ହୋଇଯାନ୍ତୁ ସତର୍କ: ମାନବ ଶରୀର ଉପରେ ‘ଅରୁଗୁଣ ଉଦ୍ଭିଦ’ର ବିଷାକ୍ତ ପ୍ରଭାବ

ଭୁବନେଶ୍ୱର, ୪ା୧୧ (ବନ୍ଦନା ସେଠୀ):ଓଡ଼ିଶା ସମେତ ଭାରତରେ ଦେଖିବାକୁ ମିଳୁଥିବା ସାଇକାଡ୍‌ ବା ସ୍ଥାନୀୟ ଭାଷାରେ ଜଣାଶୁଣା ‘ଅରୁଗୁଣ ବା ଭେରୁ ଉଦ୍ଭିଦ’ ମଣିଷ ଶରୀର ପାଇଁ କ୍ଷତିକାରକ। ଏହାର ଫଳ ଓ ଅନ୍ୟ ଅଂଶଗୁଡ଼ିକର ବିଷାକ୍ତ ପ୍ରଭାବ ରହିଛି। ଏନେଇ ଏମ୍‌ସ ଭୁବନେଶ୍ୱରର ଗବେଷଣା ଟିମ୍‌ ସୂଚନା ଦେବା ସହ ସତର୍କ କରିଛି। ଏବେ ଓଡ଼ିଶାର ବିଭିନ୍ନ ଜଙ୍ଗଲ ସମେତ ଖୋର୍ଦ୍ଧା, ଢେଙ୍କାନାଳ ଆଦି କେତେକ ଜିଲାରେ ଏହି ଉଦ୍ଭିଦ ପ୍ରାଚୀନ କାଳରୁ ରହି ଆସିଛି। କିଛି ଲୋକ ଏହି ଗଛର ଫଳକୁ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି। ପିଠା ତିଆରି କରି ଖାଇବା ସହ ପୂଜାପର୍ବ ଓ ରୀତିନୀତିରେ ବ୍ୟବହାର କରୁଛନ୍ତି। ତେବେ ଗବେଷଣା କରୁଥିବା ବିଶେଷଜ୍ଞମାନେ ଅରୁଗୁଣ ଉଦ୍ଭିଦର ବିଷାକ୍ତ ପ୍ରଭାବ ଜାଣିବା ପରେ ଚିନ୍ତାବ୍ୟକ୍ତ କରିବା ସହ ଏହା ଉପରେ ବିଶ୍ୱସ୍ତରୀୟ ଗବେଷଣା ଆରମ୍ଭ କରିଛନ୍ତି।
ତଥ୍ୟ ଅନୁଯାୟୀ, ଏହି ଉଦ୍ଭିଦର ବିଭିନ୍ନ ପ୍ରଜାତିରେ ନ୍ୟୁରୋଟକ୍ସିନ ଚିହ୍ନଟ ହୋଇଛି। ଜାପାନ ସମେତ ବିଭିନ୍ନ ରାଷ୍ଟ୍ରରେ ଏହି ଉଦ୍ଭିଦକୁ ଖାଦ୍ୟ ଭାବେ ବ୍ୟବହାର କରୁଥିବା ଲୋକେ ନାନା ରୋଗର ଶିକାର ହେଉଥିବା ପ୍ରମାଣିତ ହୋଇସାରିଛି। ତେବେ ବିଭିନ୍ନ ଜଟିଳ ସ୍ନାୟୁବିକ (ନ୍ୟୁରୋଲୋଜିକାଲ) ରୋଗର ବର୍ଦ୍ଧିତ ଘଟଣା ସହିତ ସିଧାସଳଖ ଜଡିତ କି ନାହିଁ ତାହାକୁ ନେଇ ଏମ୍‌ସ ଟିମ୍‌ ପକ୍ଷରୁ ଗବେଷଣା ଆରମ୍ଭ ହୋଇଛି। ଏମ୍‌ସ ଭୁବନେଶ୍ୱରର ନ୍ୟୁରୋଲୋଜି ବିଭାଗ, ଅଙ୍କୋଲୋଜି, ରେଡିଓଲୋଜି, କମ୍ୟୁନିଟି ମେଡିସିନ୍‌, ପାଥୋଲୋଜି, ଡର୍ମାଟୋଲୋଜି ବିଭାଗ ସମେତ ପୋର୍ଟଲ୍ୟାଣ୍ଡ୍‌ ଓରେଗନ୍‌ ସ୍ବାସ୍ଥ୍ୟ ଏବଂ ବିଜ୍ଞାନ ବିଶ୍ୱବିଦ୍ୟାଳୟର ନ୍ୟୁରୋସାଇଣ୍ଟିଷ୍ଟ ପ୍ରଫେସର ପିଟର ଏସ୍‌. ସ୍ପେନ୍ସର ଏବଂ ପ୍ରଫେସର ଭ୍ୟାଲେରି ଏସ୍‌ ପାଲ୍‌ମର, ଫ୍ରାନ୍ସର ଷ୍ଟ୍ରାସବର୍ଗ ବିଶ୍ୱବିଦ୍ୟାଳୟ ନ୍ୟୁରୋଲୋଜି ବିଭାଗର ପୂର୍ବତନ ପ୍ରଫେସର ଜ୍ୟାକ ରେଇସ, ଲସ୍‌ଏଞ୍ଜେଲସ୍‌ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଡା. ରାଜର୍ଷି ମଜୁମଦାର ଏବଂ ଡା. ଜେସିକା ପାସ୍କୱା, ଏମ୍‌ସ ନୂଆଦିଲ୍ଲୀ ନ୍ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ମଞ୍ଜରୀ ତ୍ରିପାଠୀ ପ୍ରମୁଖ ଏହା ଉପରେ ଅଧିକ ଗବେଷଣା କରୁଛନ୍ତି। ଏହି କ୍ରମରେ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଖୋର୍ଦ୍ଧା ଜିଲାର ଧୂଆନାଲି ଏବଂ ଢେଙ୍କାନାଳ ଜିଲାର କାମାକ୍ଷାନଗରର ଗଙ୍ଗାମୁଣ୍ଡା, ସୁଆଗିନାଲି ଗ୍ରାମଗୁଡ଼ିକୁ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ଅଞ୍ଚଳରେ ସ୍ଥାନୀୟ ଆଦିବାସୀ ଲୋକେ ପାରମ୍ପରିକ ଖାଦ୍ୟ ଉତ୍ସ ଭାବରେ ସାଇକାଡ ଗଛ ଉପରେ ମୁଖ୍ୟତଃ ନିର୍ଭରଶୀଳ। ଏହା ଖାଇବାରୁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ସ୍ନାୟୁ ଏବଂ ଏଥିସମ୍ପର୍କିତ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ସମ୍ପର୍କରେ ବିଶେଷଜ୍ଞମାନେ ଗ୍ରାମବାସୀ, ରୋଗୀ ଏବଂ ସ୍ଥାନୀୟ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ।
ଅପରପକ୍ଷେ ସମ୍ପୃକ୍ତ ଉଦ୍ଭିଦରେ କୌଣସି ବିଷାକ୍ତ ପ୍ରଭାବ ଅଛି କି ନାହିଁ, ଏହି ପ୍ରଶ୍ନର ସମାଧାନ ପାଇଁ ଜାତୀୟ, ଅନ୍ତର୍ଜାତୀୟ ବୈଜ୍ଞାନିକ ଏବଂ ଚିକିତ୍ସା ବିଶେଷଜ୍ଞଙ୍କୁ ନେଇ ‘ସାଇକାଡ-ସମ୍ବନ୍ଧିତ ସ୍ନାୟୁଗତ ବ୍ୟାଧି: ଏହାର ପ୍ରତିକାର ପାଇଁ ଏକ ବହୁ-ପରିମାଣୀୟ ପଦ୍ଧତି’ ଶୀର୍ଷକ ଏକ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏମ୍‌ସ ଭୁବନେଶ୍ୱର ନ୍ୟୁରୋଲୋଜି ବିଭାଗ ଏବଂ ଉତ୍ତର-ପୂର୍ବ ହିଲ ବିଶ୍ୱବିଦ୍ୟାଳୟ (ଏନ୍‌ଇଏଚ୍‌ୟୁ) ଶିଲଂ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ସାଇକାଡ୍‌ ସହିତ ଜଡ଼ିତ ଗମ୍ଭୀର ସ୍ବାସ୍ଥ୍ୟ ବିପଦ ଉପରେ ବିଶେଷଜ୍ଞମାନେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସଙ୍କ ସହ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଯୋଗଦେଇଥିଲେ। ଏହି ପ୍ରାଚୀନ ଉଦ୍ଭିଦ ପ୍ରଜାତି ୩୦୦ ନିୟୁତ ବର୍ଷରୁ ଅଧିକ ସମୟ ଧରି ଡାଇନୋସର ସହିତ ରହିଥିଲା। ଏବେ ପ୍ରାୟତଃ ଆଳଙ୍କାରିକ ଉଦ୍ଭିଦ ଭାବରେ ବ୍ୟବହୃତ ହେଉଛି। ଏହି ସାଇକାଡ ପ୍ରଜାତିରେ ସାଇକାସିନ ଏବଂ
ମିଥାଇଲାଜୋକ୍ସିମେଥାନଲ ସମେତ ଶକ୍ତିଶାଳୀ ବିଷାକ୍ତ ପଦାର୍ଥ ଥାଏ। ଏହି ବିଷାକ୍ତ ପଦାର୍ଥଗୁଡ଼ିକ ଆମେରିକାର ଗୁଆମ ଉପଦ୍ୱୀପ ଏବଂ ଜାପାନର କିଓ୍ବି ଉପଦ୍ୱୀପରେ ପାରମ୍ପରିକ ଖାଦ୍ୟର ଏକ ଅଂଶ ଭାବେ ବ୍ୟବହାର ହେଉଛି। ତେବେ ଏହା ପାର୍କିନସନ, ଡିମେନ୍ସିଆ ଭଳି ଜଟିଳ ସ୍ନାୟୁଗତ ରୋଗ ସୃଷ୍ଟି କରୁଥିବା ପ୍ରମାଣିତ ହୋଇଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?