ଛାତ୍ରମୃତ୍ୟୁ ଘଟଣା, ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ: ବରଗଡ଼ ବନ୍ଦକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ

ବରଗଡ଼ ଅଫିସ,୩୦।୭: ବରଗଡ ଛାତ୍ରମୃତ୍ୟୁ ଘଟଣା ଏବଂ ନ୍ୟାୟ ଦାବି କରୁଥିବା ଲୋକଙ୍କ ଉପରେ ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଆନ୍ଦୋଳନ ତେଜି ଉଠିଛି। ବରଗଡ଼ ସଚେତନ ନାଗରିକ କମିଟି ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡାକରାକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ଶନିବାର ସକାଳୁ ବରଗଡ଼ ସହରର ସମସ୍ତ ଦୋକାନ, ବଜାର, ସ୍କୁଲ କଲେଜ ସମେତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି।

ଗତ ୨୦ତାରିଖ ବରଗଡ଼ ସହର ଉପକଣ୍ଠ ପ୍ରଧାନପାଲି ଗ୍ରାମର ଆଦିତ୍ୟରାଜ ସାହୁ ନାମକ ପ୍ରଥମ ଶ୍ରେଣୀ ଛାତ୍ର ସ୍କୁଲକୁ ପଢିବାକୁ ଆସିଥିଲେ। ଖେଳ ପିରିୟଡରେ ଖେଳୁଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପରିବାର ଲୋକେ ସ୍କୁଲରେ ପହଞ୍ଚି ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ଗତ ୨୨ତାରିଖ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଛାତ୍ର ଆଦିତ୍ୟରାଜଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ସମେତ ଅଭିଭାବକମାନେ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ପୋଲିସ ମୃତଛାତ୍ରଙ୍କୁ ନ୍ୟାୟ ଦେବା ବଦଳରେ ନ୍ୟାୟ ଦାବି କରୁଥିବା ୯ଜଣଙ୍କ ବିରୋଧରେ ୩୦୭ ଭଳି ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି। ପୋଲିସର ଏଭଳି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଆନ୍ଦୋଳନକୁ ଆହୁରି ଇନ୍ଧନ ଯୋଗାଇଛି। ବନ୍ଦ ପାଳନରେ ଓକିଲ, ସାମ୍ବାଦିକ, ନାଗରିକ, ସ୍ବେଚ୍ଛାସେବୀ ସଙ୍ଗଠନ ସମେତ ସହରର ସବୁ ସଂଗଠନ ସାମିଲ ହୋଇଛନ୍ତି। ଛାତ୍ରମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ସହିତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେଇଥିବା ସମ୍ପୃକ୍ତ ପୋଲିସ ଏସ୍‌ଡିପିଓ, ଏସଆଇଙ୍କୁ ତୁରନ୍ତ ନିଲମ୍ବନ କରିବା ଏବଂ ସବୁ ସ୍କୁଲରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା, ନିରାପତ୍ତାକୁ ସୁନିଶ୍ଚିତ କରିବାକୁ ଦାବି ନେଇ ଆନ୍ଦୋଳନ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri