏପରିକି କୌଣସି ବ୍ୟକ୍ତିଙ୍କର ଯଦି ପାଦ ଏହି ମାଛ ଉପରେ ପଡିଯାଏ, ତା’ହେଲେ ସଙ୍ଗେସଙ୍ଗେ ତାଙ୍କ ପାଦରେ ଇନ୍‌ଫେକ୍‌ସନ୍‌ ହୋଇଯିବାର ସୂଚନା ରହିଛି।
ୟେଲୋ ବକ୍ସଫିସ୍‌: ଏକ ଛୋଟ ବକ୍ସ ପରି ଏହାର ଶରୀର ଦେଖାଯାଇଥାଏ। ତା’ସାଙ୍ଗକୁ ହଳଦିଆ ରଙ୍ଗ ଏହାକୁ ବେଶ୍‌ ମାନିଥାଏ। ହଳଦିଆ ରଙ୍ଗର ଶରୀର ଉପରେ କଳା ପୋଲ୍‌କା ଡଟ୍‌ ପରି ସ୍ପଟ୍‌ ଥିବାରୁ ଏହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗେ; ସେଥିପାଇଁ ଏହାକୁ ୟେଲୋ ବକ୍ସଫିସ୍‌ କୁହାଯାଏ। ଏହି ମାଛକୁ ମୁଖ୍ୟତଃ ପ୍ରଶାନ୍ତ ମହାସାଗର, ହିନ୍ଦ୍‌ ମହାସାଗର ଏବଂ ଅଟଲାଣ୍ଟିକ୍‌ ମହାସାଗରରେ ଦେଖିବାକୁ ମିଳିଥାଏ। ମାତ୍ର ୪୫/୪୬ ସେଣ୍ଟିମିଟର ଲମ୍ବା ବିଶିଷ୍ଟ ଏହି ମାଛ କିନ୍ତୁ ଦୁଃଖୀ ହେଲେ କିମ୍ବା ଏହାର ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଗଲେ, ଏହା ନିଜ ଶରୀରରୁ ଏକ ପ୍ରକାରର ଟକ୍ସିକ୍‌ ଛାଡେ, ଯାହା ଅନ୍ୟ ଜୀବଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ।
ପଫର୍‌ ଫିସ୍‌: ଏହା ପାଣି ଭିତରେ ସାଧାରଣ ମାଛ ପରି ପହଁରୁଥାଏ। କିନ୍ତୁ ବିପଦର ସଙ୍କେତ ମିଳିବା ମାତ୍ରେ ଏହା ନିଜକୁ ରକ୍ଷା କରିବା ପାଇଁ ଶରୀରକୁ ଫୁଲାଇ ବଡ଼ ଦେଖାଯିବାକୁ ଚେଷ୍ଟା କରିଥାଏ। ସେଥିପାଇଁ ଏହାକୁ କେହି କେହି ସ୍ବେଲ୍‌ ଫିସ୍‌ ଅଥବା ବ୍ଲୋ ଫିସ୍‌ ବୋଲି ବି କହିଥାନ୍ତି। ଆକାର ଦୃଷ୍ଟିରୁ ଏହା ଗୋଲମୋଟଲ ଦେଖାଯାଉଥିବାରୁ ଭାରୀ ସୁନ୍ଦର ଲାଗିଥାଏ ସତ କିନ୍ତୁ ଏହି ମାଛର ଶରୀରରେ ବି ଭୟଙ୍କର ବିଷ ଭରି ରହିଥାଏ। ସେଥିପାଇଁ ଏହାକୁ ଛୁଇଁବା ସମୟରେ ବେଶ୍‌ ସତକର୍ତ୍ତା ଅବଲମ୍ବନ କରିବାକୁ ହୋଇଥାଏ।
ରେଡ୍‌ ଲାୟନ୍‌ ଫିସ୍‌: ଶରୀରରେ ହାଲ୍‌କା ନାଲି ରଙ୍ଗର ଗାର ସାଙ୍ଗକୁ ଛିଟ ଛିଟ ଦାଗ, ତା’ସହିତ ପୁଣି ଏକାଧିକ ଡେଣା ଏହାକୁ ଆକର୍ଷଣୀୟ ରୂପ ଦେଇଥାଏ। ଆକାରରେ ଛୋଟ ଦେଖାଯାଉଥିଲେ ହେଁ, ଏହି ମାଛ ଦେହରେ ଯେଉଁ ସରୁ ସରୁ ଡେଣା ରହିଥାଏ, ସେଥିରେ ଭରି ରହିଥାଏ ଭୟଙ୍କର ବିଷ। ଯାହାର ଆଘାତ ମାତ୍ରେ ହିଁ କୌଣସି ଜୀବ ହେଉ ଅବା ପ୍ରାଣୀଙ୍କର ଜୀବନ ପ୍ରତି ବିପଦ ମାଡି ଆସିଥାଏ।
ମୋରେ ଇଲ୍‌ ଫିସ୍‌: ଏହି ମାଛର ଶରୀର ଦେଖିବାକୁ ଲମ୍ବା ଆଉ ପତଳା ହୋଇଥାଏ। ଏହା ମୁଖ୍ୟତଃ ସମୁଦ୍ର ପୃଷ୍ଠରେ ଥିବା ଗୁମ୍ଫା ସଦୃଶ ଚଟାଣରେ ଲୁଚି ରହିବାକୁ ପସନ୍ଦ କରିଥାଏ। ଆଉ ଶିକାର ପାଖକୁ ଆସିବା ମାତ୍ରେ ଏହା ତତ୍‌କ୍ଷଣାତ୍‌ ସେହି ଚଟାଣ ଭିତରୁ ବାହାରି ଆସି ଶିକାରକୁ କାବୁ କରି ନେଇଥାଏ। ସବୁଠୁ ବଡ଼ କଥା ହେଉଛି ଏହି ମାଛର ଖୁବ୍‌ ତୀକ୍ଷ୍ମ ଦାନ୍ତ ରହିଥାଏ। ଥରେ ଏହା ଶିକାରକୁ ଦାନ୍ତରେ କାମୁଡି ଧରିଲେ ତାହା ସହଜରେ ଆଉ ମୁକୁଳି ପାରେନାହିଁ। ତା’ଛଡ଼ା ଏହି ମାଛର ଆଘ୍ରାଣ ଶକ୍ତି ଖୁବ୍‌ ପ୍ରଖର ହୋଇଥାଏ ବୋଲି ସୂଚନା ରହିଛି। ଯେଉଁଥିପାଇଁ ଏହା ଚଟାଣ ଭିତରେ ଲୁଚି ରହିଥିଲେ ବି ଶିକାରର ବାସ୍ନା ଶୁଙ୍ଘି ଆକ୍ରମଣ କରିବାରେ ସଫଳ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri