ବାସଚ୍ୟୁତଙ୍କ ଅସମାହିତ ସମସ୍ୟା

ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୧୩।୩ : କଳିଙ୍ଗନଗର ଗୁଳିକାଣ୍ଡକୁ ୧୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାକାର ବାସଚ୍ୟୁତଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଏନେଇ ବାରମ୍ବାର ପ୍ରଶାସନକୁ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଏହି କ୍ରମରେ ଭୀମ ଆର୍ମି ପକ୍ଷରୁ ଗତ ଅକ୍ଟୋବର ୧୬ରେ ଟାଟା ଷ୍ଟିଲ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନକୁ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କାରାଯାଇ ଥିଲା । ସମସ୍ୟା ସମାଧାନ ତ ଦୂରର କଥା ୫ ମାସ ପରେ ମଧ୍ୟ ସରକାରଙ୍କ ପକ୍ଷରୁ କିମ୍ବା ଟାଟା ଷ୍ଟିଲ ତରଫରୁ କିଛି ବି ଉତ୍ତର ମିଳିନାହିଁ । ଏହିକ୍ରମରେ କଳିଙ୍ଗନଗରରେ ଅଶାନ୍ତି ବଢିବା ସହ ପୁଞ୍ଜିଭୂତ ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି। ଟାଟା ବିସ୍ଥାପିତ ପରିବାର ଭୀମ ଆର୍ମି ଜରିଆରେ ମଙ୍ଗଳବାରଠାରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଟାଟା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି । ବିସ୍ଥାପିତମାନଙ୍କ ଦାବି ମଧ୍ୟରେ ଆର୍‌ଆର କମିଶନ ଗଠନ, ଶହୀଦ ପରିବାରଙ୍କୁ ସୁବିଧା ସୁଯୋଗ, ଆଦିବାସୀଙ୍କ ଉପରେ ଥିବା ମିଥ୍ୟା ମାମଲା ପ୍ରତ୍ୟାହାର, ଜମି କ୍ଷତିପୂରଣ ୧ କୋଟିକୁ ବୃଦ୍ଧି, ୨୦ ବର୍ଷିଆ ଲିଜ୍‌ ପଟ୍ଟା ବଦଳରେ ସ୍ଥାୟୀ ପଟ୍ଟା, ପୂର୍ଣ୍ଣ ଭାବେ ପୁନର୍ବାସ ଓ ଥଇଥାନ ନୀତି କାର୍ଯ୍ୟକାରୀ, ଗାଡପୁର ଗାଁକୁ ବନ୍ଦ ଥିବା ରାସ୍ତା ଖୋଲିବା, ବେଆଇନ ଭାବେ ବାଦ ପଡିଥିବା ପରିବାରକୁ ବିସ୍ଥାପନ ତାଲିକାରେ ସାମିଲ, ଶହୀଦଙ୍କ କଟା ଅଙ୍ଗକୁ ପରିବାରକୁ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତର, ୧ା୧ା୨୦୦୫ ସର୍ଭେ କଟ୍‌ ଅଫ୍‌ ତାରିଖକୁ ୧ା୧ା୨୦୧୫ ପର୍ଯ୍ୟନ୍ତ ବୃଦ୍ଧି, ବର୍ଷକୁ ଦୁଇ ଥର ଆରପିଡିଏସି ବୈଠକ ବସାଇବା ଆଦି ସ୍ଥାନ ପାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ବିସ୍ଥାପିତ ଚାକିରିଆମାନଙ୍କୁ କମ ପାଉଣାରେ ନିଯୁକ୍ତି, ଠିକ୍‌ ସମୟରେ ପଦୋନ୍ନତି ନ ଦେବା, କାର୍ଯ୍ୟକ୍ଷେତ୍ରରେ ମାନସିକ ନିର୍ଯାତନା, ଚତୁରତା ସହ ଚାକିରୀରୁ ବିଦା କରିବା ଆଦି ସମସ୍ୟା ରହିଛି । ଏହିସବୁ ଦାବିକୁ ନେଇ ମଙ୍ଗଳବାର ପୂର୍ବାହ୍ନରୁ ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ ଟାଟା ଷ୍ଟିଲ ମୁଖ୍ୟ ଫାଟକରେ ଭୀମ ଆର୍ମିର ସଦସ୍ୟାସଦସ୍ୟମାନେ ଘେରି ରହିଥିଲେ। ଫଳରେ କାରଖାନା ଭିତରକୁ କର୍ମଚାରୀମାନେ ଯିବା ଆସିବା ସମ୍ଭବପର ହୋଇ ନ ଥିଲା। ଏପରି କି ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଥିଲା ବୋଲି ସୂଚନା ମିଳିଛି। ଟାଟା ଷ୍ଟିଲ ଉତ୍ପାଦନକ୍ଷମ ହେବା ପରଠାରୁ ଏଭଳି ଆନ୍ଦୋଳନ ପ୍ରଥମ ବୋଲି କୁହାଯାଉଛି। ଏହି କାର୍ଯ୍ୟକ୍ରମରେ ଭୀମ ଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ଜଗଜୀବନ କୁମାର, ରାଜ୍ୟ ସଚିବ ଭୈରବ ବେହେରା, ଯାଜପୁର ଜିଲା ସଭାପତି ତରଣୀ ମଲିକ, ମହିଳା ସଭାନେତ୍ରୀ ସୁମିତ୍ରା ଜେନା, ସଚିବ ବିନୋଦ ଜେନା, ଲାଦୁରାମ ତାମସୟ, ଆଶା ସଏ ପ୍ରମୁଖ ଶତାଧିକ ବିସ୍ଥାପିତ ପରିବାର ଓ ଭୀମ ଆର୍ମିର ସଦସ୍ୟ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri