ପୁଣି ଖସିଲା ବେରିଂ, ଭାରିଯାନ ଚଳାଚଳ ବନ୍ଦ

ଆନନ୍ଦପୁର,୧୧ା୫(ଉମେଶ ଚନ୍ଦ୍ର ପାଢ଼ୀ/ସୁଶାନ୍ତ କୁମାର ସାହ): କେନ୍ଦୁଝର ଜିଲା ଆନନ୍ଦପୁରର ବୈତରଣୀ ସେତୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୂର୍ବରୁ ସେତୁର ୫ ନଂ. ସ୍ପାନ୍‌ ବେରିଂ ଖସିଥିଲା। ଏବେ ପୁଣି ୭ ନଂ. ବେରିଂ ଖସିବାରୁ ଭାରିଯାନ ଚଳାଚଳ ଉପରେ ରୋକ ଲାଗିଛି। କେବେଳ ବାଇକ୍‌ ଓ ଚାରିଚକିଆ ଯାନକୁ ଅନୁମତି ମିଳିଛି। ସେତୁର ସ୍ଥାୟୀ ମରାମତି ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଉକ୍ତ ସେତୁ ଯାଜପୁର, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜକୁ ସଂଯୋଗ କରିଛି। ଚଳିତ ବର୍ଷ ସେତୁର ୫ ନଂ. ସ୍ପାନ୍‌ ବେରିଂ ଦବିଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହାର ମରାମତି କରାଯାଇଥିଲା। କିନ୍ତୁ ଶୁକ୍ରବାର ସକାଳ ୮ ଘଟିକା ସମୟ ପୁନର୍ବାର ବ୍ରିଜ୍‌ର ୭ ନଂ. ସ୍ପାନ୍‌ର ବେରିଂ ଖସିଯାଇଥିବା ଦେଖିବାକୁ ମିଳିଥିଲା। ପୂର୍ତ୍ତ ବିଭାଗ ଓ ଆନନ୍ଦପୁର, ଘସିପୁରା ପୋଲିସ ପହଞ୍ଚି ଉଭୟ ଘସିପୁରା ଓ ଆନନ୍ଦପୁର ବ୍ରିଜ ପ୍ରବେଶ ସ୍ଥଳକୁ ବ୍ୟାରିକେଡ୍‌ ଦେଇ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା।

ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କେଳୁଚରଣ ଦଳେଇଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ୫ ନଂ. ସ୍ପାନ ବେରିଂ ଖସିଯାଇଥିଲା। ତାହା ମରାମତି ପରେ ଯାତାୟାତ ସ୍ବାଭାବିକ ଚାଲିଥିଲା। ଏଥର ୭ ନଂ. ସ୍ପାନ୍‌ ବେରିଂ ଖସି ଯାଇଛି। ବାହାରୁ ଟେକ୍ନିକାଲ ଟିମ୍‌ ଆସି ପହଞ୍ଚତ୍ବା ପରେ ୧୫ ଦିନ ମଧ୍ୟରେ ମରାମତି କାର୍ଯ୍ୟ ଶେଷ ହେବ। ଏ ନେଇ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଜନସାଧାରଣଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଧରିତ୍ରୀ ପ୍ରଭାବ: ପହଞ୍ଚିଲେ ଟେକ୍ନିକାଲ ଟିମ୍, ଆରମ୍ଭ ହେଲା ପାନୀୟଜଳ ପ୍ରକଳ୍ପ ମରାମତି

ଭେଡେନ,୧୩।୫(ହୃଷିକେଶ ଖମାରୀ)-ବରଗଡ଼ ଜିଲା ଭେଡେନ ବ୍ଲକ ଦେଶ ଭଟଲି ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମ ରାସ୍ତା ଉପରେ ଠିକାଦାର କଲର୍ଭଟ ନିର୍ମାଣ ଆରମ୍ଭ କରିବା ସମୟରେ ଜେସିବିରେ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

ଘୋଡ଼ାହାଡ଼ ପାଣି ପଞ୍ଚାୟତ ନିକଟରେ ଦୁର୍ଘଟଣା: ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ୨ ଜଣ…

ଦିଗପହଣ୍ଡି,୧୩|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବୁଧବାର ରାତି ପ୍ରାୟ ସାଢେ…

ଚମକିଲେ ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର: ବାଣିଜ୍ୟରେ ମୟଙ୍କ,ବିଜ୍ଞାନରେ ଶିଳା ନୟନ ଜିଲା ଟପ୍ପର

ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ)- ସିବିଏସ୍‌ଇ ଦ୍ଵାଦଶ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ର ଅଭୂତପୂର୍ବ ସଫଳତା ହାସଲ କରି ଜିଲାରେ ଚମକଛନ୍ତି। ବିଜ୍ଞାନ ବିଭାଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri