ବାସଚ୍ୟୁତଙ୍କ ଅସମାହିତ ସମସ୍ୟା

ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୧୩।୩ : କଳିଙ୍ଗନଗର ଗୁଳିକାଣ୍ଡକୁ ୧୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାକାର ବାସଚ୍ୟୁତଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଏନେଇ ବାରମ୍ବାର ପ୍ରଶାସନକୁ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଏହି କ୍ରମରେ ଭୀମ ଆର୍ମି ପକ୍ଷରୁ ଗତ ଅକ୍ଟୋବର ୧୬ରେ ଟାଟା ଷ୍ଟିଲ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନକୁ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କାରାଯାଇ ଥିଲା । ସମସ୍ୟା ସମାଧାନ ତ ଦୂରର କଥା ୫ ମାସ ପରେ ମଧ୍ୟ ସରକାରଙ୍କ ପକ୍ଷରୁ କିମ୍ବା ଟାଟା ଷ୍ଟିଲ ତରଫରୁ କିଛି ବି ଉତ୍ତର ମିଳିନାହିଁ । ଏହିକ୍ରମରେ କଳିଙ୍ଗନଗରରେ ଅଶାନ୍ତି ବଢିବା ସହ ପୁଞ୍ଜିଭୂତ ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି। ଟାଟା ବିସ୍ଥାପିତ ପରିବାର ଭୀମ ଆର୍ମି ଜରିଆରେ ମଙ୍ଗଳବାରଠାରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଟାଟା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି । ବିସ୍ଥାପିତମାନଙ୍କ ଦାବି ମଧ୍ୟରେ ଆର୍‌ଆର କମିଶନ ଗଠନ, ଶହୀଦ ପରିବାରଙ୍କୁ ସୁବିଧା ସୁଯୋଗ, ଆଦିବାସୀଙ୍କ ଉପରେ ଥିବା ମିଥ୍ୟା ମାମଲା ପ୍ରତ୍ୟାହାର, ଜମି କ୍ଷତିପୂରଣ ୧ କୋଟିକୁ ବୃଦ୍ଧି, ୨୦ ବର୍ଷିଆ ଲିଜ୍‌ ପଟ୍ଟା ବଦଳରେ ସ୍ଥାୟୀ ପଟ୍ଟା, ପୂର୍ଣ୍ଣ ଭାବେ ପୁନର୍ବାସ ଓ ଥଇଥାନ ନୀତି କାର୍ଯ୍ୟକାରୀ, ଗାଡପୁର ଗାଁକୁ ବନ୍ଦ ଥିବା ରାସ୍ତା ଖୋଲିବା, ବେଆଇନ ଭାବେ ବାଦ ପଡିଥିବା ପରିବାରକୁ ବିସ୍ଥାପନ ତାଲିକାରେ ସାମିଲ, ଶହୀଦଙ୍କ କଟା ଅଙ୍ଗକୁ ପରିବାରକୁ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତର, ୧ା୧ା୨୦୦୫ ସର୍ଭେ କଟ୍‌ ଅଫ୍‌ ତାରିଖକୁ ୧ା୧ା୨୦୧୫ ପର୍ଯ୍ୟନ୍ତ ବୃଦ୍ଧି, ବର୍ଷକୁ ଦୁଇ ଥର ଆରପିଡିଏସି ବୈଠକ ବସାଇବା ଆଦି ସ୍ଥାନ ପାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ବିସ୍ଥାପିତ ଚାକିରିଆମାନଙ୍କୁ କମ ପାଉଣାରେ ନିଯୁକ୍ତି, ଠିକ୍‌ ସମୟରେ ପଦୋନ୍ନତି ନ ଦେବା, କାର୍ଯ୍ୟକ୍ଷେତ୍ରରେ ମାନସିକ ନିର୍ଯାତନା, ଚତୁରତା ସହ ଚାକିରୀରୁ ବିଦା କରିବା ଆଦି ସମସ୍ୟା ରହିଛି । ଏହିସବୁ ଦାବିକୁ ନେଇ ମଙ୍ଗଳବାର ପୂର୍ବାହ୍ନରୁ ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ ଟାଟା ଷ୍ଟିଲ ମୁଖ୍ୟ ଫାଟକରେ ଭୀମ ଆର୍ମିର ସଦସ୍ୟାସଦସ୍ୟମାନେ ଘେରି ରହିଥିଲେ। ଫଳରେ କାରଖାନା ଭିତରକୁ କର୍ମଚାରୀମାନେ ଯିବା ଆସିବା ସମ୍ଭବପର ହୋଇ ନ ଥିଲା। ଏପରି କି ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଥିଲା ବୋଲି ସୂଚନା ମିଳିଛି। ଟାଟା ଷ୍ଟିଲ ଉତ୍ପାଦନକ୍ଷମ ହେବା ପରଠାରୁ ଏଭଳି ଆନ୍ଦୋଳନ ପ୍ରଥମ ବୋଲି କୁହାଯାଉଛି। ଏହି କାର୍ଯ୍ୟକ୍ରମରେ ଭୀମ ଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ଜଗଜୀବନ କୁମାର, ରାଜ୍ୟ ସଚିବ ଭୈରବ ବେହେରା, ଯାଜପୁର ଜିଲା ସଭାପତି ତରଣୀ ମଲିକ, ମହିଳା ସଭାନେତ୍ରୀ ସୁମିତ୍ରା ଜେନା, ସଚିବ ବିନୋଦ ଜେନା, ଲାଦୁରାମ ତାମସୟ, ଆଶା ସଏ ପ୍ରମୁଖ ଶତାଧିକ ବିସ୍ଥାପିତ ପରିବାର ଓ ଭୀମ ଆର୍ମିର ସଦସ୍ୟ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ

ଫୁଲନଖରା,୧ା୫(ସତ୍ୟ ରଞ୍ଜନ ଦାସମହାପାତ୍ର): ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ କଟକ ସଦର ଥାନା ପୋଲିସ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଜିଲାରେ ହେବ ଭୋଟ୍‌ ଗ୍ରହଣ। ଏଥି ନିମନ୍ତେ ବୁଧବାର ଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସ। ଏହି...

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା...

ଅତାବିରା ଆସନ ପାଇଁ ଜୟକ୍ରିଷ୍ଣାଙ୍କ ନାମାଙ୍କନପତ୍ର ଦାଖଲ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ବୁଧବାର...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri