Posted inଜାତୀୟ

କର୍ନାଟକରେ ପୁଣି ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ମୁଖିଆ

ବାଙ୍ଗାଲୁରୁ,୨୭।୭: ମଙ୍ଗଳବାର କର୍ନାଟକକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। ଭାଜପା ବିଧାୟକଙ୍କ ବୈଠକରେ ବାସବରାଜ ବୋମାଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଛି। ସୋମବାର ଇସ୍ତଫା ଦେଇଥିବା ବି ଏସ୍‌ ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ସରକାରରେ ବୋମାଇ ଗୃହମନ୍ତ୍ରୀ ଦାୟିତ୍ୱରେ ଥିଲେ। ସୋମବାର ୟେଦୁରପ୍ପାଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଥିଲେ ବୋମାଇ।

ୟେଦୁରପ୍ପାଙ୍କ ଭଳି ବୋମାଇ ମଧ୍ୟ ସାଦରା ଲିଙ୍ଗାୟତ ସମ୍ପ୍ରଦାୟର। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଘନିଷ୍ଠ। ତାଙ୍କ ବାପା ଏସ୍‌ ଆର ବୋମାଇ ମଧ୍ୟ କର୍ନାଟକର ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୮ରେ ଭାଜପାରେ ଯୋଗଦେବା ପରେ ଗୃହମନ୍ତ୍ରୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳି ସାରିଛନ୍ତି। ପେଶାରେ ଇଞ୍ଜିନିୟର ବୋମାଇ ହାଭେରୀ ଜିଲାର ଶିଗଗାଓଁରୁ ବିଧାୟକ ଅଛନ୍ତି। ସୂଚନା ଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି ଦେବଗୌଡ଼ାଙ୍କ ପୁଅ କୁମାରସ୍ବାମୀ କର୍ନାଟକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri