ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ୧୯୪୭ରେ ଭାରତର ସ୍ବାଧୀନତା ପରଠାରୁ ପ୍ରତିବର୍ଷ ନିରନ୍ତର ଭାବେ ଦୀର୍ଘ ୧୧ଦିନ ବ୍ୟାପୀ ପାଳିତ ହେଉଥିବା ଏହି ମହୋତ୍ସବ ଅବସରରେ ସମଗ୍ର ବରଗଡ଼ ସହର ମଥୁରା ନଗରୀରେ ପରିଣତ ହେବ । ଅମ୍ବାପାଲି ଗୋପପୁର ହେବ। ବରଗଡ଼ ସହର ଏବଂ ଅମ୍ବାପାଲି ମଝିରେ ବହି ଯାଇଥିବା ଜୀରା ନଦୀ ପାଲଟିବ ଯମୁନା । ଅନ୍ୟବର୍ଷ ତୁଳନାରେ ଏଥର ଏହି ମହୋତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଉଦ୍ୟମ କରାଯାଉଛି। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଧନୁଯାତ୍ରା ମହୋତ୍ସବ ନେଇ ସୂଚନା ଦେଇ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଆଦିତ୍ୟ ଗୋୟଲ କହିଛନ୍ତି, ଶ୍ରୀମଦ ଭାଗବତ କଥାବୃତ୍ତ ଅଧର୍ମ ଉପରେ ଧର୍ମର ଚୂଡ଼ାନ୍ତ ବିଜୟର ପୌରାଣିକ ଘଟଣାବଳୀ ତଥା ମଥୁରା ନରେଶ ମହାରାଜ କଂସଙ୍କ ରାଜ୍ୟ ଶାସନ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ବାଲ୍ୟଲୀଳା ବରଗଡ଼ ଧନୁଯାତ୍ରା ମହୋତ୍ସବରେ ପ୍ରଦର୍ଶିତ ହେବ। ପାଣ୍ଡୁଲିପିହୀନ ଏହି ମହୋତ୍ସବ ଅବସରରେ ସମୁଦାୟ ୨୨ରୁ ଅଧିକ ମଞ୍ଚରେ ୨୦୦ ଜଣରୁ ଅଧିକ କଳାକାରଙ୍କ ସମେତ ୨୫୦ରୁ ଅଧିକ ଜିଲାର, ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରୀୟ, ସାଂସ୍କୃତିକ ଦଳ ସାଂସ୍କୃତିକ ଅଭିନୟ କରିବେ । ଏଥର ମହୋତ୍ସବରେ ୧୫ ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛିସ। ନିଜର ଅନନ୍ୟ ନାଟ୍ୟ ମହିମା ବ୍ୟତୀତ, ଧନୁଯାତ୍ରା ବିଭିନ୍ନ ପ୍ରଦର୍ଶନୀ ଓ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସଂସ୍କୃତି, ଐତିହ୍ୟ, ବାଣିଜ୍ୟ ଏବଂ ସାମୁହିକ ଅଂଶଗ୍ରହଣକୁ ମଧ୍ୟ ପ୍ରୋତ୍ସାହିତ କରିବ । ଏହି ଐତିହାସିକ ମହୋତ୍ସବର ଗାରିମା ବୃଦ୍ଧି ସହିତ ଏହାର ବ୍ୟାପକ ପ୍ରଚାର ପ୍ରସାର ତଥା ସମଗ୍ର ବରଗଡ଼ବାସୀଙ୍କୁ ଉତ୍ସବରେ ଯୋଡିବା ପାଇଁ ରଙ୍ଗୋଲୀ ପ୍ରତିଯୋଗୀତା, ସାଂସ୍କୃତିକ ଶୋଭାଯାତ୍ରା, ଚିତ୍ରାଙ୍କନ ପ୍ରତିଯୋଗୀତା, ଶ୍ରୀତ୍ରଶିଳ୍ପୀ ଶିବିର ଏବଂ ଜାତୀୟ ସ୍ତରୀୟ ଅଲୋଚନାଚକ୍ର କାର୍ଯ୍ୟକ୍ରମ ପ୍ରତିବର୍ଷ ହୋଇ ଆସୁଛି । ଏଥିସହିତ ପୂର୍ବ ବର୍ଷ ଭଳି ଧନୁଯାତ୍ରା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିବା ନିମନ୍ତେ ଉଭୟ ସଂସ୍କୃତି ବିଭାଗ ତଥା ରାଜ୍ୟ ସରକାର ଏବଂ ମହୋତ୍ସବ ସମିତିର ସୱତନ୍ତ୍ର ୱେବସାଇଟ ମଧ୍ୟମରେ ଧନୁଯାତ୍ରାର ଚିତ୍ରାୟନ, ସମସ୍ତ ଦୃଶ୍ୟାବଳୀ, ସହରରେ ଥିବା ପ୍ରମୁଖ ହୋଟେଲ, ପାର୍କିଂ ସ୍ଥାନ, ମହୋତ୍ସବ ସ୍ଥାନ ସମ୍ବନ୍ଧୀୟ ବିବରଣୀ ଏବଂ ଜିପିଏସ ସିଷ୍ଟମକୁ ମଧ୍ୟ ସ୍ଥାନିତ କରାଯିବା ବ୍ୟବସ୍ଥା କରାଯାଇଛି । ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଧନୁଯାତ୍ରା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୱେବସାଇଟ ଏବଂ ଧନୁଯାତ୍ରା ମୋହତ୍ସବର ଅଧିକୃତ ସାମାଜିକ ଗଣମାଧ୍ୟମ ଚ୍ୟାନେଲରେ ଏକ ଡିଜିଟାଲ କୁଇଜ ଅନୁଷ୍ଠିତ କରାଯାଇ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯିବାର ମଧ୍ୟ ବ୍ୟବସ୍ଥା ରହିଛି । ପିଲାଙ୍କୁ ଅଭିନୟ କଳା ଶିକ୍ଷା ସହ ଲୁକ୍କାୟିତ ପ୍ରତିଭା ଗୁଡିକୁ ଲୋକଲୋଚନାକୁ ଆଣିବା ପାଇଁ ଆୟୋଜିତ ହେବ ବାଲ ଧନୁଯାତ୍ରା ମଧ୍ୟ ଆୟୋଜିତ ହେବ।

ଧନୁଯାତ୍ରା ମହୋତ୍ସବକୁ ଏକ ଉତ୍ସବର ରୂପ ଦେବା ସହ ସମଗ୍ର ବରଗଡ ବାସୀଙ୍କ ତରଫରୁ ସାମୁହିକ ଭାବେ ଏହି ମହୋତ୍ସବକୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ଆୟୋଜିତ ହେଉଥିବା ରଙ୍ଗୋଲି ପ୍ରତିଯୋଗିତା ଓ ପ୍ରଦର୍ଶନୀ ସୋମବାର ଦିନ ସ୍ଥାନୀୟ ଭିଏସଏସ ନଗର(ବାନ୍ଧୁଟିକ୍ରା ଛକ) ଦୁର୍ଗା ମଣ୍ଡପ ନିକଟରେ ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜିଲା ଏବଂ ଜିଲା ବାହାରୁ ୫୦ରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ । ସେହିଭଳି ଧନୁଯାତ୍ରାକୁ ଏକ ଭବ୍ୟ ସ୍ବାଗତ କରିବା ପାଇଁ ଆୟୋଜିତ ହେଉଥିବା ସାଂସ୍କୃତିକ ଶୋଭାଯାତ୍ରା ଆଗାମୀ ୨୪ ତାରିଖ ଅପରାହ୍ନ ୧ଟାରୁ ସ୍ଥାନୀୟ ଗାନ୍ଧୀ ଛକଠାରୁ ଶୁଭାରମ୍ଭ ହେବ । ଏଥିରେ ଜିଲା ଏବଂ ରାଜ୍ୟ ସ୍ତରୀୟ ସଂସ୍କୃତିକ ଦଳ ଗୁଡିକ ସାମିଲ ହେବେ । ସମଗ୍ର ଜିଲାର ଜନସାଧାରଣ, ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ଯୋଗ ଦେବେ। ପଶ୍ଚିମ ଓ କଳା, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନୀ ପାଇଁ ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟଠାରେ ଆଗାମୀ ୨୬ତାରିଖ ପୂର୍ବାହ୍ନ ୧୦ଟାରେ ସ୍କୁଲ, କଲେଜର ଛାତ୍ରୀଛାତ୍ରଙ୍କ ସହିତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଏବଂ ସାଧାରଣ ଜନତାଙ୍କ ସହଭାଗିତାରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଶିଳ୍ପୀଙ୍କ ତୂଳୀରେ ଫୁଟି ଉଠିବ ପଶ୍ଚିମ ଓ କଳା, ସଂସ୍କୃତି ଓ ପରମ୍ପରାର ବିଭିନ୍ନ ଦୃଶ୍ୟ ଓ କାହାଣୀ । ସେହିପରି ଆଗାମୀ ୨୮ତାରିଖ ସକାଳ ୯ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ସ୍ବତନ୍ତ୍ର ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହେବ । ଏଥିରେ ବରଗଡ଼ ଏବଂ ବିଭିନ୍ନ ଜିଲାର ୨୫ ଜଣରୁ ଅଧିକ ସ୍ବନାମଧନ୍ୟ ଚିତ୍ରଶିଳ୍ପୀମାନେ ଭାଗନେଇ ଦର୍ଶକମାନଙ୍କ ସାମ୍ନାରେ ସେମାନଙ୍କ କଳା ପ୍ରତିଭା ପ୍ରଦର୍ଶନ କରିବେ । ନିଜ ତୂଳୀମୁନରେ ପଶ୍ଚିମ ଓ କଳା, ସଂସ୍କୃତି ଓ ପରମ୍ପରା ଆଙ୍କିବେ । ସେହିଭଳି ଆଗାମୀ ୨୬ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବାଲ ଧନୁଯାତ୍ରା ହେବ। ଏଥିରେ ୪୦ରୁ ଅଧିକ ଶିଶୁ କଳାକାର ଅଂଶଗ୍ରହଣ କରିବେ । ବରଗଡ ମୁକ୍ତାକାଶରେ ପରିବେଷିତ ହେଉଥିବା ସମସ୍ତ ନାଟକ ଏବଂ କାର୍ଯ୍ୟକ୍ରମରେ ଯୋଗ ଦେବେ ଜାତୀୟ ନାଟ୍ୟ ବିଦ୍ୟାଳୟର ବିଶେଷଜ୍ଞ ଏବଂ ଏହାର ବିକାଶ ତଥା ୟୁନେସ୍କ ସୀକୃତି ପ୍ରାପ୍ତ ନିମନ୍ତେ ସହଯୋଗ ଏବଂ ମାର୍ଗଦର୍ଶନ କରିବେ । ଧନୁଯାତ୍ରା ମହୋତ୍ସବ ସମିତି, ଧନୁଯାତ୍ରା ପ୍ରଚାର ଓ ପ୍ରସାର କମିଟି ଏବଂ ପଞ୍ଚାୟତ କଲେଜ, ବରଗଡ଼ର ମିଳିତ ଆନୁକୂଲ୍ୟରେ ଆଗାମୀ ୨୭ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଦ୍ବି ଦିବସୀୟ ଜାତୀୟ ସେମିନାର ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଆୟୋଜିତ ହେବ। ଏହି ବୌଦ୍ଧିକ ଆଲୋଚନା ଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରୁ ୫୦ ରୁ ଊଦ୍ଧର୍‌ବ ଶିକ୍ଷାବିତ, ସମୀକ୍ଷକ ଏବଂ ଛାତ୍ରୀଛାତ୍ର ସାମିଲ ହୋଇ ଶିକ୍ଷା, ପ୍ରତ୍ନତତ୍ତ, ଇତିହାସ ଓ ସଂସ୍କୃତିରେ ଆନ୍ତଃବୈଷୟିକ ଦୃଷ୍ଟିକୋଣ ସମ୍ପର୍କରେ ଉପସ୍ଥାପନ କରିବେ । ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ପରିଚୟ। ଚଳିତ ବର୍ଷ ଏହି ଐତିହାସିକ ମହୋତ୍ସବକୁ ଆହୁରି ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ ଆକାଶବାଣୀ ସମ୍ବଲପୁରକୁ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ବିସ୍ତୃତ ସୂଚନା ଦେଇଛନ୍ତି। ସେହିଭଳି ବରଗଡ଼ ଧନୁଯାତ୍ରା ମହୋତ୍ସବର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଆକାଶବାଣୀ ସମ୍ବଲପୁରର ଦ୍ୱାରା ଦୈନିକ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

ଭଞ୍ଜନଗର ବିଇଓଙ୍କ ତ୍ୱରିତ ପଦକ୍ଷେପ: ଅବସର ଦିନ ହିଁ ମିଳିଲା ୬ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଫାଇନାଲ ପେନସନ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଲୋପାମୁଦ୍ରା ରଥଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ମଙ୍ଗଳବାର ଚାକିରିରୁ ଅବସର ନେଇଥିବା ୬ ଜଣ ଶିକ୍ଷୟିତ୍ରୀ,…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri