ବିଜେଡି ପୁସିଂ କାର୍ଡ ଧରିଥିବା ମିଶନ ଶକ୍ତି ମହିଳାଙ୍କୁ ମାଡ଼

ଚଣ୍ଡିଖୋଲ,୨୩ା୫(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଝିପଡ଼ା ଗ୍ରାମରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବୁଧବାର ମଝିପଡ଼ା ଗ୍ରାମ ମିଶନ ଶକ୍ତି ସଂଘର ମହିଳା ଶକୁନ୍ତଳା ବେହେରା ବିଜେଡି ପୁସିଂ କାର୍ଡ ଧରି ଯାଉଥିବାବେଳେ ତାଙ୍କୁ ମାଡ଼ ମରାଯାଇଛି। ସେହି ଗ୍ରାମର କେତେଜଣ ଭାଜପା କର୍ମୀ ତାଙ୍କୁ ଅଟକାଇ ଏକ ଘରେ ପୁରାଇ ମାଡ଼ ମାରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ପହଞ୍ଚି ଶକୁନ୍ତଳାଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି।
ଅଭିଯୋଗ ଅନୁଯାୟୀ, ଶକୁନ୍ତଳା ପୁସିଂ କାର୍ଡ ଧରି ଗ୍ରାମରେ ଚାଲିଚାଲି ଯାଉଥିବାବେଳେ ତାଙ୍କୁ ସେହି ଗ୍ରାମର ବିକ୍ରମ ବଳ ଓ କୁମାର ରଞ୍ଜନ ବଳ ଅଟକାଇ କାହିଁକି ଗ୍ରାମରେ ମହିଳାମାନଙ୍କୁ ପୁସିଂ କାର୍ଡ ବାଣ୍ଟିବାକୁ ଯାଉଛ କହି ଅଟକାଇଥିଲେ। ଏହାପରେ ଗ୍ରାମର ବିଶ୍ୱଜିତ ବଳ, ବିଷ୍ଣୁପ୍ରସାଦ ବଳ ପହଞ୍ଚି ଶକୁନ୍ତଳାଙ୍କୁ ଗାଳିଗୁଲଜ କରିବା ସହ ବିଷ୍ଣୁଙ୍କ ଏକ ଘରେ ପୁରାଇ ବାହାରୁ ତାଲା ପକାଇ ଦେଇଥିଲେ। ପରେ ତାଙ୍କୁ ମାଡ଼ ମାରିଥିଲେ। ଗ୍ରାମର ଟୁନା ବଳ ଓ ବିଜୟ ବଳ ଶକୁନ୍ତଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ବାଲିଚନ୍ଦ୍ରପୁର ପୋଲିସକୁ ଫୋନ କରି ଜଣାଇଥିଲେ। ପୋଲିସ ଆସି ବନ୍ଦ ଘରୁ ଶକୁନ୍ତଳାଙ୍କୁ ବାହାର କରି ମେଡିକାଲ ପଠାଇଥିଲା। ଖବର ପାଇ ମିଶନ ଶକ୍ତି ମହାସଂଘ ସଭାନେତ୍ରୀ ପ୍ରମିଳା ଜେନାଙ୍କ ନେତୃତ୍ୱରେ ଶତାଧିକ ମହିଳା ବାଲିଚନ୍ଦ୍ରପୁର ଥାନାକୁ ଆସି ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଥାନା ଅଧିକାରୀ ପ୍ରମୋଦିନୀ ସାହୁ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବାପରେ ମହିଳାମାନେ ଫେରି ଯାଇଥିଲେ। ଏନେଇ ଥାନାରେ ଏକ ମାମଲା ନଂ.୨୬୧ା୨୪ ରୁଜୁ ହୋଇଛି। ଅନ୍ୟପକ୍ଷରେ ଏନେଇ ବିକ୍ରମ ବଳଙ୍କ ସ୍ତ୍ରୀ ମଧୁସ୍ମିତା ବଳ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ନଂ.୨୬୨ା୨୪ରେ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଭବନରେ ବସିବ ବୈଠକ, ଚୟନ ହେବେ ବିଧାୟକ ଦଳ ନେତା

ଭୁବନେଶ଼୍ବର, ୧୭।୬: ଆସନ୍ତା ୧୯ ତାରିଖ ଦିନ ବିଜୁ ଜନତା ଦଳର ବିଧାୟକମାନଙ୍କୁ ନେଇ ବୈଠକ ବସିବ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଏହି...

ସରକାର ଯିବା ପରେ ଏବେବି କ୍ଷମତାପୂର୍ଣ୍ଣ BJD, ଭାଜପାକୁ…

ନୂଆଦିଲ୍ଲୀ, ୧୭।୬: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ...

ସିଆଇଡି ଆଗରେ ହାଜର ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ, ନାବାଳିକାଙ୍କୁ…

ନୂଆଦିଲ୍ଲୀ, ୧୭।୬: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପା ଆଜି ଜାତୀୟ ତଦନ୍ତକାରୀ ବିଭାଗ (ସିଆଇଡି) ନିକଟରେ...

ହାଇକୋର୍ଟ ବେଞ୍ଚ ହେଲେ ସମ୍ବଲପୁରରେ ହେବ: ଧର୍ମେନ୍ଦ୍ର

ସମ୍ବଲପୁର,୧୭।୬(ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ରାସ୍ତାଘାଟ, ପିଇବା ପାଣି, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସୁଧୁରିବା ପାଇଁ ଦୀର୍ଘମିଆଦୀ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଲାଗି ଜିଲା ପ୍ରଶାସନକୁ...

ବିଜେଡି: ବିରୋଧୀ ପରିବର୍ତ୍ତେ ଡର

ଭୁବନେଶ୍ୱର,୧୭।୬(ସୁନିତ୍‌ ମିଶ୍ର): ୨୦୦୦ ମସିହାରୁ ୨୪ ବର୍ଷ ଧରି ଓଡ଼ିଶାରେ ବିଜେଡି ସରକାର ଗଠନ କରିଆସୁଥିଲା। ହେଲେ ୨୦୨୪ ନିର୍ବାଚନରେ ଦଳ ପ୍ରଥମ ଥର ଲାଗି...

ପୂର୍ବରୁ ନୁହେଁ, ବନ୍ୟା ପରେ ଚିନ୍ତା

ଯାଜପୁର,୧୫ା୬(ହର୍ଷବର୍ଦ୍ଧନ ବେହେରା): ବର୍ଷା ଦିନ ଆସିଲେ ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସ୍ରୋତା, ବିରୂପା, କାଣୀ ଆଦି ନଦୀର ତଟବର୍ତ୍ତୀ ଅଞ୍ଚଳବାସୀ...

ବଡ଼ଚଣାବାସୀ ସ୍ବାଭିମାନୀର ପରିଚୟ ସୃଷ୍ଟି କଲେ: ଅମର ଶତପଥୀ

ଚଣ୍ଡିଖୋଲ,୧୫।୬(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବିଧାନସଭା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳ (ବିଜେଡି) କ୍ଷମତାରେ ଥିବାବେଳେ ଚଳିତ ନିର୍ବାଚନରେ ଭାରତୀୟ ଜନତାପାର୍ଟି(ଭାଜପା)...

ଏହି କାମ ଦେଖି ତାଜୁବ ହେଲେ ନୂଆ ମୁଖ୍ୟମନ୍ତ୍ରୀ: ମାଗିଲେ ଜବାବ

ଭୁବନେଶ୍ୱର,୧୪।୬: ଓଡ଼ିଶାରେ ନୂଆ ଭାଜପା ସରକାର ଆରମ୍ଭ ହୋଇଛି। ଶପଥ ନେବାର ଦିନକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri