Posted inଖେଳ

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ନିଷ୍ପତ୍ତି ନେଲା ବିସିସିଆଇ, ଆଇପିଏଲ ଫ୍ରାଞ୍ଚାଇଜ୍‌ଙ୍କୁ ଦେଲା ଏହି ଚେତାବନୀ

ନୂଆଦିଲ୍ଲୀ,୧୭।୨: ଆଗାମୀ କିଛି ମାସ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଏହି ସିରିଜ ପରେ ଭାରତୀୟ ଖେଳାଳିମାନେ ଆସନ୍ତା ୩ମାସ ପାଇଁ ବିଶ୍ୱର ସବୁଠୁ ବଡ କ୍ରିକେଟ ଲିଗ ଆଇପିଏଲରେ ବିଭିନ୍ନ ଦଳ ସହିତ ଖେଳୁଥିବା ଦେଖିବାକୁ ମିଳିବ। ଆଇପିଏଲ ପରେ ତୁରନ୍ତ ଭାରତକୁ ଟି -୨୦ ବିଶ୍ୱକପ୍‌ ୨୦୨୪ ରେ ଭାଗ ନେବାକୁ ପଡିବ। ଖେଳାଳିଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ବିସିସିଆଇ କିଛି ବିଶେଷ ନିଷ୍ପତ୍ତି ନେଇଛି।

ବିସିସିଆଇ ସଚିବ ଜୟ ଶାହା ଘୋଷଣା କରିସାରିଛନ୍ତି ଯେ ରୋହିତ ଶର୍ମାଙ୍କୁ ଟି -୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ଅଧିନାୟକ ଭାବେ ନଜର ଆସିବେ। ବର୍ତ୍ତମାନ, ଆଇପିଏଲ ପୂର୍ବରୁ ଖେଳାଳିଙ୍କ କାର୍ଯ୍ୟଭାରକୁ ବିଚାର କରି ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜ୍‌ଙ୍କୁ ବିଶେଷ ନିର୍ଦ୍ଦେଶ ଦେଇଛି । ଏହି ସୂଚନା ପ୍ରଦାନ କରି ପିଟିଆଇ ସହ କଥାବାର୍ତ୍ତା ବେଳେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ , ଆଇପିଏଲ ଫ୍ରାଞ୍ଚାଇଜ କେନ୍ଦ୍ରୀୟ ଚୁକ୍ତିନାମା ଖେଳାଳିଙ୍କ ପାଇଁ ବିସିସିଆଇ ଦ୍ୱାରା ନିର୍ମିତ କାର୍ଯ୍ୟଭାର ପରିଚାଳନା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ।

ବିସିସିଆଇ ସଚିବ ଜୟ ଶାହା ଆହୁରି କହିଛନ୍ତି ଯେ, ବୋର୍ଡର ଏକ ଆଦେଶ ଅଛି। ବୋର୍ଡ ହେଉଛି ସର୍ବୋଚ୍ଚ ସଂସ୍ଥା ଏବଂ ସେ ଯାହା ନିଷ୍ପତ୍ତି ନିଅନ୍ତି, ଫ୍ରାଞ୍ଚାଇଜ ମାନଙ୍କୁ ଏହାକୁ ଅନୁସରଣ କରିବାକୁ ପଡିବ । ଆମେ ଫ୍ରାଞ୍ଚାଇଜ ଉପରେ। ଜୟ ଶାହା ଏହା ମଧ୍ୟ କହିଛନ୍ତି , ଯଦି ଖେଳାଳି ଆଇପିଏଲରେ ଖେଳିବାକୁ ଚାହାଁନ୍ତି, ତେବେ ତାଙ୍କୁ ରଣଜୀ ଟ୍ରଫିରେ ଉପସ୍ଥିତ ହେବାକୁ ପଡିବ ଏବଂ ତାଙ୍କ ରାଜ୍ୟ ପାଇଁ ଖେଳିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା, ତେଜିଲା ଅସନ୍ତୋଷ

ବରଗଡ଼,୨୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ୧୯ରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କାରଖାନା କର୍ତ୍ତୃପକ୍ଷ ଏ ନେଇ ଗତ ୧୯ ତାରିଖ ଭାରତ…

ଅର୍ଥ ବିଭାଗର ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ତାଲିକାରେ ଏବେ ୧୪

ଭୁବନେଶ୍ୱର,୨୪।୬(ରବିନାରାୟଣ ଜେନା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟାନ୍ବୟନ କରିବାରେ ଅବହେଳା ପ୍ରଦର୍ଶନ କରିବା ଏବେ ୮ଟି ବ୍ୟାଙ୍କକୁ ମହଙ୍ଗା ସାବ୍ୟସ୍ତ…

ସଂଶୋଧିତ ତାଲିକାରେ ବି ବଢ଼ିଲା ତ୍ରୁଟି: ଦକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଢ଼ୁଛି ବିବାଦ। ପ୍ରତିଦିନ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପାଠ୍ୟପୁସ୍ତକରେ ତ୍ରୁଟି…

ଭାଜପା ବୁଥ୍‌ ସଭାପତିଙ୍କୁ ବିଚ୍‌ ରାସ୍ତାରେ ନିର୍ମମ ହତ୍ୟା: କାଠ ଫାଳିଆରେ ବାଡେଇ ବାଡେଇ ମାରିଦେଲେ…

ମହାକାଳପଡ଼ା,୨୪।୬( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ ରାମନଗର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ…

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ଟ୍ୟୁସନ ବାହାନାରେ ନାବାଳକଙ୍କୁ ବଳାତ୍କାର କରି ଫସିଲେ ଶିକ୍ଷକ, ପୂରା ଘଟଣା ଜାଣିଲେ…

କଟକ,୨୪।୬(ପ୍ରଭୁ କଲ୍ୟାଣ ପାଲ): ଅପ୍ରାକୃତିକ ଯୌନ ଲାଳସା ହେଲା କାଳ। ନାବାଳକଙ୍କୁ ବଳାତ୍କାର କରି ଫସିଲେ ଉର୍ଦ୍ଦୁ ଶିକ୍ଷକ। ଟ୍ୟୁସନ ବାହାନାରେ ନାବାଳକକୁ ବାରମ୍ବାର ପକାଉଥିଲେ ଲୋଲୁପ…

୯ରେ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୨୪।୬ (ରବିନାରାୟଣ ଜେନା): ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍‌ ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ…

୪ରେ ଆସିପାରନ୍ତି ଅମିତ୍‌ ଶାହା

ଭୁବନେଶ୍ୱର,୨୪।୬ (ସୁନିତ୍‌ ମିଶ୍ର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଶାହାଙ୍କ ରାଜ୍ୟ ଗସ୍ତ ନେଇ ପ୍ରସ୍ତାବନା ରହିଛି। ମାତ୍ର…

ଦୁର୍ବୃତ୍ତଙ୍କ ଟାର୍ଗେଟରେ ମନ୍ଦିର; ରାମ ମନ୍ଦିର ହୁଣ୍ଡି ତାଡ଼ି ଲକ୍ଷାଧିକ ଟଙ୍କା ଚୋରି

ଛତ୍ରପୁର, ୨୪।୬ (ଦିଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ନିକଟରେ ଅବସ୍ଥିତ ଶ୍ରୀରାମ ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ବୁଧବାର ସକାଳେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri