ରାଜଧାନୀରେ ବ୍ୟାଟେରି ଚୋରି ଗ୍ୟାଙ୍ଗ୍‌ର ଆଡ୍ଡା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାସ୍ତା ପାର୍ଶ୍ୱ, ଘର ଆଗରେ ରହୁଥିବା ବଡ଼ ଓ ଦାମୀ ଗାଡ଼ିରୁ ବ୍ୟାଟେରି ଚୋରି କରୁଥିଲେ। ବିଭିନ୍ନ ଜିଲାରୁ ଏସବୁ ଚୋରି ବ୍ୟାଟେରିକୁ ଭୁବନେଶ୍ୱର ଆଣି ଏକାଠି କରିବା ପରେ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲେ। ରାଜ୍ୟରେ ସକ୍ରିୟ ରହିଥିବା ଏପରି ଏକ ଆନ୍ତଃରାଜ୍ୟ ବ୍ୟାଟେରି ଚୋରି ର଼୍ୟାକେଟକୁ କମିଶନରେଟ ପୋଲିସ ଠାବ କରିଛି। ଚୋରି ବ୍ୟାଟେରିକୁ ଚାଲାଣ ପାଇଁ ଗାଡ଼ିରେ ଲଦାଯାଉଥିବା ବେଳେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ଧରିଛି। ଏଥିସହ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ କୋଲକାତା ଜିଲା ମଲ୍ଲିକ ବଜାର ଥାନାଞ୍ଚଳର ମହମ୍ମଦ ଏସ୍ତ୍ୟାକ୍‌ (୩୫), ଦକ୍ଷିଣ ଚବିଶ ପ୍ରଗଣା ଜିଲା ଡାଇମଣ୍ଡ ହାଓଡା ଥାନା ଅଞ୍ଚଳର ମୁସାରୁଦ୍ଦିନ୍‌ ମୁଲ୍ଲା(୨୪), ଆକ୍ରମ ସେଖ୍‌(୨୪), ସେଖ୍‌ ସବିର୍‌(୩୨), ପଶ୍ଚିମ ମେଦିନପୁର ଜିଲା ବେଲ୍‌ଦା ଥାନାଞ୍ଚଳର ସୁର୍‌ଜିତ ସିଂ ସଇନି(୫୫) ଓ ଗଞ୍ଜାମ ଜିଲା ସଦର ଥାନା ଆସ୍କା ରୋଡ୍‌ର ସେଖ୍‌ ଜାଫର(୨୫)। ଘଟଣାସ୍ଥଳରୁ ଦୁଇଟି ଟ୍ରକ୍‌, ଗୋଟିଏ ପିକ୍‌ଅପ୍‌ ଭ୍ୟାନ ସହ ସେଥିରେ ଲୋଡ୍‌ ଥିବା ୧୫ଶହରୁ ଊର୍ଦ୍ଧ୍ୱ ବ୍ୟାଟେରି ଜବତ ହୋଇଛି। ଏସବୁ ବ୍ୟାଟେରିର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଏନେଇ ପୋଲିସ ଏକ ମାମଲା (ନଂ.୨୩୨/୨୧) ରୁଜୁ କରି ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି।
ପ୍ରାଥମିକ ତଦନ୍ତରୁ ପୋଲିସକୁ ମିଳିଥିବା ସୂଚନାନୁସାରେ, ଗଞ୍ଜାମ, ପୁରୀ, ନୟାଗଡ଼ ସମେତ ରାଜ୍ୟର କେତେକ ଜିଲାରେ ଏହି ଗ୍ୟାଙ୍ଗ୍‌ ସକ୍ରିୟ ରହିଛି। ଜାତୀୟ ରାଜପଥ, ମୁଖ୍ୟ ରାସ୍ତା ପାର୍ଶ୍ୱ ଓ ଘର ଆଗରେ ଅଟକି ରହୁଥିବା ଗାଡ଼ିକୁ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଟାର୍ଗେଟ କରିଥାନ୍ତି। ବିଳମ୍ବିତ ରାତିରେ ସେଥିରୁ ବ୍ୟାଟେରି ଚୋରି କରିବା ପରେ ବିଭିନ୍ନ ସ୍ଥାନରେ ଲୁଚାଇ ରଖି ଭୁବନେଶ୍ୱର ଆଣି ଏକାଠି କରିଥାନ୍ତି। ସମୟ ସୁଯୋଗ ଦେଖି ପଶ୍ଚିମବଙ୍ଗକୁ ଚାଲାଣ କରି ବିପୁଳ ଅର୍ଥ ରୋଜଗାର କରନ୍ତି। ପୋଲିସ ଯାଞ୍ଚରୁ ବର୍ତ୍ତିବା ପାଇଁ ଚାଲାଣରେ ନିୟୋଜିତ ଗାଡ଼ି ଆଗରେ ‘ଅନ୍‌ ଆର୍ମି ଡ୍ୟୁଟି’ ଲେଖୁଥିଲେ। ତେବେ ବୁଧବାର ରାତି ପ୍ରାୟ ୧୨ଟାରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ ବାଇକ୍‌ ଶୋ’ରୁମ୍‌ ନିକଟରେ ଟ୍ରକ ରଖି ସେଥିରେ ଚୋରି ବ୍ୟାଟେରିକୁ ଲଦୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇଥିଲା। ଏହାପରେ ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅଭିଯୁକ୍ତମାନେ ଟ୍ରକ୍‌ ଓ ବ୍ୟାଟେରି ଛାଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଟିମ୍‌ ଘେରିଯାଇ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଗୋଟିଏ ଟ୍ରକ୍‌ ଆଗରେ ସାଦା କାଗଜରେ ‘ଅନ୍‌ ଆର୍ମି ଡ୍ୟୁଟି ଅର୍ଜେଣ୍ଟ’ ବୋଲି ଲେଖାଥିଲା। ତେବେ ଘଟଣାସ୍ଥଳରୁ କେହି ଖସି ଯାଇଥିଲେ କି, ଚୋରି ବ୍ୟାଟେରି କେଉଁଠାରେ ରଖୁଥିଲେ ଓ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦକା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୪ଶହ ଲିଟର ରନ୍ଧାମଦ ଜବତ, ୨ ଗିରଫ

କଟକ ରୋଡ, ୧୫।୧୧(ଡି.ଏନ୍‌.ଏ.): ଭୁବନେଶ୍ୱର ଅବକାରୀ ଓ ମୋବାଇଲ ସ୍କ୍ବାର୍ଡ ଶୁକ୍ରବାର ରାଜଧାନୀର ଚନ୍ଦକା ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୨...

ଝଡବର୍ଷା ନେଇ ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଉତ୍ତରପୂର୍ବ ମଧ୍ୟବର୍ତ୍ତୀ ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲାରେ ମଧ୍ୟମ...

ଅପରାହ୍ନ ୪ ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ନବମ ଦିନରେ ବି ଚାଲି ପାରିଲାନି ବିଧାନସଭା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।...

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଦୁର୍ନୀତି ନିରୋଧ ଅଭିଯାନ: ମାସକ ମଧ୍ୟରେ ୧୦ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨।୨(ବ୍ୟୁରୋ)- ଦୁର୍ନୀତି ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଗୋଟିଏ ମାସରେ ୧୦ଜଣଙ୍କୁ ବରଖାସ୍ତ କରାଗଲାଣି। ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ...

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଗୁରୁବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାଛଡା ଉତ୍ତର-ଆଭ୍ୟନ୍ତରୀଣ ତାମିଲନାଡ଼ୁରେ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌...

ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ବନ୍ଦ

ଭୁବନେଶ୍ୱର,(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର, ୧୯।୪ (ଡି.ଏନ.ଏ.): ରାଜଧାନୀରେ କରୋନାର ଦ୍ରୁତ ସଂକ୍ରମଣ ଯୋଗୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି। ମନ୍ଦିରର ୪ଜଣ ସେବାୟତଙ୍କ ରିପୋର୍ଟ...

ଆଜି ରାଜ୍ୟରୁ ୫୩୯ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୭ ଶିଶୁ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୫୩୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୩,୧୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ରାଜ୍ୟରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୪ ଚିହ୍ନଟ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ...

Advertisement
Archives

Model This Week