ଉମରକୋଟରେ ପୁଣି ଭାଲୁ ଭୟ

ଉମରକୋଟ,୩୧।୧(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ କିଛି ଦିନର ବ୍ୟବଧାନରେ ପୁଣି ୨ ଭାଲୁଙ୍କୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଉମରକୋଟ ବ୍ଲକ ମୁର୍ତ୍ତୁମା ନିକଟ ଶାଳବଣ ନିକଟରେ ୨ ଭାଲୁ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଭାଲୁ ଦୁଇଟି ମକା କ୍ଷେତ ଦେଇ ଏକ ପୋଖରୀ ନିକଟକୁ ଯାଇଥିବା ବେଳେ ପରେ ସ୍ଥାନୀୟ କେତେଜଣ ଯୁବକ ନିଆଁ ଦେଖାଇ ଦୁଇ ଭାଲୁଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇଛନ୍ତି। ଉମରକୋଟ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲ କ୍ଷୟ ହେଉଥିବାରୁ ଖାଦ୍ୟ ଅନ୍ବେଷେଣରେ ଭାଲୁ ଜଙ୍ଗଲରୁ ଜନବସତି ଦିଗକୁ ଆସୁଛନ୍ତି। ଏହା ଉଭୟ ବନ୍ୟପ୍ରାଣୀ ଏବଂ ମନୁଷ୍ୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ଉମରକୋଟ ନାୟକଗୁଡ଼ା ଗ୍ରାମରେ ମଧ୍ୟ ଏକ ଭାଲୁ ନିମ୍ବ ଗଛରେ ଚଢ଼ି ଦୁଇଦିନ ଗଛ ଉପରେ ରହିଥିଲା। ପରେ ବନ ବିଭାଗ ଭାଲୁକୁ ଟ୍ରାଙ୍କୁଲାଇଜ୍‌ କରି ଭାଲୁକୁ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ସ୍ବାମୀଙ୍କ ହାତଗୋଡ଼ ବାନ୍ଧି ସ୍ତ୍ରୀଙ୍କ କାନ ଛିଣ୍ଡାଇ ସୁନାଫୁଲ ଝାମ୍ପିନେଲେ ଦୁର୍ବୃତ୍ତ, ନଗଦ ଟଙ୍କା ସହ ଆହୁରି…

ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri