Posted inଖେଳ

ବିଶ୍ୱବିଜେତା ମହିଳା କ୍ରିକେଟ ଦଳ ସମ୍ବର୍ଦ୍ଧିତ: ସଚିନ କହିଲେ, ତୁମେମାନେ ଦେଶ ପାଇଁ ପ୍ରେରଣା

ଅହମ୍ମଦାବାଦ,୧।୨: ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମହିଳା ଅଣ୍ଡର-୧୯ ଟି-୨୦ ବିଶ୍ୱକପ ବିଜେତା ଦଳକୁ ପୁରସ୍କୃତ କରିଛି। ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଏହି ସମାରୋହରେ ବିସିସିଆଇ ଖେଳାଳିଙ୍କୁ ପୁରସ୍କାର ସ୍ବରୂପ ପାଞ୍ଚ କୋଟି ଟଙ୍କା ଦେଇଥିଲା। ଏହି କାର୍ଯ୍ୟକ୍ରମରେ ବିସିସିଆଇ ସଭାପତି ରୋଜର ବିନି, ଉପସଭାପତି ରାଜୀବ ଶୁକ୍ଲା ଏବଂ ସଚିବ ଜୟ ଶାହା ଉପସ୍ଥିତ ଥିଲେ।
ଯୁବ ମହିଳା କ୍ରିକେଟରଙ୍କୁ ସମ୍ବୋଧିତ କରି ସଚିନ ତେନ୍ଦୁଲକର କହିଛନ୍ତି, ମୁଁ ଅଣ୍ଡର -୧୯ ଦଳକୁ ଅଭିନନ୍ଦନ ଜଣାଉଛି। ଏହା ଏକ ଚମତ୍କାର ସଫଳତା। ସମଗ୍ର ଦେଶ ଏହି ବିଜୟ ଉତ୍ସବ ପାଳନ କରୁଛି ଏବଂ ଲୋକମାନେ ଭବିଷ୍ୟତରେ ଏଥିରୁ ଅନେକ ପ୍ରେରଣା ନେଇପାରିବେ। ଏହି ବିଶ୍ୱକପ ଜିତିବା ଅନେକ ଯୁବତୀଙ୍କୁ କ୍ରିକେଟକୁ ଆସିବାକୁ ପ୍ରେରଣା ଦେଇଛି।
ଏହା ବ୍ୟତୀତ ସଚିନ ତେନ୍ଦୁଲକର ଆଗାମୀ ମହିଳା ପ୍ରିମିୟର ଲିଗକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି -ଡବ୍ଲ୍ୟୁପିଏଲ୍‌ ଏକ ବହୁତ ବଡ ଟୁର୍ନାମେଣ୍ଟ। ମୁଁ ପୁରୁଷ ଏବଂ ମହିଳାଙ୍କ ପାଇଁ ସମାନ ଭାବରେ ଭାବୁଛି। ଏହି ଟୁର୍ନାମେଣ୍ଟ ଆୟୋଜନ ପାଇଁ ମୁଁ ବିସିସିଆଇ ଏବଂ ମହିଳା ଖେଳାଳିଙ୍କୁ ଅଭିନନ୍ଦନ ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଶାନଙ୍କ ସହ ମନଖୁସିରେ ନାଚିଲେ କୋହଲି

କୋଲକାତା,୧୩।୧: ସେଲିବ୍ରେଶନ ମୁଡ୍‌ରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ଇଡେନ ଗାଡେନ୍ସରେ ଖେଳାଯାଇଥିବା ମ୍ୟାଚ୍‌ ପରେ ସେ ଓପନର୍‌...

ହାର୍ଦ୍ଦିକଙ୍କ ପ୍ରତି ବର୍ଣ୍ଣବୈଷମ୍ୟ କମେଣ୍ଟକୁ ବିରୋଧକଲେ ଫ୍ୟାନ୍ସ

ନୂଆଦିଲ୍ଲୀ,୩।୧- ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ତାଙ୍କ ବାନ୍ଧବୀ ସର୍ବୀୟ ଅଭିନେତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କ ସହ ନିର୍ବନ୍ଧ ହୋଇଛିି। ସୋସିଆଲ ମିଡିଆରେ କିଛି ଫଟୋ ଶେୟାରକରି...

ନୂଆ ଆଇପିଏଲ ଦଳ ପାଇଁ ଇ-ବିଡିଂ ଯୋଜନା କରୁଛି ବିସିସିଆଇ

ମୁମ୍ବାଇ,୧୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅକ୍ଟୋବର ୧୭ ତାରିଖରେ ଦୁଇ ନୂଆ ଆଇପିଏଲ ଦଳ ଲାଗି ବିଡିଂ ପ୍ରକ୍ରିୟା ଆୟୋଜନ କରାଯିବ। ତେବେ...

ରମିଜଙ୍କ ମୁହଁ ବନ୍ଦ କଲେ ବାବର, କହିଲେ-ଦିନକରେ ବଦଳି ପାରିିବୁ ନାହିଁ

କରାଚି,୨୧।୧୨: ଘରୋଇ ମଇଦାନରେ ଇଂଲଣ୍ଡଠାରୁ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ପାକିସ୍ତାନ ଟିମ୍‌ । ଟେଷ୍ଟ ଇତିହାସରେ ପ୍ରଥମ ଥର ଲାଗି ସିରିଜକୁ ୩-୦ରେ କ୍ଲିନ୍‌...

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଥାନ ପାଇଲା ମହିଳା କ୍ରିକେଟ

ମେଲବୋର୍ନ,୧୩।୮(ପିଟି)- ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେବାକୁ ଯାଉଛି ମହିଳା କ୍ରିକେଟ୍‌। ୨୦୨୨ରେ ବର୍ମିଂହାମ ସଂସ୍କରଣରେ ମହିଳା ଟି୨୦ ସାମିଲ କରାଯିବା ନେଇ...

ଧୋନୀଙ୍କ ଝିଅକୁ ସ୍ବତନ୍ତ୍ର ଉପହାର ପଠାଇଲେ ମେସି

ନୂଆଦିଲ୍ଲୀ,୨୮।୧୨:ଫିଫା ବିଶ୍ୱକପ ୨୦୨୨ ଜିତି ଆର୍ଜେଣ୍ଟିନା ଇତିହାସ ସୃଷ୍ଟି କରିଛି। ପେନାଲ୍ଟି ସୁଟଆଉଟରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ୪-୨ରେ ପରାସ୍ତ କରିବା ପରେ ଲିଓନେଲ ମେସିଙ୍କ...

ଗୋଲାପୀ ବଲ୍‌ର ଉତ୍କଣ୍ଠା

କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ। ଆସନ୍ତା ୨୨ ତାରିଖରୁ ଖେଳାଯିବାକୁ ଥିବା...

ଅଷ୍ଟ୍ରେଲିଆ ଟି୨୦ ଦଳର ଜର୍ସି ଚୟନ କରିବେ ଫ୍ୟାନ

ମେଲବୋର୍ନ, ୨୦।୩- ଅଷ୍ଟ୍ରେଲିଆନ ପ୍ରଶଂସକ ଏବେ ଜାତୀୟ ଦଳର ଟି୨୦ ଜର୍ସି ଚୟନ କରିପାରିବେ। ‘ଡିଜାଇନ ଦି କିଟ୍‌’ ଅନଲାଇନ ପ୍ରୋଗ୍ରାମରେ ଫ୍ୟାନଙ୍କ ଦ୍ୱାର ପ୍ରସ୍ତୁତ...

Advertisement
Archives

Model This Week