ବସୁଧା ଯୋଜନାରେ ମିଳୁନି ପାଣି

କାଏମା,୨୬ା୮(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ୍‌ ଅଧୀନ ବଡ଼କାଏମା ପଞ୍ଚାୟତର ଅନେକ ଗାଁ ପାଇପ୍‌ ଯୋଗେ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ପାନୀୟ ଜଳ ନ ମିଳିବାରୁ ଲୋକେ ହନ୍ତସନ୍ତ ହେଉଥିବାବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତକୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଉକ୍ତ ପ୍ରକଳ୍ପରୁ ୪ ହାଜରରୁ ଅଧିକ ଲୋକ ପାଣି ପାଉଥିଲେ। କିନ୍ତୁ ଏବେ ପ୍ରାୟ ୧ ହଜାର ଲୋକ ପାଣି ପାଉ ନ ଥିବା ଅଭିଯୋଗ କରିଛନ୍ତି। ପଞ୍ଚାୟତର ସେରପୁର, ସେରପୁର ଦଳିତସାହି, ଡିଗିରିପଡ଼ିଆ, ଗୋଗଳ, କାଏମା ବଜାର, ବେହେରା ସାହି, ମହଲା ସାହି, ଲକ୍ଷ୍ମୀ ସାହି, ଜାନକୀ ନଗର, ଖର୍ଦାସାହି ଆଦି ଅନେକ ଗାଁରେ ଏହି ପାନୀୟ ଜଳ ବ୍ୟବସ୍ଥା ପହଞ୍ଚି ପାରିନାହିଁ। କିଛି ସ୍ଥାନରେ ଟ୍ୟାପ୍‌ ଆଦିର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ଠିକାଦାର ନିମ୍ନମାନର ଉପକରଣ ବ୍ୟବହାର କରିଥିବାରୁ ଅଳ୍ପ ଦିନମଧ୍ୟରେ ଅନେକ ସ୍ଥାନରେ ପାଇପଗୁଡ଼ିକ ଫାଟି ଯାଇଥିଲା। ନିମ୍ନମାନର ପାଇପ୍‌ ଦୁର୍ନୀତିକୁ ଢାଙ୍କିବାକୁ ବିଭିନ୍ନ ସ୍ଥାନାରେ ଫଟା ପାଇପକୁ ବଦଳାଇ ଦିଆଯାଇଥିଲା। କିନ୍ତୁ ପରେ ଅନେକ ସ୍ଥାନରୁ ପାଇପ୍‌ ଚୋରି ହେଇଯାଇଛି। ତେଣୁ ଲୋକଙ୍କ ନିକଟରେ ପାଣି ପହଞ୍ଚତ୍ ପାରୁନାହିଁ।
ସେହିପରି ଏହି ବ୍ଲକ ପୁରୁଣା ବଉଳମାଳ ପଞ୍ଚାୟତର ସୁକୁଟିଝର ନିକଟରେ ନିର୍ମିତ ବସୁଧା ଟାଙ୍କିରୁ ଲୋକେ ପାଣି ପାଉ ନ ଥିବା ଅଭିଯୋଗ କରିଛନ୍ତି। ପ୍ରକଳ୍ପଟି ୩ ଗାଁକୁ ପାଣି ଦେବାକୁ ନିର୍ମିତ ହୋଇଥିଲେ ମଧ୍ୟ ତାହା ଗୋଟିଏ ସାହିକୁ ଦେବାକୁ ଅକ୍ଷମ। ପାଣି ପମ୍ପ ଚଳାଇବାକୁ ନିଯୁକ୍ତ କର୍ମଚାରୀ ଠିକ ରୁପେ କାର୍ଯ୍ୟ କରୁ ନ ଥିବାରୁ ଟାଙ୍କିକୁ ପାଣି ଉଠୁନାହିଁ। ଫଳରେ ଗାଁ ମଝିରେ ବାସ କରୁଥିବା ଲୋକଙ୍କ ପାଖରେ ପାଣି ପହଞ୍ଚତ୍ ପାରୁନାହିଁ। ଉକ୍ତ ବ୍ଲକରେ ପାଖାପାଖି ୪୦ଟି ସ୍ଥାନରେ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଥିଲେ ବି କୋଉଠି ଶେଷ ହୋଇଛି ତ ଆଉ କେଉଁଠି ଅସମ୍ପୂର୍ଣ୍ଣ ରହିଛି।
ଯେଉଁ ସ୍ଥାନରେ ପାଇପ ଲଗାଯାଇଥିଲା ସେ ସବୁ ପାଣି ଆସିବା ପୂର୍ବରୁ ଅନେକ ସ୍ଥାନରେ ଫୁଟିଗଲାଣି। ଘରକୁ ଘର ପାଣି ପାଇପ ସଂଯୋଗ କରିବାର ବ୍ୟବସ୍ଥା ଥିଲେ ବି ସେ ସବୁ ସମ୍ପୂର୍ଣ୍ଣ ରୁପେ ସଂଯୋଗ କରାଯାଇନାହିଁ। କିଛି କର୍ମଚାରୀ ଏଠାରେ ବହୁ ବର୍ଷ ଧରି କାର୍ଯ୍ୟରତ ଥିବାରୁ କାର୍ଯ୍ୟରେ ଆଉ ସ୍ବଚ୍ଛତା ରହୁନାହିଁ। ତେଣୁ ଜିଲାପାଳ ଏହା ଉପରେ ତୁରନ୍ତ ଦୃଷ୍ଟିଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ୍‌ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସହକାରୀ ଯନ୍ତ୍ରୀ ରୁଦ୍ରକେଶରୀ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ଡିସେମ୍ବର ୨୩ରେ ମେଗା ପ୍ରୋଜେକ୍ଟ କାମ ଶେଷ କରାଯାଇ ସମସ୍ତଙ୍କୁ ଜଳଯୋଗାଣ କରାଯିବା କଥା। କିନ୍ତୁ ସରିବା ଭଳି ଲାଗୁନି ଓ କେବେ ଶେଷ ହେବ କହିହେବନି। ଉପରିସ୍ଥ ଅଧିକାରୀ ଏ ବିଷୟରେ କହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri