ଗଛ ଉପରେ ଭାଲୁ

ବୋରିଗୁମ୍ମା,୨୨ା୧: କ୍ରମାଗତ ଭାବେ ଜଙ୍ଗଲ ନଷ୍ଟ ଏବଂ ଖାଦ୍ୟାଭାବ ଯୋଗୁ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଜନବସତି ଆଡକୁ ମୁହାଁଉଛନ୍ତି। ଫଳରେ ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ସେପରି ଏକ ପରିବେଶ ଦେଖିବାକୁ ମିଳିଛି କୋରାପୁଟ ଜିଲା ବୋରିଗୁମ୍ମା ବ୍ଳକର ଆଉଁଳି ଗାଁରେ। ଗାଁ ଭିତରକୁ ପଶି ଆସିଥିବା ଭାଲୁକୁ ଧରିବା ନେଇ ପ୍ରଶାସନକୁ ନାକେଦମ ହେବାକୁ ପଡିଛି।
ସୂଚନା ଯୋଗ୍ୟ, ଭାଲୁଟି ତେନ୍ତୁଳି ଖାଇବା ଲୋଭରେ ଆଉଁଳି ଗାଁ ଭିତରକୁ ଗୁରୁବାର ରାତିରେ ପଶି ଆସିଥିଲା। ହେଳେ ବାହାରକୁ କିପରି ଯିବ ରାସ୍ତା ପାଇ ନ ଥିଲା। ଶୁକ୍ରବାର ସକାଳୁ ଗ୍ରାମର କେତେଜଣ ମହିଳା ଭାଲୁକୁ ଦେଖି ପାଟି କରିଥିଲେ। ଫଳରେ ଭାଲୁଟି ଭୟରେ ନିକଟରେ ଥିବା ଏକ ତେନ୍ତୁଳି ଗଛ ଉପରକୁ ଚଢ଼ିଯାଇଥିଲା। ଖବର ପାଇ ବନ ବିଭାଗ ଓ ଓ୍ବାଇଲ୍ଡ ଲାଇଫ୍‌ ରେସ୍କ୍ୟୁ ଟିମ୍‌ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଭାଲୁକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଥିଲେ। ହେଲେ ଏଥିରେ ସଫଳ ହୋଇ ନ ଥିଲେ। ଅନ୍ୟପକ୍ଷେ ଭାଲୁ ଭୟରେ ଗାଁରେ ତାଟି କବାଟ ପଡିଯାଇଛି। ଅନ୍ୟପକ୍ଷେ ଭାଲୁ ଥିବା ଗଛର ୫୦ ମିଟର ପରିଧିକୁ ଦଉଡ଼ିରେ ବ୍ୟାରିକେଟିଂ କରାଯାଇଛି। ଭାଲୁଟି ରାତିରେ ସ୍ବତଃ ତଳକୁ ଓହ୍ଲାଇବ। ଯଦି ନ ଓହ୍ଲାଏ ତେବେ ଟ୍ରାଙ୍କୁଲାଇଜର ବ୍ୟବହାର କରାଯିବ ବୋଲି ବୋରିଗୁମ୍ମା ବନଖଣ୍ଡ ଅଧିକାରୀ ଦିଲୀପ ପଟ୍ଟନାୟକ କହିଛନ୍ତି। କୋଟପାଡ ଓ କନ୍ଦୁରାରୁ ବନ ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri