କଂସଙ୍କ ପ୍ରଶ୍ନବାଣରେ ଅଧିକାରୀ ଘାଇଲା

ମଥୁରାନଗରୀ/ଗୋପପୁର,୨।୧:ବରଗଡ଼ ଧନୁଯାତ୍ରା ମହୋତ୍ସବର ରବିବାର ଷଷ୍ଠ ଦିବସରେ ମଥୁରାନଗରୀ ରାଜ ଦରବାରରେ କଂସ ମହାରାଜଙ୍କ ରଙ୍ଗସଭା ଏବଂ ଗୋପପୁରରେ ବସ୍ତ୍ରହରଣ ଦୃଶ୍ୟାଭିନୟ ହୋଇଥିଲା। ଏହାକୁ ଦେଖିବା ପାଇଁ ଉଭୟ ମଥୁରା ଏବଂ ଗୋପପୁରରେ ଦର୍ଶକଙ୍କ ପ୍ରବଳ ସମାଗମ ହୋଇଥିଲା। ଅପରାହ୍ନରେ କଂସ ମହାରାଜ ରାଜମହଲରୁ ମଥୁରା ଭ୍ରମଣରେ ବାହାରିଥିଲେ ଏବଂ ଭ୍ରମଣ ସାରି ଲୋକମଣ୍ଡପ ପଡ଼ିଆସ୍ଥିତ ରଙ୍ଗମହଲକୁ ଯାଇଥିଲେ। ସେଠାରେ ନାଚଗୀତରେ ମସଗୁଲ୍‌ ହେବା ସହିତ ଚିତ୍ରକଳା ପ୍ରଦର୍ଶନୀରେ ସାମିଲ ହୋଇଥିବା ଶିଳ୍ପୀଙ୍କୁ ପୁରସ୍କୃତ କରିଥିଲେ ।
ଏହାପରେ ମହାରାଜ କଂସ ହାଟପଦାସ୍ଥିତ ରାଜଦରବାରକୁ ଯାଇଥିଲେ ଏବଂ ସେଠାରେ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏହି କ୍ରମରେ ଯୁଦ୍ଧ ପରାକ୍ରମ ଦେଖାଇବା ପାଇଁ ସେ ସୈନ୍ୟ, ସାମନ୍ତଙ୍କୁ ଆଦେଶ ଦେଇଥିଲେ। ମଥୁରାନଗରୀରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଠିକ୍‌ ଭାବେ ଚାଲୁ ନ ଥିବା ନେଇ ବିଦୁଷକ କଂସ ମହାରାଜଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଂସ ସମ୍ପୃକ୍ତ ଅଧିକାରୀଙ୍କୁ ତାଙ୍କ ସମ୍ମୁଖରେ ହାଜର କରି ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ହେବା ପରେ କଂସ ସେମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରି ଘାଇଲା କରିଥିଲେ।
ମଥୁରାନଗରୀରେ ରେଡକ୍ରସ ଯୋଜନା ଫେଲ୍‌ ଏବଂ ବୃଦ୍ଧାବୃଦ୍ଧ, ଗରିବ ସ୍ବାସ୍ଥ୍ୟସେବା, ପାଠପଢ଼ା ଆଦିରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ବିଦୁଷକ କହିଥିଲେ। କଂସଙ୍କ ଆଦେଶକ୍ରମେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ଏହାର ଉତ୍ତର ଦେଇ ରେଡ଼କ୍ରସ ଯୋଜନାରେ ଯଥାଶୀଘ୍ର ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମଥୁରାବାସୀ ଉପକୃତ ହେଉଥିବା କହିଥିଲେ। ସେହିପରି ମଥୁରାନଗରୀରେ ଅନେକ ବାସହୀନ ପରିବାର ଏପର୍ଯ୍ୟନ୍ତ ଘରଡ଼ିହ ପଟ୍ଟା ପାଇ ପାରୁ ନ ଥିବାବେଳେ ବିଭିନ୍ନ ପ୍ରମାଣପତ୍ର ପାଇବାରେ ମଥୁରାବାସୀ ହଟହଟା ହେଉଥିବା ନେଇ ବିଦୁଷକ କଂସଙ୍କ ଦୃଷ୍ଟିକୁ ଆଣିଥିଲେ। ଏହାର ଉତ୍ତର ଦେଇ ଅତିରିକ୍ତ ଜିଲାପାଳ (ରାଜସ୍ବ ବିଭାଗ) କୃତ୍ତିବାସ ରାଉତ କହିଥିଲେ,ଏପର୍ଯ୍ୟନ୍ତ ମଥୁରା ରାଜ୍ୟରେ ୪୦ହଜାର ୮୯୨ଜଣ ହିତାଧିକାରୀଙ୍କୁ ଘରଡ଼ିହ ପଟ୍ଟା ପ୍ରଦାନ କରାଯାଇଛି। ଯଦି କେହି ବାକିଥିବେ, ସେମାନଙ୍କୁ ମଧ୍ୟ ଦିଆଯିବ। ତେବେ ନକଲି ଆଦିବାସୀ ପ୍ରମାଣପତ୍ର ଦେଖାଇ ମଥୁରା ରାଜ୍ୟରେ ଅନେକ ସରକାରୀ ଚାକିରି ହାତେଇଥିବା ନେଇ ଅଭିଯୋଗ ହେଉଛି, ସେ ନେଇ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କଂସ ମହାରାଜ ପ୍ରଶ୍ନ କରିବା ପରେ ତାର ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ରାଉତ କହିଥିଲେ ।
ମଥୁରାନଗରୀରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିବା ନେଇ କଂସ ମହାରାଜ ଏସ୍‌ଡ଼ିପିଓ ଅମ୍ରିତ କୁମାର ପଣ୍ଡାଙ୍କୁ ପ୍ରଶ୍ନ କରିଥିଲେ। କଂସଙ୍କ ଭୟରେ ମଥୁରାନଗରୀରୁ ଚୋର, ଲୁଟେରା ଅନ୍ୟତ୍ର ପଳାୟନ କରୁଛନ୍ତି ବୋଲି ପଣ୍ଡା ଉତ୍ତର ଦେଇଥିଲେ। ତେବେ ମଥୁରା କାରାଗାର ମଧ୍ୟରୁ କିଭଳି ଦେବକୀଙ୍କ ଅଷ୍ଟମ ସନ୍ତାନ ଗୋପପୁର ଗଲେ ଏବଂ ସେଠାରେ ତାଙ୍କ ପ୍ରେରିତ ଷଡ଼ମଲ୍ଲ, ପୁତନାଙ୍କୁ ସେ ନିହତ କଲେ, ଏ ଦିଗରେ କି ପଦକ୍ଷେପ ନିଆଯାଇଛି ବୋଲି କଂସ ପ୍ରଶ୍ନ କରିଥିଲେ। ଦେବକୀଙ୍କ ଅଷ୍ଟମ ସନ୍ତାନଙ୍କୁ ମହାରାଜଙ୍କ ସମ୍ମୁଖରେ ହାଜର କରିବାକୁ ମଥୁରା ରାଜ୍ୟର ସମସ୍ତ ପୋଲିସ ବାହିନୀ ଲାଗି ପଡ଼ିଛନ୍ତି। ଷଡ଼ମଲ୍ଲ, ପୁତନା ନିଧନରେ ଯେଉଁମାନେ ସମ୍ପୃକ୍ତ ଥିବେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଣ୍ଡା କହିଥିଲେ। ଅନ୍ୟପଟେ ଗୋପପୁରରେ ଗୋପୀଙ୍କ ଦହିବିକା ଏବଂ ବସ୍ତ୍ରହରଣ ଦୃଶ୍ୟାଭିନୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?