Posted inଖେଳ

ଏସିଆ କପ ପାଇଁ ଭାରତର ଐତିହାସିକ ପଦକ୍ଷେପ, ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି, ରାଜୀବ ଶୁକ୍ଲା ଯିବେ ପାକିସ୍ତାନ

ନୂଆଦିଲ୍ଲୀ,୨୬।୮: ପାକିସ୍ତାନ ଏବଂ ଶ୍ରୀଲଙ୍କା ମାଟିରେ ଅନୁଷ୍ଠିତ ହେବ ଏସିଆ କପ। ଏହି ସମୟରେ ଖବର ରହିଛି ଯେ, ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପାକିସ୍ତାନ ଗସ୍ତ କରିବେ। ସେପ୍ଟେମ୍ବର ୪ରେ ଲାହୋରରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ରୋଜର ବିନ୍ନି ଏବଂ ରାଜୀବ ଶୁକ୍ଲା ସାମିଲ ହେବେ। ଏହି ପଦକ୍ଷେପକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ସହ ଜଡିତ ସମ୍ପର୍କକୁ ସୁଦୃ କରିବା ପାଇଁ ଏକ ପଦକ୍ଷେପ ବୋଲି ମଧ୍ୟ କୁହାଯାଇପାରେ। ଅଗଷ୍ଟ ୩୦ରୁ ଏସିଆ କପ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନରେ ଖେଳାଯିବ।

ଏସିଆ କପ ଆୟୋଜନ କରିବାର ଅଧିକାର ଏଥର ପାକିସ୍ତାନରେ ଥିଲା। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଭାରତ ପାକିସ୍ତାନକୁ ଟିମ୍‌ ପଠାଇବାକୁ ମନା କରିଦେଇଛି। ବହୁ ବିବାଦ ପରେ ପାକିସ୍ତାନ ସହିତ ଶ୍ରୀଲଙ୍କାରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏସିଆ କପର ୫ଟି ମ୍ୟାଚ ପାକିସ୍ତାନରେ ଏବଂ ୯ଟି ଶ୍ରୀଲଙ୍କାରେ ଖେଳାଯିବ। ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ କେବଳ ଶ୍ରୀଲଙ୍କାରେ ଖେଳିବ। ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ ପାକିସ୍ତାନରେ ମଧ୍ୟ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୭ ମାସ ହେଲା ତୁର୍କେଲ ପୋଲରେ ଯାତାୟାତ ବନ୍ଦ: କଂଗ୍ରେସ ପରେ ବିଜେଡିର ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ତୁର୍କେଲ ତେଲନଦୀ ଉପରେ ପୋଲ ନିର୍ମାଣ ଦାବି ତେଜିବାରେ ଲାଗିଛି। କଂଗ୍ରେସ ପରେ ଏବେ ବିଜେଡି…

ଏହି କ୍ଷେତ୍ରରେ ନୂଆପଡ଼ା ଜିଲା ରାଜ୍ୟରେ ପ୍ରଥମ: ଚାରିଆଡ଼ୁ ପ୍ରଶଂସା

ନୂଆପଡ଼ା,୧୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।…

ଏହି ଜିଲାରେ ଆଜିଠୁ ୫ ଦିନ ଯାଏ ସ୍କୁଲ, କଲେଜ ଛୁଟି

ଭୁବନେଶ୍ୱର,୧୮।୩: ବୌଦ୍ଧରେ ଆଜିଠୁ ୨୨ତାରିଖ ଯାଏ ସ୍କୁଲ, କଲେଜ ଛୁଟି ଘୋଷଣା। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।…

ଏସ୍‌ସିବି ରୋଗୀଙ୍କ ଖାଦ୍ୟରୁ ବାହାରିଲା ବେଙ୍ଗ: ଭିଡିଓ ଭାଇରାଲ ପରେ ଚର୍ଚ୍ଚା ବଢ଼ିଲା

କଟକ,୧୮।୪(ଶିଳ୍ପା ପ୍ରିୟଦର୍ଶିନୀ):ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟରୁ ବେଙ୍ଗ ବାହାରିବା ଘଟଣା ଏବେ ସାମ୍ନାକୁ ଆସିଛି। ତେବେ ଏହି ଖାଦ୍ୟ ଏସ୍‌ସିବି ମେଡିକାଲ ପରିସରରେ ଥିବା ଏକ କ୍ୟାଣ୍ଟିନର…

ନବଗଠିତ ଲୋଇସିଂହା ଏନଏସିରେ ଟେଣ୍ଡର ଫିକ୍ସିଂ ଅଭିଯୋଗ: ଲୁଚାଛପାରେ….

ଲୋଇସିଂହା,୧୮।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲାର ନବଗଠିତ ଲୋଇସିଂହା ଏନଏସିରେ ସଫେଇ କାମ ଓ ଉପକରଣ ଯୋଗାଣରେ ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ହେଉଛି। ଗତ ଫେବୃୟାରୀ ୨୫ ତାରିଖରେ…

ଚାଷୀଙ୍କୁ ମିଳିନି ବୀମା କ୍ଷତିପୂରଣ: ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଏଠାରେ ଧାନବିକ୍ରି ସମସ୍ୟା ସାଧାରଣରେ ପରିଣତ ହୋଇଥିବାବେଳେ ଅଦିନିଆଁ ବର୍ଷା, କରାମାଡ଼, ରୋଗପୋକ ଉପଦ୍ରବରୁ ଫସଲକ୍ଷତି ଚାଷୀଙ୍କ…

ବେଲୁ ନାହିଁ, ବେଲେଇ ହଉଛନ୍ତି: ବିଜୁବାବୁଙ୍କ ମଥାରେ କଳଙ୍କର ଟିକା ଲଗାଇଥିବା ପରିବାର ଏବେ…

ଭୁବନେଶ୍ୱର,୧୮ା୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ନେଇ କିଛିଦିନ ହେବ ରାଜ୍ୟ ରାଜନୀତିରେ ଅନେକ ବିତର୍କ ଚାଲିଛି। କିଏ ବିଜୁଙ୍କୁ ସିଆଇଏ ଏଜେଣ୍ଟ କହିଲାଣି ତ, ଆଉ…

ସକାଳୁ ସକାଳୁ ଭାରତକୁ ଖସିଖବର ଦେଲେ ଟ୍ରମ୍ପ, କଲେ ବଡ଼ ଘୋଷଣା, ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୧୮।୪: ଭାରତକୁ ରୁଷୀୟ ତୈଳ ଉପରେ ଏକ ଭଲ ଖବର ମିଳିଛି। ପଶ୍ଚିମ ଏସୀୟ ବିବାଦ ଏବଂ ଇନ୍ଧନ ସଙ୍କଟ ମଧ୍ୟରେ, ଆମେରିକା ଏକ ବଡ଼ ୟୁ-ଟର୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri