Posted inଖେଳ

ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ବଡ଼ ଝଟ୍‌କା ଦେଲା BCCI

ନୂଆଦିଲ୍ଲୀ,୧୯।୩: ନିକଟ ଅତୀତରେ ବିସିସିଆଇର ନୂତନ ଯାତ୍ରା ନୀତିକୁ ବହୁତ ସମାଲୋଚନା କରି ଅନେକ କିଛି କହିଥିଲେ। ଯାହା ପରେ ବିସିସିଆଇ ଏହାର ନୀତି ପରିବର୍ତ୍ତନ କରିପାରେ ବୋଲି ରିପୋର୍ଟ ଆସିଥିଲା, କିନ୍ତୁ ଏବେ ଏ ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ପରେ ବିସିସିଆଇ ଲାଗୁ ହୋଇଥିବା ’ପରିବାର ନୀତି’ର ପୁନର୍ବିଚାର କରୁଛି ବୋଲି ଦାବି କରାଯାଉଥିବା ରିପୋର୍ଟକୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଚିବ ଦେବଜିତ ସାଇକିଆ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।
ବିସିସିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଦେଶ ଗସ୍ତ ସମୟରେ ଖେଳାଳିଙ୍କ ପରିବାରକୁ ଏକ ର୍ନିଦ୍ଦିଷ୍ଟ ସମୟ ପରେ ଦଳ ସହିତ ରହିବାକୁ ଅନୁମତି ଦିଆଯିବ ନାହିଁ। ତଥାପି ବିରାଟ କୋହଲିଙ୍କ ସମାଲୋଚନା ପରେ କିଛି ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇ ଏହି ନୀତିରେ ପରିବର୍ତ୍ତନ ଆଣିବାକୁ ବିଚାର କରୁଛି। କିନ୍ତୁ ସଚିବ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ନୀତି ବଜାୟ ରହିବ ଏବଂ ଏଥିରେ ବର୍ତ୍ତମାନ ପାଇଁ କୌଣସି ପରିବର୍ତ୍ତନ ହେବ ନାହିଁ।
ବିସିସିଆଇ ସଚିବ କ’ଣ କହିଲେ?
ସାଇକିଆ କ୍ରିକବଜ୍‌କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ’ଏହି ସମୟରେ, ବିଦ୍ୟମାନ ନୀତି ବଜାୟ ରହିବ, କାରଣ ଏହା ଆମ ଦେଶ ଏବଂ ସଂଗଠନ, ବିସିସିଆଇ ଉଭୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।’ ସେ ଆହୁରି କହିଛନ୍ତି, ’ବିସିସିଆଇ ସ୍ବୀକାର କରେ ଯେ କିଛି ଅସନ୍ତୋଷ କିମ୍ବା ଭିନ୍ନ ମତ ଥାଇପାରେ, କାରଣ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକଙ୍କର ମତ ପ୍ରକାଶ କରିବାର ଅଧିକାର ଅଛି।’ ଏହି ନୀତି ସମସ୍ତ ଦଳର ସଦସ୍ୟ – ଖେଳାଳି, ପ୍ରଶିକ୍ଷକ, ପରିଚାଳକ, ସହାୟକ କର୍ମଚାରୀ ଏବଂ ସମ୍ପୃକ୍ତ ସମସ୍ତଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ଏବଂ ସମସ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରାଯାଇଛି।’ ସାଇକିଆ ଏହା ମଧ୍ୟ କହିଛନ୍ତି ଯେ ଏହି ନୀତି ରାତାରାତି ତିଆରି ହୋଇନାହିଁ। ସେ କହିଥିଲେ, ’ଏହି ନୀତି ଦଶନ୍ଧି ଧରି ପ୍ରଚଳିତ, ଆମର ଅଧ୍ୟକ୍ଷ ରୋଜର ବିନିଙ୍କ ଖେଳ ସମୟରୁ – ଏବଂ ହୁଏତ ତା’ ପୂର୍ବରୁ ମଧ୍ୟ।’
ବିସିସିଆଇର ପରିବାର ନୀତି କ’ଣ?
ବିସିସିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ବିଦେଶ ଗସ୍ତ ୪୫ ଦିନରୁ ଅଧିକ ସମୟ ପାଇଁ ହୁଏ, ତେବେ ଖେଳାଳିଙ୍କ ପରିବାରକୁ ’ସର୍ବାଧିକ ଦୁଇ ସପ୍ତାହ’ ପାଇଁ ଦଳ ସହିତ ରହିବାକୁ ଅନୁମତି ଦିଆଯିବ। ସାଇକିଆ କହିଛନ୍ତି, ‘ନୂତନ ନୀତି ପୂର୍ବ ନୀତିର ଏକ ସଂଶୋଧିତ ସଂସ୍କରଣ, ଯେଉଁଥିରେ ଖେଳାଳିଙ୍କ ଅଭ୍ୟାସ ଅଧିବେଶନ, ମ୍ୟାଚ ସୂଚୀ, ଗସ୍ତ, ଉପକରଣ, ଦଳଗତ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ସହାୟକ କାର୍ଯ୍ୟକଳାପ ସହିତ ଜଡିତ ବ୍ୟବସ୍ଥା ଅନ୍ତର୍ଭୁକ୍ତ।’ ଦଳର ଏକତା ଏବଂ ସମନ୍ବୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସମସ୍ତ ବ୍ୟବସ୍ଥା କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ବିସିସିଆଇ ବିଦେଶ ଗସ୍ତ ସମୟରେ ଖେଳାଳିଙ୍କ ପରିବାରକୁ ଏକାଠି ରହିବା ପାଇଁ ସମୟ ବୃଦ୍ଧି କରିଛି, କିନ୍ତୁ ବିଶେଷ ପରିସ୍ଥିତିରେ ନିୟମଗୁଡ଼ିକୁ କୋହଳ କରାଯାଇପାରିବ। କିନ୍ତୁ ଏହା କେବଳ ଏକ ପ୍ରକ୍ରିୟା ମାଧ୍ୟମରେ କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri