ନିବେଶ ସହ ନିଯୁକ୍ତିରେ ବ୍ୟାପକ ସମ୍ଭାବନା ସୃଷ୍ଟି

ଭୁବନେଶ୍ୱର,୩ା୧୨: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ର ୩ୟ ସଂସ୍କରଣର ୨ୟ କାର୍ଯ୍ୟଦିବସ ଶେଷ ସୁଦ୍ଧା ମୋଟ ୮୯୦ କୋଟି ଟଙ୍କା ମୂଲ୍ୟର ୩୨୫ ଆଗ୍ରହପତ୍ର ପ୍ରାପ୍ତ ହୋଇଛି ବୋଲି ଶୁକ୍ରବାର ଶିଳ୍ପ ବିଭାଗର ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏକ ଖବରଦାତା ସମ୍ମିଳନୀରେ ଏ ନେଇ ବିସ୍ତୃତ ସୂଚନା ଦେଇଥିଲେ। ବିଶେଷ କରି ଚଳିତ ବର୍ଷ ପୂର୍ବ ୨ ସଂସ୍କରଣଠାରୁ ଭଲ ରହିବ ବୋଲି ଆଶା କରାଯାଉଥିବା ବେଳେ ରାଜ୍ୟ ପାଇଁ ବିପୁଳ ନିବେଶ ଓ ନିଯୁକ୍ତି ମଧ୍ୟ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଶର୍ମା ଆଶାବ୍ୟକ୍ତ କରିଛନ୍ତି। ସେହିଭଳି ଶୁକ୍ରବାର ୧ଲକ୍ଷ ୭୦ହଜାର ୨୬୦କୋଟି ୮୫ଲକ୍ଷ ଟଙ୍କାର ୧୮୦ଟି ଆଗ୍ରହପତ୍ର ପ୍ରାପ୍ତ ହୋଇଛି। ଏହା ଫଳରେ ରାଜ୍ୟରେ ୩ ଲକ୍ଷ ୭୮ ହଜାର ୪୪୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶର୍କମା ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଶୁକ୍ରବାର ପ୍ରାପ୍ତ ୧୮୦ଟି ଆଗ୍ରହ ପତ୍ର ମଧ୍ୟରେ ୪୬ଟି ଖଣି ଓ ଖଣିଜ ଜାତ, ୪୩ଟି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ୨୪ଟି ସୂଚନା ପ୍ରଯୁକ୍ତି, ୨୨ଟି ଶକ୍ତି ଓ ଅକ୍ଷୟ ଶକ୍ତି, ୧୭ଟି ରସାୟନ ଓ ପ୍ଲାଷ୍ଟକି୍‌, ୯ଟି ବୟନ ଓ ପୋଷାକ, ୧୪ଟି କୃଷି ବ୍ୟବସାୟ ଓ ୫ଟି କୃଷି ବିପଣନ କ୍ଷେତ୍ରରୁ ରହିଛି। ଉଲ୍ଲେଖଯୋଗ୍ୟ, ଗୁରୁବାର ଓ ଶୁକ୍ରବାର ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସର୍ବମୋଟ ୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ଏଥିରେ ମୋଟ ୪୪୨୩ କୋଟି ୫୧ଲକ୍ଷ ଟଙ୍କା ବିନିଯୋଗରେ ୧୪,୨୭୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ସ୍ଥାପିତ ଭିତ୍ତିପ୍ରସ୍ତର ମଧ୍ୟରେ ରହିଛି ବାର୍ଷିକ ୨.୨ ମିଲିୟନ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ କଟକସ୍ଥିତ ଅଲ୍‌ଟ୍ରାଟେକ୍‌ ସିମେଣ୍ଟ, ଜୟ ଭାରତ ସ୍ପାଇସେସ୍‌ର କଟକସ୍ଥିତ ଶୀତଳଭଣ୍ଡାର, ପ୍ଲାଷ୍ଟିକ୍‌ ପାଇପ୍‌ ଓ ଫିଟିଂ ଉତ୍ପାଦନକାରୀ ଏସ୍‌ଟ୍ରାଲର କଟକ କାରଖାନା ଏବଂ ଖୋର୍ଦ୍ଧାସ୍ଥିତ ବ୍ରିଟାନିଆ ବିସ୍କୁଟ କାରଖାନାର ସମ୍ପ୍ରସାରଣ ଅନ୍ତର୍ଭୁକ୍ତ ରହିଛି। ସେହିଭଳି ଅଲ୍‌ଟ୍ରାଟେକ୍‌ ସିମେଣ୍ଟରେ ୭୪୭ କୋଟି ଟଙ୍କାର ପୁଞ୍ଜିି ବିନିଯୋଗରେ ୯୨୦ ନିଯୁକ୍ତି ସୁଯୋଗ, ଏସ୍‌ଟ୍ରାଲ୍‌ରେ ୧୦୯ କୋଟି ୮୧ ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗରେ ୨୫୦ ନିଯୁକ୍ତି ସୁଯୋଗ, ବ୍ରିଟାନିଆରେ ୯୩ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ୩୫୦ ନିଯୁକ୍ତି ସୁଯୋଗ ଏବଂ ଜୟ ଭାରତ ସ୍ପାଇସେସ୍‌ରେ ୫୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ ବୋଲି ଶର୍ମା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଖୋର୍ଦ୍ଧାସ୍ଥିତ କଟନ୍‌ ଓ୍ବାଲର୍ଡ ଆଣ୍ଡ ଆପାରେଲ୍‌, ଯାଜପୁରସ୍ଥିତ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପାର୍କ, ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମ୍‌ ପାର୍କ ଏବଂ ଖୋର୍ଦ୍ଧାଠାରେ ଡାନିଏଲ୍‌ ରିଫ୍ରାକ୍‌ଟୋରି ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନି ଇଣ୍ଡିଆ ପକ୍ଷରୁ ପାର୍ବଣ ଅଫର

ନୂଆଦିଲ୍ଲୀ,୩୦।୯:ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ସୋନି ଇଣ୍ଡିଆ ପକ୍ଷରୁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୋନି ଇଣ୍ଡିଆର ଟିଭି, ହୋମ୍‌ ଥିଏଟର, ସାଉଣ୍ଡବାର୍‌,...

ମାତ୍ର ୫୯ ମିନିଟରେ ଘର, ଗାଡ଼ି ଋଣ ଦେବ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୮: ଏଣିକି ଘର ଓ ଗାଡ଼ି ଋଣ ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ଦୌଡିବାକୁ ପଡିବ ନାହିଁ। ସେମାନେ ଏଣିକି ଏହି ଋଣକୁ ମାତ୍ର ୫୯ ମିନିଟରେ...

ଇଜ୍‌ର ୪ର୍ଥ ସଂସ୍କରଣ ଆରମ୍ଭ

ନୂଆଦିଲ୍ଲୀ,୨୬।୮:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସହଜ ବ୍ୟାଙ୍କିଙ୍ଗ୍‌ ଲାଗି ଏନ୍‌ହାନ୍ସ ଆକ୍‌ସେସ୍‌ ଆଣ୍ଡ ସର୍ଭିସ ଏକ୍ସିଲେନ୍ସ (ଇଜ୍‌)ର ୪ର୍ଥ ସଂସ୍କରଣକୁ ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଲାଗି...

୩୬୬ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଫେରିଛନ୍ତି ୪ ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ, ୧୧।୫ – ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ଲାଗି ବର୍ତ୍ତମାନ ସୁଦ୍ଧା ୩୬୬ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନର ସୁବିଧା...

୪ଜି ସ୍ପିଡ୍‌ରେ ଜିଓ ୧ ନମ୍ବର

ନୂଆଦିଲ୍ଲୀ,୧୬।୧୦: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ସହ ଅପ୍‌ଲୋଡ୍‌ ସ୍ପିଡ୍‌ରେ ମଧ୍ୟ ୧ ନମ୍ବର ସ୍ଥାନ ହାସଲ...

ଜିଡିପି ହ୍ରାସ ଅତ୍ୟନ୍ତ ଚିନ୍ତାଜନକ:ରଘୁରାମ ରାଜନ

ନୂଆଦିଲ୍ଲୀ,୮।୯ : ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ୍‌ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) -୨୩.୯% ଖସିଛି। ଅର୍ଥ ବ୍ୟବସ୍ଥାରେ ଏଭଳି ହ୍ରାସ ଅତ୍ୟନ୍ତ...

ଏମ୍‌ଏସ୍‌ପି ଜାରି ରହିବ: ସୀତାରାମନ

ଚେନ୍ନାଇ: କୃଷକଙ୍କ ଉତ୍ପାଦିତ ବିଭିନ୍ନ ଖାଦ୍ୟଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଜାରି ରହିବ। ଏହା ବର୍ତ୍ତମାନ ପ୍ରଦାନ କରାଯାଉଥିବା ବେଳେ ଆଗକୁ ମଧ୍ୟ ପ୍ରଦାନ...

ଯାତ୍ରୀବାହୀ ଯାନ ରିଟେଲ ବିକ୍ରି ୪% ବଢ଼ିଲା

ନୂଆଦିଲ୍ଲୀ:ନଭେମ୍ବର ମାସରେ ଯାତ୍ରୀବାହି ଯାନର ରିଟେଲ ବିକ୍ରି ୪.୧୭% ବଢିଛି। ଦିଓ୍ବାଲି ଏବଂ ଧନ୍‌ତେରସ୍‌ ଅବସରରେ ଯାନ ପଞ୍ଜୀକରଣରେ ଏଭଳି ଉନ୍ନତି ଆସିଥିବା ଫେଡେରେଶନ ଅଫ୍‌...

Advertisement
Archives

Model This Week