ଚାଷଜମି ଫାଟି ଆଁ, ଚିନ୍ତାରେ ଚାଷୀ

କୃଷ୍ଣପ୍ରସାଦ,୨୦ା୮(ଡି.ଏନ୍‌.ଏ.): ବର୍ଷା ଅଭାବରୁ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। କ୍ଷେତରେ ଧାନ ଫସଲ କରାଯାଇଥିଲେ ମଧ୍ୟ ପାଣି ନ ଥିବାରୁ ଫାଟି ଆଁ କରିଛି। ତୁରନ୍ତ କୃଷି ବିଭାଗ ଦୃଷ୍ଟି ଦେବା ସହ ସହାୟତା ଦେବାକୁ ଚାଷୀମାନେ ଦାବି କରିଛନ୍ତି।
ସୂଚନା ମୁତାବକ, ଏହି ବ୍ଲକ ଅଞ୍ଚଳରେ କ୍ଷେତରେ ପାଣି ମଡ଼ାଇବା କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଜଣାପଡ଼ିଛି। ଫଳରେ ଚଳିତ ବର୍ଷ କୃଷ୍ଣପ୍ରସାଦ, ମାଲୁଦ, ବଜ୍ରକୋଟ, ବୁଦ୍ଧିବର, ଖୋଲଗଞ୍ଜ, ଗୌଡସାହି, ଡିଆକୁଦା, ଅଲିପୁର, ପଥରଗଞ୍ଜ, ଗୋପକୁଦା, ସାହାବାଜପୁର, ମଲେଶ୍ୱରୀ ଆଦି ଗ୍ରାମର ଚାଷଜମି ଫାଟି ଆଁ କରିଛି। ସ୍ବଳ୍ପ ବର୍ଷାରେ ଧାନରୁଆ ହୋଇଥିବା ବେଳେ ପାଣି ଅଭାବରୁ ଧାନ ଗଛ ପୋଡି ପାଳହେଉଛି। ଫଳରେ ଲୋକମାନେ ଧାନ କ୍ଷେତକୁ ଗୋରୁଗାଈ ଛାଡୁଥିବା ଦେଖିବାକୁ ମିଳିଛି। ବୁଦ୍ଧିବର ପଞ୍ଚାୟତର ଚାଷୀ ଭଗବାନ ବିଶ୍ୱାଳ ଏବଂ ପ୍ରବୀର ଗୌଡ କହିଛନ୍ତି, ସମସ୍ତ ଚାଷୀ ଋଣ ଆଣି ଧାନ ଫସଲ କରିଥିଲୁ। ପାଣି ଅଭାବରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ସରକାର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ନବନିର୍ମାଣ କୃଷକ ସଂଘ ସଭାପତି ପ୍ରାଣକୃଷ୍ଣ ଗୌଡ କହିଛନ୍ତି, ଚାଷୀ ଋଣ ଆଣି ଫସଲ କରିଥିଲେ ପାଣିର ଅଭାବରୁ ତାହା ଗଜା ମରୁଡି ହୋଇଛି। ଚାଷୀ ଧାନ ଜମିରେ ଗାଈ ଚରାଇଲେଣି। ତେଣୁ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉ। ଏଥିସହ ସମସ୍ତ ଚାଷୀଙ୍କୁ ଚଳିବା ପାଇଁ କାମ ଯୋଗାଇ ଦିଆଯାଉ କିମ୍ବା ଏକ ବର୍ଷ ପାଇଁ ସେମାନଙ୍କ ପରିବାରକୁ ଖାଦ୍ୟ ପାଇଁ ଭତ୍ତା ଯୋଗାଇ ଦିଆଯାଉ ବୋଲି ସେ କହିଛନ୍ତି। ଏଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି। ପ୍ରକାଶ ଯେ, କୃଷ୍ଣପ୍ରସାଦ ଅଞ୍ଚଳର ୩ ପାର୍ଶ୍ୱରୁ ଚିଲିକା ଏବଂ ଗୋଟିଏ ପାର୍ଶ୍ୱ ବଙ୍ଗୋପସାଗରର ଲୁଣା ପାଣି ଘେରି ରହିଛି। ଚତୁଃପାର୍ଶ୍ୱର ଜଳରାଶି ଘେରି ରହିଥିଲେ ମଧ୍ୟ ପାଣି ଅଭାବରୁ କିଛିବର୍ଷ ହେବ ଚାଷୀ ଫସଲ ହରାଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କ କାମରେ ଲାଗୁନି ନୂତନ ବସ୍‌ଷ୍ଟାଣ୍ଡ

ନିମାପଡ଼ା,୩ା୩ (ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଏନ୍‌ଏସି ପକ୍ଷରୁ ୨କୋଟି ୫୦ଲକ୍ଷ ୩୨ହଜାର ଟଙ୍କା ବ୍ୟୟରେ ନିମାପଡ଼ାରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ୨୮ସେପ୍ଟେମ୍ବର ୨୦୧୮ରେ...

୨୬ ବର୍ଷ ପରେ ଘରକୁ ଫେରିଲେ ସନିଆ

ସୋର,୧୫ା୧୧(ଡି.ଏନ.ଏ)  ୧୯୯୫ରୁ ନିଖୋଜ ଥିବା ବାଲେଶ୍ୱର ଜିଲା ସୋର ବ୍ଲକ ସାଧୁଆପଡା ଗ୍ରାମର ସତ୍ୟାନନ୍ଦ ନାୟକଙ୍କ ପୁଅ ସନିଆ ୨୬ ବର୍ଷ ପରେ ରବିବାର ଘରକୁ ଫେରିଛନ୍ତି।...

ଅଗ୍ନିଶମ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ଅଞ୍ଚଳବାସୀ

ବ୍ରହ୍ମପୁର ଅଫିସ,୨୨ା୪-କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ବିଶୋଧନ ପ୍ରକ୍ରିୟା ଜାରି ରହିଛି। ବୁଧବାର ଆମ୍ବପୁଆ ଅଞ୍ଚଳରେ...

ଓଡିଆ ନ ଜାଣିବା ମହଙ୍ଗା ପଡ଼ିଲା: ଆର୍ଯ୍ୟପଲ୍ଲୀ ସରପଞ୍ଚଙ୍କ ପଦବୀ ଅସିଦ୍ଧ

ଛତ୍ରପୁର,୧୯।୩(ଡି.ଏନ.ଏ): ଓଡିଆ ଲେଖାପଢ଼ା ଜାଣି ନ ଥିବା କାରଣରୁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସରପଞ୍ଚ ଏମ୍‌ .ଲକ୍ଷ୍ମୀଙ୍କ ପଦବୀ ଅସିଦ୍ଧ ଘୋଷଣା...

କେନ୍ଦୁଝରରୁ ଉଦ୍ଧାର କଲା ପୋଲିସ: ବାଳସୁଧାର ଗୃହକୁ ନେବା ବେଳେ ନାବାଳକ ଫେରାର

କେନ୍ଦୁଝର/ରାଉରକେଲା ଅଫିସ,୧୩।୧୨(ସ୍ବ.ପ୍ର.):କେନ୍ଦୁଝରରୁ ରାଉରକେଲାସ୍ଥିତ ଜୁଭେନାଇଲ ହୋମକୁ ପଠାଯାଉଥିବା ୯ନାବାଳକଙ୍କ ମଧ୍ୟରୁ ଜଣେ ବସ୍‌ରୁ ଅଧାରାସ୍ତାରେ ଫେରାର ହୋଇଯାଇଥିଲେ। କୋହଳ ସୁରକ୍ଷା ବ୍ୟବସ୍ଥାରେ ସେମାନଙ୍କୁ ନିଆଯାଉଥିବା ବେଳେ...

ଟୋଲ୍‌ଗେଟ ହଟାଇବାକୁ ଦାବିକଲା ଭାଜପା

ଅମରପାଲି,୧୫।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅଧୀନ ବୀରମହାରାଜପୁର, ଉଲୁଣ୍ଡା ଓ ବିନିକା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଟୋଲଗେଟ ହଟାଇବା ଦାବି କରିଛି...

ଜି.ଉଦୟଗିରିରେ ବର୍ଷା, କୁଆପଥର ବୃଷ୍ଟି

ଜି.ଉଦୟଗିରି,୧୭ା୪(ଡି.ଏନ୍‌.ଏ.)- ଜି.ଉଦୟଗିରି ସହରରେ ଶୁକ୍ରବାର ଅପରାହ୍ନରେ ପ୍ରବଳ ବର୍ଷା ପବନ ସହ କୁଆପଥର ବୃଷ୍ଟି ହୋଇଛି। ପ୍ରାୟ ଘଣ୍ଟାଏ ଧରି ବର୍ଷାପବନ ଓ କୁଆପଥର ମାଡରେ...

ପ୍ରସୂତିଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ସରପଞ୍ଚ, ସାଧାରଣରେ ପ୍ରଶଂସା

ମାଲକାନଗିରି, ୨୩ା୬(ଡି.ଏନ.ଏ.): ମାଲକାନଗିରି ଜିଲାର ଜଣେ ଯୁବ ସରପଞ୍ଚ ନନ୍ଦ କୁମାର ଆଜମେରା । ଜଣେ ପ୍ରସୂତି ମହିଳାଙ୍କୁ ଶନିବାର ରକ୍ତଦାନ କରି ସେ ମୃତ୍ୟୁମୁଖରୁ...

Advertisement
Archives

Model This Week