ମା’ର ପରିଚୟ ପାଇଁ ସୁଭଦ୍ରାଙ୍କୁ ମାଡ଼

କେନ୍ଦ୍ରାପଡ଼ା ଅଫିସ,୩: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବରକୋଳିଖଳା ଗଁାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅନୁପ୍ରବେଶକାରୀ ଓଡ଼ିଶା ମାଟିରେ ପ୍ରବେଶ କରି ନିଜର ଦୌରାତ୍ମ୍ୟ ଦେଖାଇଛନ୍ତି। ମା’ର ପରିଚୟ ନ ଦେବାରୁ ଗଁାର ସୁଭଦ୍ରା ରାୟଙ୍କୁ ମାଡ ମରାଯାଇଛି। ସୁଭଦ୍ରାଙ୍କୁ ସ୍ବାମୀ ବିକାଶଙ୍କ ସମେତ ବାଂଲାଦେଶୀ ଅନୁପ୍ରବେଶକାରୀ ଅମିତ୍‌ ରାୟ ମାଡ ମାରିଛନ୍ତି। ସୁଭଦ୍ରା ଗୁରୁତର ହୋଇ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ସହ ଜମ୍ବୁ ସାମୁଦ୍ରିକ ଥାନାରେ ସେମାନଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଅନୁପ୍ରବେଶକୁ ନେଇ ଉପୁଜିଥିବା ଏହି ବିବାଦର ସମାଧାନ ପରିବର୍ତ୍ତେ କ୍ରମଶଃ ଜଟିଳ ରୂପ ନେବାରେ ଲାଗିଛି। ଭୋଟ ବ୍ୟାଙ୍କ ପାଇଁ ରାଜନେତା ଓ ପ୍ରଶାସନ ଚୁପ ରହୁଥିବାରୁ ଅନୁପ୍ରବେଶ କେନ୍ଦ୍ରାପଡ଼ା ଜିଲାରେ ବଢି ଚାଲିଛି। ଏହାକୁ ରୋକିବାକୁ ସରକାରୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଜିଲା ପ୍ରଶାସନ ଚୁପ ହୋଇ ବସି ରହୁଛି। ଜିଲାର ଉପାନ୍ତ ଅଞ୍ଚଳରେ ବାଂଲାଦେଶୀଙ୍କ ଅନୁପ୍ରବେଶ ବଢି ଚାଲିଥିବାରୁ ଦେଶର ସୁରକ୍ଷା ପାଇଁ ନାଗରିକ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେଉ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଚିକିତ୍ସିତ ହେଉଥିବା ସୁଭଦ୍ରା କହିଛନ୍ତି, ଏକଦା ସେ ମାଲକାନଗିରି ଜିଲାରେ ଜିଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେଠାରେ ରହୁଥିବା ବିକାଶ ରାୟଙ୍କ ସଂସ୍ପର୍ଶରେ ଆସି ତାଙ୍କୁ ବିବାହ କରିଥିଲେ। ବିବାହ ପରେ ମାଲକାନଗିରିରୁ ଆସି ମହାକାଳପଡ଼ା ବ୍ଲକ ବରକୋଳିଖଳା ଗ୍ରାମରେ ଦୀର୍ଘବର୍ଷ ହେଲା ରହି ଆସୁଛନ୍ତି। ବିକାଶ ହେଉଛନ୍ତି ବାଂଲାଦେଶୀ। ତାଙ୍କର ବାଂଲାଦେଶ ଅରୱେଲ ଗଁାରେ ଘର ଅଛି। ବିକାଶଙ୍କ ଭାଇଙ୍କ ପୁଅ ଅମିତ ଏଠାରେ ରହିବାକୁ ଆସି ସୁଭଦ୍ରାଙ୍କୁ ମା’ର ପରିଚୟ ଦେବାକୁ ବାଧ୍ୟ କରୁଛନ୍ତି। ଏଥିରେ ସମ୍ମତ ନ ହେବାରୁ ଦୁଇବର୍ଷ ପୂର୍ବେ ସ୍ବାମୀ ବିକାଶ, ଅମିତ ସୁଭଦ୍ରାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏ ନେଇ ତତ୍‌କାଳୀନ ଜିଲାପାଳଙ୍କୁ ଅବଗତ ପରେ ଅମିତଙ୍କ ବାଂଲାଦେଶୀ ପାସପୋର୍ଟଠାରୁ ଆରମ୍ଭ କରି ଭାରତର ଭୋଟ ପରିଚୟପତ୍ରକୁ ଜବତ କରାଯାଇଥିଲା। ତେବେ ଦୁଇବର୍ଷର ବ୍ୟବଧାନ ପରେ ଅମିତ ଦୁଇଦିନ ତଳେ ବରକୋଳିଖଳାରେ ରହିବାକୁ ଆସିଛନ୍ତି। ଏ ନେଇ ପ୍ରତିବାଦ ପରେ ବିକାଶ ଓ ଅମିତ ଦୁହେଁ ସୁଭଦ୍ରାଙ୍କୁ ମାଡ ମାରି ରକ୍ତାକ୍ତ କରିଥିବାରୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଘଟଣାକୁ ଇତିମଧ୍ୟରେ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି।
ବୁଦ୍ଧିଜୀବୀ ପ୍ରତାପ କୁମାର ତ୍ରିପାଠୀ, ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ବିଭୂତି ଭୂଷଣ ରାଉତ, ଅମରବର ବିଶ୍ୱାଳ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ବାଂଲାଦେଶୀ ଅନୁପ୍ରବେଶ ଘଟଣା ଏବେ ବଢ଼ିଚାଲିଛି। ଯାହା ଜିଲା ସହ ଦେଶର ସୁରକ୍ଷା ପ୍ରତି ବିପଦ ସାଜିଛି। ରାଜନେତାଙ୍କ ଭୋଟ ବ୍ୟାଙ୍କ ହୋଇଥିବା ଅନୁପ୍ରବେଶକରୀଙ୍କ ପ୍ରସଙ୍ଗରେ ଜିଲା ପ୍ରଶାସନ କୌଣସି କାରଣରୁ ନୀରବ ରହୁଛି। ବଙ୍ଗଭଙ୍ଗ ଯୁଦ୍ଧ ସମୟରେ କେନ୍ଦ୍ରାପଡ଼ା ଜିଲାରେ ୧୨୩୭ ବାଂଲାଦେଶୀଙ୍କୁ ଶରଣାର୍ଥୀ ଭାବେ ରହିବାକୁ ଅନୁମତି ଦିଆଯାଇଥିଲା। ଏବେ ବଙ୍ଗଭାଷୀଙ୍କ ସଂଖ୍ୟା ଲକ୍ଷାଧିକ ହୋଇଛି। ଅପରପକ୍ଷେ ଜିଲା ପ୍ରଶାସନ ପକ୍ଷରୁ ୨୦୦୫ରେ ଜିଲାରେ ଥିବା ୧୫୫୧ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ସହ ଦେଶାନ୍ତର ନୋଟିସ୍‌ ହୋଇଥିଲା। ଏହାକୁ ବିରୋଧ କରି ନୋଟିସ୍‌ପ୍ରାପ୍ତ ବ୍ୟକ୍ତିମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାକୁ ଫେବୃୟାରୀରେ ଉଚ୍ଚ ନ୍ୟାୟାଳୟ ଶୁଣାଣି କରି ୧୫ ବର୍ଷ ପୂର୍ବର ଦେଶାନ୍ତର ନୋଟିସକୁ ରଦ୍ଦ କରିଛନ୍ତି। ତେବେ ଜିଲାରେ ଅନୁପ୍ରବେଶ ବଢ଼ି ଚାଲିଥିବାରୁ ଦେଶର ସୁରକ୍ଷା ପାଇଁ ଭାରତୀୟ ନାଗରିକଙ୍କ ଚିହ୍ନଟ ଜରୁରୀ ବୋଲି ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ ବସନ୍ତ କୁମାର ରାଉତ କହିଛନ୍ତି, ସୁଭଦ୍ରାଙ୍କ ନିର୍ଯାତନା ଘଟଣା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ନାଗରିକ ଚିହ୍ନଟ ସମ୍ପର୍କରେ ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରାଯିବ ବୋଲି ସେ ମତ ଦେଇଛନ୍ତି। ଅପରପକ୍ଷରେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ମହେଶ୍ୱର ସେଠୀଙ୍କୁ ପଚାରିବାରେ, ସୁଭଦ୍ରାଙ୍କ ଅଭିଯୋଗର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri