Posted inଖେଳ

BCCI ଆଣିଲା ନୂଆ ନିୟମ, ଏଣିକି ଗମ୍ଭୀର ଆଘାତ ଯୋଗୁ…

ନୂଆଦିଲ୍ଲୀ,୧୬।୮: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନିକଟରେ ଇଂଲଣ୍ଡ ଗସ୍ତରେ ଗମ୍ଭୀର ଆଘାତର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଲର୍ଡସ ଟେଷ୍ଟ ସମୟରେ ଉଇକେଟ କିପିଂ ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହାପରେ ମାଞ୍ଚେଷ୍ଟର ଟେଷ୍ଟରେ ତାଙ୍କ ଗୋଡ଼ରେ ଗମ୍ଭୀର ଆଘାତ ଲାଗିଥିଲା, ଯାହାଫଳରେ ତାଙ୍କୁ ମଇଦାନ ଛାଡ଼ିବାକୁ ପଡ଼ିଥିଲା। ପନ୍ତଙ୍କ ଆଘାତ ଏଣ୍ଡରସନ-ତେନ୍ଦୁଲକର ଟ୍ରଫି ସିରିଜରେ ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତା ବଢ଼ାଇ ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଆଗାମୀ ଘରୋଇ ସିଜନ ପୂର୍ବରୁ ଏକ ନୂଆ ନିୟମ ଜାରି କରିଛି।
BCCI ଘରୋଇ କ୍ରିକେଟରେ ମଲ୍ଟି-ଡେ’ ମ୍ୟାଚ୍‌ ପାଇଁ ‘ସିରିଅସ ଇଞ୍ଜୁରୀ ରିପ୍ଲେସମେଣ୍ଟ’ ନିୟମ ଆରମ୍ଭ କରିଛି। ଏହି ନିୟମ ୨୦୨୫-୨୬ ସିଜନରୁ ଲାଗୁ ହେବ ଏବଂ ମଲ୍ଟି-ଡେ ଫର୍ମାଟରେ ଆଘାତପ୍ରାପ୍ତ ଖେଳାଳିଙ୍କ ପାଇଁ ରିପ୍ଲେସମେଣ୍ଟ ଅନୁମତି ଦିଆଯିବ। ପନ୍ତଙ୍କ ଆଘାତ ଏହି ନିୟମ ପ୍ରଣୟନ ପାଇଁ BCCIକୁ ପ୍ରେରଣା ଦେଇଛି। ନୂଆ ନିୟମ ଅନୁଯାୟୀ ଯଦି କୌଣସି ଖେଳାଳି ମଲ୍ଟି-ଡେ’ ମ୍ୟାଚ୍‌ ସମୟରେ ଗମ୍ଭୀର ଆଘାତ ହେତୁ ମ୍ୟାଚ୍‌ ଛାଡ଼ିବାକୁ ପଡ଼େ, ତେବେ ଟିମ୍‌ ମ୍ୟାନେଜମେଣ୍ଟ ସମାନ ଯୋଗ୍ୟତା ଥିବା ଜଣେ ଖେଳାଳିଙ୍କୁ ରିପ୍ଲେସମେଣ୍ଟ ଭାବେ ନେଇପାରିବ। ଏହି ରିପ୍ଲେସମେଣ୍ଟ ତୁରନ୍ତ ପ୍ରଭାବୀ ହେବ, କିନ୍ତୁ ଏଥିପାଇଁ ଚୟନ ସମିତି ଏବଂ ମ୍ୟାଚ ରେଫରୀଙ୍କ ଅନୁମୋଦନ ଆବଶ୍ୟକ।
‘ସିରିଅସ ଇଞ୍ଜୁରୀ ରିପ୍ଲେସମେଣ୍ଟ’ ନିୟମ ନିଶ୍ଚିତ କରିବ ଯେ ଆଘାତ ହେତୁ ଟିମ୍‌ର ରଣନୀତି ଉପରେ ପ୍ରଭାବ ନ ପଡ଼େ ଏବଂ ଖେଳର ମାନ ଅକ୍ଷୁର୍ଣ୍ଣ ରହିବ। ଅହମ୍ମଦାବାଦରେ ଚାଲିଥିବା ଆମ୍ପାୟାର ସେମିନାରରେ ଅମ୍ପାୟାରମାନଙ୍କୁ ଖେଳର ନୂଆ ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଛି। BCCI ସ୍ପଷ୍ଟ କରିଛି ଯେ ସୈୟଦ ମୁଶ୍ତାକ ଅଲୀ କିମ୍ବା ବିଜୟ ହଜାରେ ଟ୍ରଫି ଭଳି ହ୍ବାଇଟ ବଲ ଟୁର୍ନାମେଣ୍ଟରେ ଏଭଳି ରିପ୍ଲେସମେଣ୍ଟ ଅନୁମତି ଦିଆଯିବ ନାହିଁ। ଆଗାମୀ ଆଇପିଏଲ ସିଜନରେ ଏହି ନିୟମ ଲାଗୁ ହେବ କି ନାହିଁ, ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ତେବେ ସିକେ ନାୟଡୁ ଟ୍ରଫି ଭଳି ମଲ୍ଟି-ଡେ ଅଣ୍ଡର-୧୯ ଟୁର୍ନାମେଣ୍ଟରେ ଏହି ନିୟମ ପ୍ରଯୁଜ୍ୟ ହେବ।
ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନିୟମ ଅନୁଯାୟୀ, ରିପ୍ଲେସମେଣ୍ଟ କେବଳ କନକସନ (ମୁଣ୍ଡରେ ଆଘାତ) ହେଲେ ଦିଆଯାଏ। କନକସନ ନିୟମ ଅନୁସାରେ, ଯଦି ଜଣେ ଖେଳାଳି ଏହି କାରଣରୁ ମ୍ୟାଚ ଛାଡ଼ନ୍ତି, ତେବେ ସେ ୭ ଦିନ ପର୍ଯ୍ୟନ୍ତ କୌଣସି ମ୍ୟାଚ୍‌ ଖେଳିପାରିବେ ନାହିଁ। କ୍ରିକେଟ ନିୟମ ଅନୁଯାୟୀ, କନକସନ ସବଷ୍ଟିଟ୍ୟୁଟ ତେବେ ଲାଗୁ ହୁଏ, ଯେତେବେଳେ ଖେଳାଳିଙ୍କ ମୁଣ୍ଡରେ ଆଘାତ ଲାଗେ ଏବଂ ସେ ଖେଳ ଜାରି ରଖିବାରେ ଅସମର୍ଥ ହୁଅନ୍ତି। ଏହି ନୂଆ ନିୟମ ଭାରତୀୟ କ୍ରିକେଟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି, ଯାହା ଖେଳାଳିଙ୍କ ନିରାପତ୍ତା ଏବଂ ଟିମ୍‌ର ପ୍ରଦର୍ଶନକୁ ସୁନିଶ୍ଚିତ କରିବ।

Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଯୋଗଦେଲେ ମନ୍ତ୍ରୀ: ଚାଷୀଙ୍କ ଉପସ୍ଥିତି ନଗଣ୍ୟ, ଖାଲି ପଡ଼ିଲା ଅଧିକାଂଶ ଚେୟାର

ପାଟଣା, ୬/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲାର ସାହାରପଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼ବିଲ ପଞ୍ଚାୟତ ପଡ଼ିଆରେ ଶୁକ୍ରବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ…

ଭୀଷ୍ମଗିରି ଗ୍ରାମରୁ ବିପୁଳ ପରିମାଣର ବାଣ ଜବତ : ଜଣେ ଅଭିଯୁକ୍ତ ଗିରଫ             

ଦିଗପହଣ୍ଡି,୬|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଭୀଷ୍ମଗିରି ଗ୍ରାମ ବଡ଼ଦାଣ୍ଡ ସାହିର ଜଣେ ବ୍ୟକ୍ତିଙ୍କ ରାସନ୍ ଦୋକାନରେ ଚଢ଼ାଉ କରି ବେଆଇନ ଭାବେ…

ଇନଷ୍ଟାଗ୍ରାମ୍ ରେ ନାବାଳିକା ଙ୍କ ଆପତ୍ତିଜନକ ନଗ୍ନ ଫଟୋ: ଭିଡ଼ିଓ ଭାଇରାଲ ଅଭିଯୋଗ, ଅଭିଯୁକ୍ତ ଜେଲ ଗଲେ   

ଦିଗପହଣ୍ଡି,୬|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣେ ନାବାଳିକା ଙ୍କ ଆପତ୍ତିଜନକ ଫଟୋ ଭିଡ଼ିଓ ଇନଷ୍ଟାଗ୍ରାମ୍ ଜରିଆରେ ହାସଲ କରିବା ପରେ ଟଙ୍କା ପାଇଁ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କା ହଡ଼ପ ମାମଲା: କ୍ୟାସିୟର ଶଶିକାନ୍ତ ରଣା ନିଲମ୍ବିତ, ଭିଜିଲାନ୍ସ ତଦନ୍ତ ସହ…

ଡେରାବିଶ,୬।୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ବହୁଚର୍ଚ୍ଚିତ ସରକାରୀ ଅର୍ଥ ହଡ଼ପ ମାମଲାରେ କ୍ୟାସିୟର ଶଶିକାନ୍ତ ରଣାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…

ଆମ୍ବ ବୁରେଇରେ ଚାଲିଥିଲା ଗଞ୍ଜେଇ କାରବାର, ମାଡ଼ି ବସିଲା ପୋଲିସ୍

ବରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ୍ ଶୁକ୍ରବାର ସ୍ଥାନୀୟ ଚୋରଗ୍ରିଣ୍ଡୋଲା ଗାଁ ଶେଷରେ ଆମ୍ବବୁରେଇଠାରେ ଚଢ଼ାଉ କରି ୫୨ କେଜି ୨୦୦ ଗ୍ରାମ ଗଞ୍ଜେଇ…

୧.୧୫ ଲକ୍ଷ ଲାଞ୍ଚ ମାଗି ଫସିଗଲେ ବଲାଙ୍ଗିର ସରକାରୀ ITI ପ୍ରିନ୍ସିପାଲ୍: ରେଡ୍‌ହାଣ୍ଡେଡ୍ ଧରାପଡ଼ିଲେ, ୩ ସ୍ଥାନରେ ଭିଜିଲାନ୍ସର…

ବଲାଙ୍ଗୀର,୬।୧୧(ସୁନିଲ କୁମାର ମହାନ୍ତି): ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ସରକାରୀ ଆଇଟିଆଇ (ITI) ପ୍ରିନ୍ସିପାଲ୍ ସୁରେଶ କୁମାର…

ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ: ଭକ୍ତ ଦାସ,ଗିଡିପାବାଲି ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି

ଭଞ୍ଜନଗର, ୬/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାରେ ଭୟାବହ ବନ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଲୋକେ ଏବେ ବି ନାନା ଦୁର୍ଦ୍ଦଶାର ସମ୍ମୁଖୀନ…

ଭିସି ମାଧ୍ୟମରେ ୭ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ: ପାଟଣା ବ୍ଲକ୍‌ର ୪ ଓ ସାହାରପଡ଼ା ବ୍ଲକ୍‌ର ୩ ବିଦ୍ୟାଳୟ ସାମିଲ

ପାଟଣା, ୬/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସଠାରେ ଭିଡିଓ କନ୍‌ଫରେନ୍ସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?