ଚାଷଜମି ଫାଟି ଆଁ, ଚିନ୍ତାରେ ଚାଷୀ

କୃଷ୍ଣପ୍ରସାଦ,୨୦ା୮(ଡି.ଏନ୍‌.ଏ.): ବର୍ଷା ଅଭାବରୁ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। କ୍ଷେତରେ ଧାନ ଫସଲ କରାଯାଇଥିଲେ ମଧ୍ୟ ପାଣି ନ ଥିବାରୁ ଫାଟି ଆଁ କରିଛି। ତୁରନ୍ତ କୃଷି ବିଭାଗ ଦୃଷ୍ଟି ଦେବା ସହ ସହାୟତା ଦେବାକୁ ଚାଷୀମାନେ ଦାବି କରିଛନ୍ତି।
ସୂଚନା ମୁତାବକ, ଏହି ବ୍ଲକ ଅଞ୍ଚଳରେ କ୍ଷେତରେ ପାଣି ମଡ଼ାଇବା କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଜଣାପଡ଼ିଛି। ଫଳରେ ଚଳିତ ବର୍ଷ କୃଷ୍ଣପ୍ରସାଦ, ମାଲୁଦ, ବଜ୍ରକୋଟ, ବୁଦ୍ଧିବର, ଖୋଲଗଞ୍ଜ, ଗୌଡସାହି, ଡିଆକୁଦା, ଅଲିପୁର, ପଥରଗଞ୍ଜ, ଗୋପକୁଦା, ସାହାବାଜପୁର, ମଲେଶ୍ୱରୀ ଆଦି ଗ୍ରାମର ଚାଷଜମି ଫାଟି ଆଁ କରିଛି। ସ୍ବଳ୍ପ ବର୍ଷାରେ ଧାନରୁଆ ହୋଇଥିବା ବେଳେ ପାଣି ଅଭାବରୁ ଧାନ ଗଛ ପୋଡି ପାଳହେଉଛି। ଫଳରେ ଲୋକମାନେ ଧାନ କ୍ଷେତକୁ ଗୋରୁଗାଈ ଛାଡୁଥିବା ଦେଖିବାକୁ ମିଳିଛି। ବୁଦ୍ଧିବର ପଞ୍ଚାୟତର ଚାଷୀ ଭଗବାନ ବିଶ୍ୱାଳ ଏବଂ ପ୍ରବୀର ଗୌଡ କହିଛନ୍ତି, ସମସ୍ତ ଚାଷୀ ଋଣ ଆଣି ଧାନ ଫସଲ କରିଥିଲୁ। ପାଣି ଅଭାବରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ସରକାର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ନବନିର୍ମାଣ କୃଷକ ସଂଘ ସଭାପତି ପ୍ରାଣକୃଷ୍ଣ ଗୌଡ କହିଛନ୍ତି, ଚାଷୀ ଋଣ ଆଣି ଫସଲ କରିଥିଲେ ପାଣିର ଅଭାବରୁ ତାହା ଗଜା ମରୁଡି ହୋଇଛି। ଚାଷୀ ଧାନ ଜମିରେ ଗାଈ ଚରାଇଲେଣି। ତେଣୁ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉ। ଏଥିସହ ସମସ୍ତ ଚାଷୀଙ୍କୁ ଚଳିବା ପାଇଁ କାମ ଯୋଗାଇ ଦିଆଯାଉ କିମ୍ବା ଏକ ବର୍ଷ ପାଇଁ ସେମାନଙ୍କ ପରିବାରକୁ ଖାଦ୍ୟ ପାଇଁ ଭତ୍ତା ଯୋଗାଇ ଦିଆଯାଉ ବୋଲି ସେ କହିଛନ୍ତି। ଏଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି। ପ୍ରକାଶ ଯେ, କୃଷ୍ଣପ୍ରସାଦ ଅଞ୍ଚଳର ୩ ପାର୍ଶ୍ୱରୁ ଚିଲିକା ଏବଂ ଗୋଟିଏ ପାର୍ଶ୍ୱ ବଙ୍ଗୋପସାଗରର ଲୁଣା ପାଣି ଘେରି ରହିଛି। ଚତୁଃପାର୍ଶ୍ୱର ଜଳରାଶି ଘେରି ରହିଥିଲେ ମଧ୍ୟ ପାଣି ଅଭାବରୁ କିଛିବର୍ଷ ହେବ ଚାଷୀ ଫସଲ ହରାଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri