୨ଶହ ଦଳିତ ପରିବାରଙ୍କୁ ବାସନ୍ଦ

ବ୍ରହ୍ମପୁର ଅଫିସ,୩।୧୨: ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦରରେ ଜାତିଗତ ଭେଦ ଭାବ ନେଇ ପ୍ରାୟ ୨ଶହ ଦଳିତ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଛି। ଗ୍ରାମରେ ସଂଖ୍ୟାଗରିଷ୍ଠ ସବର୍ଣ୍ଣ ଲୋକଙ୍କ ପକ୍ଷରୁ କଙ୍ଗାରୁ କୋର୍ଟ ବସି ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଗାଁର ଦଳିତ ପରିବାରର ଲୋକେ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବା, ଗାଁ ରାସ୍ତାରେ ବିବାହ ପଟୁଆର ନେବା, ସର୍ବସାଧାରଣ ପୋଖରୀକୁ ବ୍ୟବହାର କରିବା, ନଳକୂପରୁ ପିଇବା ପାଣି ନେବା, ଏପରିକି ଦୋକାନରୁ ସାମଗ୍ରୀ କିଣିବାରୁ ବଞ୍ଚିତ ରହିଛନ୍ତି। କେବଳ ଏତିକିରେ ନିର୍ଯାତନା ସରିନି। ଏପରିକି ଦଳିତ ସାହିର ପ୍ରାୟ ଦେଢଶହ ପିଲା ଗତ ଦେଢ ମାସ ହେଲା ଅଙ୍ଗନୱାଡ଼ି କେନ୍ଦ୍ରରୁ ଖାଦ୍ୟ ପାଇପାରୁ ନ ଥିବା ବେଳେ ପ୍ରାଥମିକ ସ୍କୁଲକୁ ମଧ୍ୟ ଯାଇପାରୁ ନ ଥିବା ଅଭିଯୋଗ ହୋଇଛି। ବାସନ୍ଦ ପରିବାରଗୁଡିକ ପକ୍ଷରୁ ଏ ନେଇ ସ୍ଥାନୀୟ ତହସିଲଦାର ଓ ପୋଲିସ ପ୍ରଶାସନକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଦେଢ ମାସ ହେଲା ନ୍ୟାୟ ମିଳିନି ବୋଲି ଗଞ୍ଜାମ ଜିଲା ଦଳିତ ମହାସଭା ଅଭିଯୋଗ କରିଛି।
କେବଳ ହରିଡ଼ାପଦର ନୁହେଁ, ଗଞ୍ଜାମର ଅନେକ ଗ୍ରାମରେ ମଧ୍ୟ ସଂଖ୍ୟାଗରିଷ୍ଠ ସବର୍ଣ୍ଣ ଲୋକେ ଜାତିଆଣ ମନୋଭାବ ନେଇ ସାମାଜିକ ବାସନ୍ଦ ଭଳି ବେଆଇନ କାର୍ଯ୍ୟ କରାଯାଉଛି। ଶୁକ୍ରବାର ଜିଲା ଦଳିତ ମହାସଭା, ଅଖିଳ ଭାରତ କିଶାନ୍‌ ମଜଦୁର ସଭା ଓ ଅନ୍ୟାନ୍ୟ ସଂଗଠନ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି)ଙ୍କ କାର୍ଯ୍ୟାଳୟ ଆଗରେ ଏହାର ପ୍ରତିବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆର୍‌ଡିସି ଓ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କୁ ଏ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ହରିଡ଼ାପଦର ଗାଁରେ ପୂର୍ବସ୍ଥିତି ଫେରାଇ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ପ୍ରତିବାଦ ସଭାରେ ଅଖିଳ ଭାରତ କିଶାନ ମଜଦୁର ସଭାର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଜିଲା କମିଟି ସଦସ୍ୟ ଲଡ଼ୁ କିଶୋର ଡାକୁଆ, ଗଞ୍ଜାମ ଜିଲା ଦଳିତ ମହାସଭାର ସମ୍ପାଦକ ସଂଗ୍ରାମ ନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରଦୀପ ସେଠୀ, ମାନବବାଦୀ ହେତୁବାଦୀ ସଂଗଠନର ଜିଲା ସମ୍ପାଦକ କେ. ନନ୍ଦେଶୁ ସେନାପତି, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଜନ ଜାଗରଣର ଆବାହକ ମଧୂସୁଦନ ସେଠୀ, ଆଇଏଫ୍‌ଟିୟୁର ଆବାହକ ତଥା ଶ୍ରମିକନେତା ପ୍ରତାପ ପ୍ରଧାନଙ୍କ ସମେତ ହରିଡ଼ାପଦର ଗ୍ରାମର ଧବଳେଶ୍ୱର ନାହାକ, କହ୍ନେଇ ନାହାକ ଓ ଅନ୍ୟମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?