ଜନଜାତି ଯୁବତୀ-ଯୁବକଙ୍କ ଦକ୍ଷତା ବଢାଇବାକୁ ଅଣ୍ଟା ଭିଡ଼ିଲେ ବିଡିଓ

ଦାରିଙ୍ଗବାଡି, ୨୩।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁସୂଚିତ ଜନଜାତି ଯୁବତୀ ଏବଂ ଯୁବକ ମାନଙ୍କର ଦକ୍ଷତା ତଥା କ୍ଷମତାକୁ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା ଆଦି କର୍ମଯୋଗୀ ଅଭିଯାନର ଏକ ୨ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକର୍ମରେ ବିଡ଼ିଓ ପ୍ରୀତିରଞ୍ଜନ ରଥ ଅଧ୍ୟକ୍ଷତା କରିଥିବାବେଳେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ଜାଗୃତିର ଧ୍ରୁବଚରଣ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ,, ଜାଗୃତି ଜାଗୃତି ସମ୍ପାଦକ କୈକାଶ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ମଞ୍ଚାସିନ ରହି ଜନଜାତି ଯୁବତୀ ଯୁବକ ମାନଙ୍କର ସମାଜିକ ନେତୃତ୍ୱ, ଜୀବନ କୌଶଳ ଓ ବିଭିନ୍ନ କୌଶଳରେ ଦକ୍ଷତା ଅର୍ଜନ କରିବା ଆଦି କର୍ମଶାଳାର ମୁଖ୍ୟ ଲକ୍ଷ୍ୟବୋଲି କୁହାଯାଇଥିଲା। ବିଶେଷ କରି ଗ୍ରାମାଞ୍ଚଳକୁ ଉନ୍ନୟନ ଓ ଶକ୍ତିଶାଳୀ କରିବାକୁ ହେଲେ ଗ୍ରାମପଞ୍ଚାୟତରେ ଶକ୍ତିଶାଳୀ ଶାସନ ପ୍ରଶିକ୍ଷିତ ‘ଆଦି କର୍ମଯୋଗୀ’ ମାଧ୍ୟମରେ ଯୋଜନା ପ୍ରସ୍ତୁତି, କାର୍ଯ୍ୟାନୁଷ୍ଠାନ ଓ ନିରୀକ୍ଷଣରେ ସହଯୋଗ କରିବା ଜରୁରୀ ବୋଲି କୁହାଯାଇଥିଲା।
ସେହିପରି ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ସମାଜିକ ସୁରକ୍ଷା ଇତ୍ୟାଦି ସରକାରୀ ଯୋଜନା ବିଷୟରେ ଆଦିବାସୀ ଲୋକଙ୍କୁ ସଚେତନ ବା ଜନଜାଗରଣ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିଲା। ନିଜର ପରମ୍ପରା, ଐତିହ୍ୟ ଓ ଜ୍ଞାନ ପ୍ରତି ଗର୍ବ ବଢ଼ାଇବା ସହିତ ଆଧୁନିକ କୌଶଳର ସମନ୍ବୟ ରଖିବା ଯାହାକି ଜନଜାତିଙ୍କ ସଂସ୍କୃତିର ସୁରକ୍ଷା ହୋଇପାରିବ ବୋଲି କୁହାଯାଇଥିଲା। ସରକାରୀ ସେବା ଗ୍ରାମବାସୀଙ୍କ ପହଞ୍ଚୁଥିବାକୁ ନିଶ୍ଚିତ କରିବା ହେଉଛି ସରକାର ଓ ଲୋକଙ୍କ ମଧ୍ୟରେ ସେତୁ ସ୍ଥାପନ କରିବା ବୋଲି ଏହି ଅଭିଯାନର ମୂଳ ଲକ୍ଷ୍ୟ ହୋଇପାରିବ।
ବୃତ୍ତିଗତ ପ୍ରଶିକ୍ଷଣ, ଉଦ୍ୟମିତା ଓ ନିଜେ-ରୋଜଗାର ସୁଯୋଗ ସୃଷ୍ଟି କରିବା ହିଁ ଜୀବିକା ଓ କୌଶଳ ବିକାଶ ବୋଲି କର୍ମଶାଳାରେ କୁହାଯାଇଥିଲା।
ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଉଛି। ଯାହାକି
ଆଦି କର୍ମଯୋଗୀ ଅଭିଯାନର ଲକ୍ଷ୍ୟ ହେଉଛି ଯୁବଶକ୍ତିଙ୍କୁ ସଶକ୍ତ କରିବା, ଲୋକଙ୍କୁ ଶାସନରେ ଅଂଶୀଦାର କରିବା ଓ ଆଦିବାସୀ ସମାଜର ସମଗ୍ର ଉନ୍ନତି କରିବା। ଏଥିପାଇଁ ଉକ୍ତ ବ୍ଲକର ୨୫ ପଞ୍ଚାୟତରେ ୪୪ଟି ଗ୍ରାମକୁ ଆଦି ଗ୍ରାମ ଭାବେ ଚୟନ କରାଯାଇଛି ଏବଂ ସେଠାରେ ଆଦି କେନ୍ଦ୍ର ଖୋଳାଯାଇ ଗାଁ ଲୋକଙ୍କ ବୈଠକ ଓ ଗାଁର ସର୍ବାଙ୍ଗୀନ ଉର୍ନ୍ନତି ପାଇଁ ସେଠାରେ ଆଲୋଚନା ଓ ନିଷ୍ପତି ଗ୍ରହଣ କରାଯାଇ ସରକାରଙ୍କୁ ଜଣାଯିବ। ସରକାର ମଧ୍ୟ ଗାଁ ଲୋକଙ୍କ ନିଷ୍ପତି ପ୍ରକାରେ ଗାଁର ବିକାଶ କରିପାରିବେ ବୋଲି କର୍ମଶାଳାରେ କୁହାଯାଇଥିଲା। କର୍ମଶାଳା ଆଜି ଉଦଯାପିତ ହେବ ବୋଲି ବିଡ଼ିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିତ୍ତୀୟ ନିଅଣ୍ଟ ୨୩,୬୫୦ କୋଟିରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର,୧୬।୯ (ରବିନାରାୟଣ ଜେନା): ରାଜ୍ୟର ଆର୍ଥିକ ପରିସ୍ଥିତିରେ ସୁଧାର ଆସୁନାହିଁ। କେନ୍ଦ୍ରୀୟ ଅନୁଦାନ ହାର ବର୍ଷକୁ ବର୍ଷ କମୁଥିବାବେଳେ ରାଜ୍ୟର ନିଜସ୍ବ ଉତ୍ସରୁ କମ୍‌ ପରିମାଣ ରାଜସ୍ବ…

ଆସାମ, ମିଜୋରାମ, ମହାରାଷ୍ଟ୍ର ଯିବ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୬।୯(ତ୍ରିନାଥ ମହାନ୍ତି): ୨୦୨୨ ମସିହାରେ ଆସାମର କାଚାର ଜିଲାରୁ ୨ଟି ଶାବକ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲାରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର…

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?