ଚକ୍ରବ୍ୟୁହରେ ଫସିଛି ବ୍ୟାସନଗର

ଯାଜପୁର ରୋଡ,୨୧ା୧୦(ଡି.ଏନ.ଏ.):ରାଜନୈତିକ ଓ ପ୍ରଶାସନିକ ଚକ୍ରବ୍ୟୁହରେ ଫସିଛି ବ୍ୟାସନଗର ସହର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ କରିବାରେ ପାତରଅନ୍ତର ନୀତି ଏବଂ ବିଭିନ୍ନ ଆଳ ଦେଖାଇ ପ୍ରକଳ୍ପ କାମ ଶେଷ ହେବା ପୂର୍ବରୁ ବନ୍ଦ କରାଯିବା କାରଣରୁ ସହରବାସୀଙ୍କୁ ଆନ୍ଦୋଳନମୁଖୀ କରିଛି। ଏପରି କି ସ୍ବତନ୍ତ୍ର ଜିଲା ଗଠନ ହିଁ ଏକମାତ୍ର ଉପାୟ ବୋଲି କେତେକାଂଶରେ ଦାବି ଉଠିଛି। ରେଲୱେ ଓଭରବ୍ରିଜ କିମ୍ବା ଗଳିପୋଲ, ଟାଉନ ହଲ, ସଂସ୍କୃତି ଭବନ, ପାନ୍ଥଶାଳା, ଷ୍ଟାଡିୟମ, ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ, ବ୍ୟାସ ସରୋବରର ବିକାଶ, ସୁପର ସ୍ପେଶିଆଲିଟି ଡାକ୍ତରଖାନା, ଉପଖଣ୍ଡ ମାନ୍ୟତା ପ୍ରତିଶ୍ରୁତି ଆଦି ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଶଂସୟ ପ୍ରକାଶ ପାଇଛି। ସହରର ସର୍ବାଙ୍ଗୀନ ବିକାଶ ପାଇଁ କୌଣସି ରାଜନୈତିକ ଦଳ ବି ଆନ୍ତରିକତା ଦେଖାଉ ନାହାନ୍ତି । ବରଂ ସହରକୁ ୨୦ ବର୍ଷ ପଛକୁ ଠେଲି ଦେବାକୁ ବିଭିନ୍ନ ଉପାୟରେ ଷଡଯନ୍ତ୍ର କରାଯାଉଛି ବୋଲି ଚର୍ଚ୍ଚା ହେଉଛି।
ବ୍ୟାସନଗର ସହରକୁ ଲାଗି ଏକାଧିକ ଶିଳ୍ପ ଓ ଖଣି ପ୍ରତିଷ୍ଠାନ ଯୋଗୁ ଏହା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ। ପ୍ରାୟ ସମସ୍ତ ଶିଳ୍ପ କାରଖାନାର ଅଧିକାରୀ ଓ କର୍ମଚାରୀ ଏହି ସହର ଉପରେ ନିର୍ଭର କରିଥାନ୍ତି। ତେଣୁ ସହରର ଲୋକ ସଂଖ୍ୟା ବେସରକାରୀ ଭାବେ ପ୍ରାୟ ଦେଢ ଲକ୍ଷ ଟପିଲାଣି। ୧୯ା୫ା୧୯୯୪ ରେ ଯାଜପୁରରୋଡ ଏନଏସିକୁ ବ୍ୟାସନଗର ପୌରପରିଷଦ ଭାବେ ସ୍ବୀକୃତି ମିଳିଥିଲା ା ୨୦୦୮ରେ ୨୬ଟି ୱାର୍ଡରେ ଏହା ପରିଣତ ହୋଇଛି ା ୨୦୧୩ ପୌର ନିର୍ବାଚନ ପରେ ପରେ ଅନାସ୍ଥା ପ୍ରସ୍ତାବ ନାଟକ ସହରକୁ ରସାତଳଗାମୀ କରିଥିଲା। ଏହାପରେ ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ପ୍ରଶାସନ ଶାସନରେ ସେଭଳି କୌଣସି ଆଖିଦୃଶିଆ ବିକାଶ ଦେଖିବାକୁ ମିଳି ନ ଥିଲା। ପୌର ପରିଷଦ ଗଠନ ପରେ ଏବେ ଅଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ବିବାଦ ପୁଣି ଏକ ନୂତନ ସମସ୍ୟା ସୃଷ୍ଟି କରିଛି। ସହରର ବିକାଶକୁ ଜଳାଞ୍ଜଳି ଦେଇ କେବଳ ନିଜ ସ୍ବାର୍ଥ ସାଧନ ଏକମାତ୍ର ଲକ୍ଷ୍ୟ ହେଉଛି ବୋଲି ମତପ୍ରକାଶ ପାଇଛି। ୧୯୮୪ରେ ନିର୍ମିତ ହୋଇଥିବା ଏକ ଷ୍ଟାଡିୟମ ଅଧାଗଢା ଅବସ୍ଥାରେ ପଡି ରହିଛି। ଗତ ୧୨ ବର୍ଷ ହେଲା ଯାଜପୁର ରୋଡ ପାନ୍ଥଶାଳା ଅଚଳ ହୋଇ ପଡିଛି। ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି ଦେଉ ନ ଥିବାରୁ ତାହା ଭୂତକୋଠିରେ ପରିଣତ ହୋଇଛି। ୨୦୧୬ରେ ଶିଳାନ୍ୟାସ ହୋଇଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାମ ଆରମ୍ଭ ହୋଇ ପାରିନାହିଁ। ବ୍ୟାସନଗର ବସଷ୍ଟାଣ୍ଡକୁ ଅତ୍ୟାଧୁନିକ ବସ ଟର୍ମିନାଲରେ ପରିଣତ କରିବାକୁ ପ୍ରଶାସନ ଘୋଷଣା କରିଥିଲା। ହେଲେ କେନ୍ଦ୍ରୀୟ ପଣ୍ୟାଗାର ସମ୍ମୁଖରେ ଚିହ୍ନଟ ଜମିରେ ଜବରଦଖଲ କାରଣରୁ ଏହା ଦିବାସ୍ବପ୍ନ ହୋଇଛି। ସେହିପରି ଭେଣ୍ଡିଂ ଜୋନ ନିର୍ମାଣ ଫଳକରେ ସୀମିତ ରହିଛି। ଯାଜପୁର ରୋଡ ଥାନା ନିକଟରେ ନିର୍ମିତ ଶ୍ରମିକ ଆଶ୍ରୟ ସ୍ଥଳୀ ୫ ବର୍ଷ ପରେ ବି ସରୁନି। ଦଳାଛକ ନିକଟରେ ନିର୍ମାଣାଧୀନ ବ୍ୟାସ ଟାଉନ ହଲ ମଧ୍ୟ ଅସମ୍ପୂର୍ଣ୍ଣ ହୋଇ ପଡିଛି। ବିଶେଷ କରି ୬୪ କୋଟି ଟଙ୍କାରେ ନିର୍ମାଣାଧୀନ ବ୍ୟାସସରୋବରର ବିକାଶ କାମ ବନ୍ଦ ହେବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ନେବାରେ ଲାଗିଛି। ଏନ୍‌ଜିଟି କବଳରୁ ମୁକ୍ତ କରିବାକୁ ପ୍ରଶାସନିକସ୍ତରରେ ଆନ୍ତରିକତାର ଅଭାବ ଜଳଜଳ ହୋଇ ଦିଶୁଛି। ଏନଜିଟିର ସ୍ଥଗିତାଦେଶ ଉଠାଇବାକୁ ପ୍ରଶାସନ ପକ୍ଷରୁ ତାରିଖର ଦିନକ ପୂର୍ବରୁ ଆବେଦନ କରିବା ଏହାର ପ୍ରମାଣ ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ସଂପୃକ୍ତ ଠିକାସଂସ୍ଥା କାମ ଛାଡି ଚାଲିଯିବାକୁ ମନସ୍ଥ କରିଥିବା ସୂଚନା ମିଳିଛି।
ଏହାବାଦ୍‌ ଦୀର୍ଘ ୫୦ ବର୍ଷ ହେଲା ସହରବାସୀଙ୍କୁ ଦୁଃଖ ବାଣ୍ଟୁଥିବା ସାଇ ମନ୍ଦିର ରେଲୱେ ଫାଟକ ଉପରେ ଏକ ଓଭର ବ୍ରିଜ ନିର୍ମାଣ ପ୍ରଶାସନିକ ଅବହେଳା କାରଣରୁ ବନ୍ଦ ହେବାର ଆଶଙ୍କା ପ୍ରକାଶ ପାଇଛି। ଯାଜପୁର ସହରର ବିକାଶ ପାଇଁ ଶତାଧିକ ବେସରକାରୀ ଜମି ଅଧିଗ୍ରହଣ କରାଯାଇଥିବା ସହ ଏକାଧିକ ଗୃହ ଭଙ୍ଗା ଯାଉଛି। କିନ୍ତୁ ବ୍ୟାସନଗର ସହରରେ ଜମି ଅଧିଗ୍ରହଣ ଭୟ ଯୋଗୁ ଏହି ପ୍ରକଳ୍ପକୁ ଅଣଦେଖା କରାଯାଇଛି। ଏଥିପାଇଁ ବ୍ୟାସନଗର ନାଗରିକ କମିଟି ପକ୍ଷରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବିକାଶ ସ୍ବପ୍ନ ଦେଖାଇ ଠକୁଥିବା ରାଜନେତାମାନେ କ୍ରମଶଃ ସହରବାସୀଙ୍କ ଆସ୍ଥା ହରାଉଥିବା ଅଭିଯୋଗ ହୋଇଛି ା ରେଲୱେ ଓଭରବ୍ରିଜ ନିର୍ମାଣ ପାଇଁ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ଜିତେନ୍ଦ୍ର କୁମାର ପଢିହାରୀ କହିଛନ୍ତି, ରେଳ ବିଭାଗ ଏବଂ ରାଜ୍ୟସ୍ତରରେ ଉଚ୍ଚ କର୍ତ୍ତୃପକ୍ଷ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ସବୁଜ ସଙ୍କେତ ଦେଇ ସାରିଛନ୍ତି। ଯଦି ଜିଲାପାଳ ଏଥିରେ ସହଯୋଗ କରୁ ନାହାନ୍ତି ତେବେ ସେଥିପାଇଁ ସେ ବ୍ୟକ୍ତିଗତ ଭାବେ ଦାୟୀ ରହିବେ। ସାମାଜିକ କର୍ମୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ବ୍ୟାସନଗର ସହରର ବିକାଶରେ କେହି ଜଣେ ଜାଣିଶୁଣି ଅନ୍ତରାୟ ସୃଷ୍ଟି କରୁଛନ୍ତି। ଏଥିପାଇଁ ଅନେକ ପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ କିମ୍ବା କେତେକ କାମ ନ ହୋଇ ପଡି ରହିଛି। ଏଥିରେ ସହରବାସୀଙ୍କ ମଧ୍ୟରେ ଏକ ନକରାମତ୍କ ଚିନ୍ତାଧାରା ଜନ୍ମ ନେଉଛି। ଯାହାକି ଖୁବଶୀଘ୍ର ଆନ୍ଦୋଳନ ମାଧ୍ୟମରେ ପରିସ୍ପୁଟ ହେବ।
ରେଲୱେ ଓଭରବ୍ରିଜ ନିର୍ମାଣ ସଂକ୍ରାନ୍ତରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କୁହନ୍ତି, ଏଯାଏ ରେଳ ବିଭାଗ ପକ୍ଷରୁ ତାଙ୍କୁ କୌଣସି ଯୋଗାଯୋଗ କରାଯାଇ ନାହିଁ । ନିର୍ମାଣ ଏବଂ ଜମି ଅଧିଗ୍ରହଣ ସଂକ୍ରାନ୍ତରେ ପତ୍ର ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?