ନିବେଶ ସହ ନିଯୁକ୍ତିରେ ବ୍ୟାପକ ସମ୍ଭାବନା ସୃଷ୍ଟି

ଭୁବନେଶ୍ୱର,୩ା୧୨: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ର ୩ୟ ସଂସ୍କରଣର ୨ୟ କାର୍ଯ୍ୟଦିବସ ଶେଷ ସୁଦ୍ଧା ମୋଟ ୮୯୦ କୋଟି ଟଙ୍କା ମୂଲ୍ୟର ୩୨୫ ଆଗ୍ରହପତ୍ର ପ୍ରାପ୍ତ ହୋଇଛି ବୋଲି ଶୁକ୍ରବାର ଶିଳ୍ପ ବିଭାଗର ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏକ ଖବରଦାତା ସମ୍ମିଳନୀରେ ଏ ନେଇ ବିସ୍ତୃତ ସୂଚନା ଦେଇଥିଲେ। ବିଶେଷ କରି ଚଳିତ ବର୍ଷ ପୂର୍ବ ୨ ସଂସ୍କରଣଠାରୁ ଭଲ ରହିବ ବୋଲି ଆଶା କରାଯାଉଥିବା ବେଳେ ରାଜ୍ୟ ପାଇଁ ବିପୁଳ ନିବେଶ ଓ ନିଯୁକ୍ତି ମଧ୍ୟ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଶର୍ମା ଆଶାବ୍ୟକ୍ତ କରିଛନ୍ତି। ସେହିଭଳି ଶୁକ୍ରବାର ୧ଲକ୍ଷ ୭୦ହଜାର ୨୬୦କୋଟି ୮୫ଲକ୍ଷ ଟଙ୍କାର ୧୮୦ଟି ଆଗ୍ରହପତ୍ର ପ୍ରାପ୍ତ ହୋଇଛି। ଏହା ଫଳରେ ରାଜ୍ୟରେ ୩ ଲକ୍ଷ ୭୮ ହଜାର ୪୪୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶର୍କମା ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଶୁକ୍ରବାର ପ୍ରାପ୍ତ ୧୮୦ଟି ଆଗ୍ରହ ପତ୍ର ମଧ୍ୟରେ ୪୬ଟି ଖଣି ଓ ଖଣିଜ ଜାତ, ୪୩ଟି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ୨୪ଟି ସୂଚନା ପ୍ରଯୁକ୍ତି, ୨୨ଟି ଶକ୍ତି ଓ ଅକ୍ଷୟ ଶକ୍ତି, ୧୭ଟି ରସାୟନ ଓ ପ୍ଲାଷ୍ଟକି୍‌, ୯ଟି ବୟନ ଓ ପୋଷାକ, ୧୪ଟି କୃଷି ବ୍ୟବସାୟ ଓ ୫ଟି କୃଷି ବିପଣନ କ୍ଷେତ୍ରରୁ ରହିଛି। ଉଲ୍ଲେଖଯୋଗ୍ୟ, ଗୁରୁବାର ଓ ଶୁକ୍ରବାର ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସର୍ବମୋଟ ୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ଏଥିରେ ମୋଟ ୪୪୨୩ କୋଟି ୫୧ଲକ୍ଷ ଟଙ୍କା ବିନିଯୋଗରେ ୧୪,୨୭୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ସ୍ଥାପିତ ଭିତ୍ତିପ୍ରସ୍ତର ମଧ୍ୟରେ ରହିଛି ବାର୍ଷିକ ୨.୨ ମିଲିୟନ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ କଟକସ୍ଥିତ ଅଲ୍‌ଟ୍ରାଟେକ୍‌ ସିମେଣ୍ଟ, ଜୟ ଭାରତ ସ୍ପାଇସେସ୍‌ର କଟକସ୍ଥିତ ଶୀତଳଭଣ୍ଡାର, ପ୍ଲାଷ୍ଟିକ୍‌ ପାଇପ୍‌ ଓ ଫିଟିଂ ଉତ୍ପାଦନକାରୀ ଏସ୍‌ଟ୍ରାଲର କଟକ କାରଖାନା ଏବଂ ଖୋର୍ଦ୍ଧାସ୍ଥିତ ବ୍ରିଟାନିଆ ବିସ୍କୁଟ କାରଖାନାର ସମ୍ପ୍ରସାରଣ ଅନ୍ତର୍ଭୁକ୍ତ ରହିଛି। ସେହିଭଳି ଅଲ୍‌ଟ୍ରାଟେକ୍‌ ସିମେଣ୍ଟରେ ୭୪୭ କୋଟି ଟଙ୍କାର ପୁଞ୍ଜିି ବିନିଯୋଗରେ ୯୨୦ ନିଯୁକ୍ତି ସୁଯୋଗ, ଏସ୍‌ଟ୍ରାଲ୍‌ରେ ୧୦୯ କୋଟି ୮୧ ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗରେ ୨୫୦ ନିଯୁକ୍ତି ସୁଯୋଗ, ବ୍ରିଟାନିଆରେ ୯୩ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ୩୫୦ ନିଯୁକ୍ତି ସୁଯୋଗ ଏବଂ ଜୟ ଭାରତ ସ୍ପାଇସେସ୍‌ରେ ୫୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ ବୋଲି ଶର୍ମା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଖୋର୍ଦ୍ଧାସ୍ଥିତ କଟନ୍‌ ଓ୍ବାଲର୍ଡ ଆଣ୍ଡ ଆପାରେଲ୍‌, ଯାଜପୁରସ୍ଥିତ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପାର୍କ, ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମ୍‌ ପାର୍କ ଏବଂ ଖୋର୍ଦ୍ଧାଠାରେ ଡାନିଏଲ୍‌ ରିଫ୍ରାକ୍‌ଟୋରି ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?