Posted inଖେଳ

ପେସ୍‌ ବୋଲର ପ୍ରତିଭା ଅନ୍ବେଷଣ ଶିବିର ଉଦ୍‌ଯାପିତ

କଟକ,୮ା୭, (ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ ଏବଂ ସଚିନ ତେନ୍ଦୁଲକର ଇନଡୋର ହଲ ପରିସରରେ ପେସ ବୋଲର ପ୍ରତିଭା ଅନ୍ବେଷଣ ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଛି।
୩ଦିନିଆ ଉକ୍ତ ଶିବିରରେ ମୋଟ ୫୮୮ ଖେଳାଳି ଭାଗ ନେଇଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତିନି ପର୍ଯ୍ୟାୟରେ ପଞ୍ଜୀକୃତ ଖେଳାଳିଙ୍କୁ ଡକାଯାଇଥିଲା। ରାଜ୍ୟ ସିନିୟର ପୁରୁଷ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦିନେଶ ମୋଙ୍ଗିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ଶିବିରକୁ ଜୁନିୟର ଏବଂ ସିନିୟର ଦଳ ଚୟନକର୍ତ୍ତା ଅମୀୟ ରାୟ, ସୌରଜିତ ମହାପାତ୍ର, ସୁବିତ ବିଶ୍ୱାଳ, ପ୍ରଭଞ୍ଜନ ମଲ୍ଲିକ ପରିଚାଳନା କରିଥିଲେ। ତେବେ ଉକ୍ତ ଶିବିରରୁ କିଛି ଖେଳାଳିଙ୍କୁ ଚୟନ କରାଯାଇଛି। ଯେଉଁମାନଙ୍କୁ ନେଇ ଆଗାମୀ ଦିନରେ ପ୍ରଶିକ୍ଷଣ ଶିବିର ଆୟୋଜନ ହେବ। ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ପ୍ରଶିକ୍ଷଣ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଗହଣା ଚୋରି ଘଟଣାର ପର୍ଦ୍ଦାଫାଶ: ପୋଲିସ ଭିଣୋଇଙ୍କୁ ଗିରଫ କରି…

ମୋହନା,୭ା୮(ମନ୍ମଥ ମିଶ୍ର): ଆର୍‌.ଉଦୟଗିରି ଥାନା ପୋଲିସ ଏକ ସୁନା ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଆର୍‌ ଉଦୟଗିରି ଖ୍ରୀଷ୍ଟିଆନ ସାହି ବାସିନ୍ଦା ଝୁମ୍ପି ରଇତ ଗୁରୁବାର…

ପତ୍ନୀଙ୍କଠାରୁ ଅଲଗା ହେବେ ନାହଁ ମୁଖ୍ୟମନ୍ତ୍ରୀ ବିଜୟ! ୨୭ ବର୍ଷ ପରେ ଭାଙ୍ଗିବାକୁ ବସିଥିଲା ସମ୍ପର୍କ

ଅମରାବତି,୭।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମ୍ପ୍ରତି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପତ୍ନୀ ସଙ୍ଗୀତାଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି…

୪୫ ଜଣ ଏମପିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି; ବ୍ରେକଫାଷ୍ଟରେ ବାଣ୍ଟିଲେ ଏହି ମନ୍ତ୍ର

ନୂଆଦିଲ୍ଲୀ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (୭ ଅଗଷ୍ଟ, ୨୦୨୬) ଦିନ ବ୍ରେକଫାଷ୍ଟ ସମୟରେ ଶିବସେନା, NCPI ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ NCP ଗୋଷ୍ଠୀର ସାଂସଦ…

ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା, ବାହାଘର ନା…

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ବାହାଘରକୁ ମାତ୍ର ୨୫ ଦିନ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଛନ୍ତି। କଟକ ଜିଲା ନେମାଳ ଥାନା ଅନ୍ତର୍ଗତ…

ମହିଳା ଥାନାରୁ ଚମ୍ପଟ ମାରିଥିଲେ ବଳାତ୍କାର ଅଭିଯୁକ୍ତ: ବେଙ୍ଗାଲୁରୁରୁ ଗିରଫ

ଭୁବନେଶ୍ୱର,୭।୮: କମିଶନରେଟ ପୋଲିସ ଶୁକ୍ରବାର ଭୁବନେଶ୍ୱର ମହିଳା ଥାନାରୁ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଜଳଖିଆ ଖାଇବା ବାହାନାରେ…

ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ-କର୍ମଚାରୀଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

କୋରାପୁଟ,୭ା୮(ଅମିତାଭ ବେହେରା): ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର…

ଚାରି ବର୍ଷର ବଳାତ୍କାର ପୀଡିତାଙ୍କ ଚିକିତ୍ସା କରିବାକୁ ମନା କଲେ; ଏବେ ହସ୍ପିଟାଲ ଗଣିବ ୧୨ ଲକ୍ଷ

ଗାଜିଆବାଦ,୭।୮: ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତର ପ୍ରଦେଶ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲକୁ ଜଣେ ଚାରି ବର୍ଷୀୟ ବଳାତ୍କାର ପୀଡିତାଙ୍କ ପରିବାରକୁ ଯଥାକ୍ରମେ ୧୦ ଲକ୍ଷ ଏବଂ ୨…

ଭାଜପା ସହ ମେଣ୍ଟ କରିବ ଅକାଳୀ ଦଳ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସୁଖବୀର ବାଦଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୭।୮: ଶିରୋମଣି ଅକାଳୀ ଦଳ (ଏସଏଡି) ସଭାପତି ସୁଖବୀର ସିଂହ ବାଦଲ ଶୁକ୍ରବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସଂସଦର ମୌସୁମୀ ଅଧିବେଶନ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri