ମୟୂରଭଞ୍ଜରୁ ଆଣି ଭୁବନେଶ୍ୱରରେ ଦେହ ବ୍ୟବସାୟ, ଶିକ୍ଷୟିତ୍ରୀ ଗିରଫ

ବାରିପଦା ଅଫିସ,୧୫ା୧୨: ମୟୂରଭଞ୍ଜ ଜିଲା ବେତନଟୀ ଅଞ୍ଚଳରୁ ଅପହୃତ ଜଣେ ଆଦିବାସୀ ନାବାଳିକାଙ୍କୁ ବାରିପଦା ଟାଉନ ଥାନା ପୋଲିସ ଉଦ୍ଧାର କରିଛି। ତାଙ୍କୁ ନେଇ ଦେହ ବ୍ୟବସାୟରେ ଲଗାଇଥିବା ଶିକ୍ଷୟିତ୍ରୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଭୁବନେଶ୍ୱରର ଜଣେ ହୋଟେଲ ମାଲିକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଶିକ୍ଷୟିତ୍ରୀ ଜଣକ ହେଲେ ଭୁବନେଶ୍ୱର ଖାରବେଳ ନଗର ଥାନା ଅଧୀନ ବାଣପୁର ମଧୁସୂଦନ ନଗରର ବିକ୍ରମ କେଶରୀ ବେହେରାଙ୍କ ସ୍ତ୍ରୀ ଟୁନା ଦାସ(୪୫) ।

ସୂଚନା ଅନୁଯାୟୀ, ଦେହ ବ୍ୟବସାୟ ର଼୍ୟାକେଟ ଚଳାଉଥିବା ଟୁନା ଦାସଙ୍କ ଜରିଆରେ କିଛି ଅସାମାଜିକ ବ୍ୟକ୍ତି ବିଭିନ୍ନ ଅଞ୍ଚଳରୁ ନୀରିହ ନାବାଳିକା ଓ ଅଳ୍ପ ବୟସର ଯୁବତୀଙ୍କୁ କୌଶଳକ୍ରମେ ନିଜ ଜାଲରେ ଫସାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲେ। ସେମାନେ ଝିଅମାନଙ୍କୁ ଚାକିରି ଓ ପାଠ ପଢ଼ାଇବା ପ୍ରଲୋଭନ ଦେଖାଇ ଭୁବନେଶ୍ୱର ଓ ବାଣପୁରର ହୋଟେଲରେ ଛାଡ଼ିବା ପରେ ଶିକ୍ଷୟିତ୍ରୀଜଣକ ଦେହ ବ୍ୟବସାୟରେ ଲଗାଇଥାନ୍ତି। ଏହି କ୍ରମରେ ବାରିପଦା ଅଞ୍ଚଳର ଆଈ ଘରେ ରହୁଥିବା ଜଣେ ୧୪ବର୍ଷର ଆଦିବାସୀ ନାବାଳିକା ତାଙ୍କ ପ୍ରଲୋଭନର ଶିକାର ହୋଇଥିଲେ। ଉଦ୍ଧାର ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ସେ ବାରିପଦାସ୍ଥିତ ଆଈ ଘରେ ରହୁଥିଲେ। ତେବେ ବାଲେଶ୍ୱର ଅଞ୍ଚଳର ଜଣେ ଆମ୍ବୁଲାନ୍ସ ଚାଳକ ତାଙ୍କ ସ୍କୁଲ ସହପାଠିନୀଙ୍କ ଜରିଆରେ ବାରିପଦା ରେଳଷ୍ଟେଶନକୁ ଡକାଇ ଅପହରଣ କରି ବାଲେଶ୍ୱର ନେଇଥିଲେ। ସେଠାରୁ ଟ୍ରେନରେ ନେଇ ଭୁବନେଶ୍ୱର ରେଳଷ୍ଟେଶନ ନିକଟରେ ଥିବା ଏକ ହୋଟେଲରେ ରଖିଥିଲେ। ଏହାସହିତ ବାଣପୁରରେ ଥିବା ଅନ୍ୟ ଏକ ହୋଟେଲକୁ ମଧ୍ୟ ନେଇ ପିଇବା ପାଣିରେ ନିଶା ଦେଇ ଦେହ ବ୍ୟବସାୟରେ ଲଗାଉଥିଲେ। ପ୍ରତିଦାନରେ ବନ୍ଦ କୋଠରୀରେ କଡ଼ା ସୁରକ୍ଷାରେ ରଖି ଗରାଖ ପିଚ୍ଛା ୨ହଜାର ଟଙ୍କା ଦେଉଥିଲେ। ଏହିପରି ୪ଟି କୋଠରୀରେ ଅଳ୍ପ ବୟସର ନାବାଳିକାମାନଙ୍କୁ ରଖି ଜବରଦସ୍ତ ଦେହ ବ୍ୟବସାୟ ଚଳାଉଥିଲେ। ତେବେ ଶିକ୍ଷୟିତ୍ରୀଙ୍କ ଘରକୁ ଆସୁଥିବା ଜଣେ ଗୁରୁମା’ ଓ ଖାଦ୍ୟ ଯୋଗାଉଥିବା ଯୁବକଙ୍କ ସହଯୋଗରେ ନାବାଳିକାଜଣକ କୌଶଳ କ୍ରମେ ଖସି ପଳାଇ ଆସି ଟ୍ରେନରେ ବାଲେଶ୍ୱରରେ ପହଞ୍ଚତ୍ଥିଲେ। ବାଲେଶ୍ୱର ପୋଲିସ ଉଦ୍ଧାର କରି ତାଙ୍କୁ ନାରୀ ସଂଘ ଜିମାରେ ଛାଡ଼ିଥିଲେ । ନାରୀ ସଂଘର ସଭାନେତ୍ରୀ ଲୋପାମୁଦ୍ରା ମହାପାତ୍ରଙ୍କ ତତ୍ତ୍ୱାବଧାନରେ ନାବାଳିକା ଜଣକ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଆଇଆଇସି ବୀରେନ୍ଦ୍ର ସେନାପତି ଏକ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ତେବେ ଘଟଣାରେ ଅନେକ ହାଇପ୍ରୋଫାଇଲ ବ୍ୟକ୍ତି ଜଡ଼ିତ ଥିବା ଜଣାପଡ଼ିଛି । ଅପହରଣକାରୀ ଆମ୍ବୁଲାନ୍ସ ଚାଳକ ଅନ୍ୟ ଏକ ଘଟଣାରେ ବାଲେଶ୍ୱର ଜେଲରେ ଥିବାରୁ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଥାନା ଅଧିକାରୀ ସେନାପତି ପ୍ରକାଶ କରିଛନ୍ତି। ଉଦ୍ଧାର ନାବାଳିକାଙ୍କ ଜରିଆରେ ପୋଲିସ ଏକ ବଡ଼ଧରଣର ସେକ୍ସ ର଼୍ୟାକେଟର ସୁରାକ ପାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri