ଏକାଧିକ ଆଶାୟୀ, ଛକାପଞ୍ଝାରେ ସୁନନ୍ଦା-ବିଶ୍ୱରଞ୍ଜନ

ବରୀ,୨୦ା୩ (ମହେନ୍ଦ୍ର ସ୍ବାଇଁ): ଆସନ୍ତା ଜୁନ ୧ରେ ବରୀ ନିର୍ବାଚନମଣ୍ଡଳୀର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟ ଚିତ୍ର ଅସ୍ପଷ୍ଟ ରହିଥିବା ବେଳେ ଶାସକ ଦଳରେ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି।
ନିର୍ବାଚନ ପୂର୍ବରୁ ଅପ୍ରତ୍ୟାଶିତ ଭାବେ ଭାଜପାରୁ ଆସି ଶାସକ ଦଳରୁ ପ୍ରାର୍ଥୀ ହୋଇ ସୁନନ୍ଦା ଦାସ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ୱୀ ଭାଜପା ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ୪,୦୬୨ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। କଂଗ୍ରେସରୁ ଉମେଶ ଚନ୍ଦ୍ର ଜେନା ତୃତୀୟ ସ୍ଥାନରେ ରହିଥିଲେ। ବର୍ତ୍ତମାନ ବରୀ ବିଧାୟିକା ସୁନନ୍ଦା ଦାସ ଶାସକ ଦଳରୁ ହୋଇଥିବାବେଳେ ବିଜେଡିର ଗୋଟିଚାଳନା ଯୋଗୁ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାଜପାରୁ ନିର୍ବାଚନ ଲଢ଼ିଥିବା ବିଶ୍ୱରଞ୍ଜନଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ମିଳିଥିଲା। ଉଭୟ ସୁନନ୍ଦା ଓ ବିଶ୍ୱରଞ୍ଜନ ଶାସକ ଦଳର ହୋଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ସେମାନଙ୍କ ଗୋଷ୍ଠୀ ମଧ୍ୟରେ ସରପଞ୍ଚ, ସମିତିସଭ୍ୟ ଓ ଜିଲା ପରିଷଦ ସଭ୍ୟ ପଦ ପାଇଁ ପ୍ରତିଦ୍ବନ୍ଦ୍ୱିତା ଦେଖିବାକୁ ମିଳିଥିଲା। ପଞ୍ଚାୟତ ସମିତି ନିର୍ବାଚନରେ ବିଶ୍ୱରଞ୍ଜନଙ୍କ ନେତୃତ୍ୱରେ ଅଧିକ ସମିତି ସଭ୍ୟ ନିର୍ବାଚିତ ହୋଇଥିବାରୁ ସେ ସମିତି ଅଧ୍ୟକ୍ଷ ନିର୍ବାଚିତ କରିବାକୁ ସମର୍ଥ ହୋଇଥିଲେ। ବରୀରେ ବିଶ୍ୱରଞ୍ଜନଙ୍କ ଦୃଢ଼ ସଙ୍ଗଠନ ରହିଥିବାରୁ ଆଗାମୀ ନିର୍ବାଚନରେ ଶାସକ ଦଳରୁ ସେ ପ୍ରାର୍ଥୀ ହେବେ ବୋଲି ସମର୍ଥକମାନେ ମତ ଦେଉଛନ୍ତି।
ଅପରପକ୍ଷରେ ବିଧାୟିକା ସୁନନ୍ଦା ଦାସ କଳାମାଟିଆ ଶହୀଦ ପୀଠର ଉନ୍ନତୀକରଣ, ଶହୀଦଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା, ଗୁରୁପୂଜନ କାର୍ଯ୍ୟକ୍ରମ, ବିଦଗ୍ଧ କବିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଐତିହାସିକ ପୀଠର ଉନ୍ନତୀକରଣ କରିବା ସହ ସରକାରୀ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଉଦ୍ୟମ କରି ସାଧାରଣ ଲୋକଙ୍କ ନିକଟତର ହୋଇପାରିଥିବାରୁ ସେ ଟିକେଟ ପାଇବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଏହି ୨ ଦାବିଦାରଙ୍କ ବ୍ୟତୀତ ଯୁବନେତା ସଞ୍ଜୀବ ଜେନାଙ୍କ ନାମ ମଧ୍ୟ ଉଠୁଛି। ସେ ସାହୁପଡା କଚେରି ପଡ଼ିଆଠାରେ କର୍ମୀ ସମ୍ମିଳନୀ କରି ବିକଶିତ ବରୀ ଗଠନ କ୍ଷେତ୍ରରେ ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳିଛି। ବରୀ ଅଞ୍ଚଳର ଯୁବ ସଙ୍ଗଠକ ଭାବେ ଜଣାଶୁଣା, ବର୍ତ୍ତମାନର ୨୧ନଂ. ଜିଲା ପରିଷଦ ସଭ୍ୟ ଓ ପ୍ରାକ୍ତନ ବରୀ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ସାମଲ ମଧ୍ୟ ସମାନ୍ତରାଳ ଭାବେ ବିଜୁ ଜୟନ୍ତୀ ପାଳନ ଓ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ କରିବା ସହିତ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଉଥିବାରୁ ଶାସକ ଦଳରୁ ଆଶାୟୀ ପ୍ରାର୍ଥୀ ତାଲିକାରେ ରହିଛନ୍ତି ବୋଲି ସୂଚନା ମିଳିଛି। ଅନ୍ୟତମ ଆଶାୟୀ ପ୍ରାର୍ଥୀ ଭାବେ ସାମାଜିକ କର୍ମୀ ଅଶୋକ ବେହେରା ବରୀ ଅଞ୍ଚଳରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଭୋଟରମାନଙ୍କ ନିକଟତର ହେଉଛନ୍ତି। ଅନୁରୂପ ଭାବେ ବିଭୁପ୍ରସାଦ ରଥ ନବୀନ ନିବାସ ଯାଇ ପ୍ରାର୍ଥୀ ହେବା ପାଇଁ ଆବେଦନ କରିଥିବାର ସୂଚନା ମିଳିଛି।
ଆସନ୍ତା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ତାରିଖ ମେ’ ୭ରୁ ୧୪ ରହିଥିବା ବେଳେ ଯଦି ଭାଜପା ସହ ବିଜେଡିର ମେଣ୍ଟ ନ ହୁଏ, ତେବେ ଦଳୀୟ ହାଇକମାଣ୍ଡ ବିଧାୟିକାଙ୍କ ଉପରେ ଭରସା କରିବେ କିମ୍ବା ଅନ୍ୟ ଆଶାୟୀଙ୍କ ମଧ୍ୟରୁ କାହାକୁ ଦଳୀୟ ପ୍ରାର୍ଥୀ କରିବେ, ତାହା ଅସ୍ପଷ୍ଟ ଥିବା ଯୋଗୁ ବରୀ ରାଜନୀତି ଏକ ରୋଚକ ମୋଡ଼ ନେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?