ବାରବାଟୀ-କଟକ ବିଜେଡିରେ କନ୍ଦଳ

କଟକ,୧୩ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ଯେତେ ପାଖେଇ ଆସୁଛି ବାରବାଟୀ-କଟକ ବିଜେଡିରେ ସେତେ ମାତ୍ରାରେ ଗୋଷ୍ଠୀ କନ୍ଦଳ ପଦାକୁ ଆସୁଛି। ଯେମିତିକି ଏଠାରେ ଏବେ ଦୁଇ ସଙ୍ଗଠନ କାମ କରୁଥିବା ସାଧାରଣରେ ଆଲୋଚନା ହେଉଛି।
ବାରବାଟୀ-କଟକରେ ଗୋଟିଏ ଦିନରେ ଦୁଇଟି କାର୍ଯ୍ୟକ୍ରମ କରାଯାଇଛି; ହେଲେ ନେତୃବୃନ୍ଦଙ୍କୁ ଏକାଠି ଦେଖିବାକୁ ମିଳିନାହିଁ। କଟକ ସାରଳା ଭବନରେ ବିଜେଡିର ମହିଳା ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ବିଜେଡି କଟକ ଜିଲା ସଭାପତି ତଥା ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ସମାବେଶରେ ଦଳର ବରିଷ୍ଠ ନେତୃବୃନ୍ଦ ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ। ହେଲେ ଏଥିରେ ମେୟର ସୁବାସ ସିଂ ଅନୁପସ୍ଥିତ ଥିଲେ। ଅପରପକ୍ଷରେ ବାଲିଯାତ୍ରା ପଡିଆସ୍ଥିତ କଟକ-ଇନ୍‌-କଟକ ପରିସରରେ କଟକ ଯୁବ ପରିଷଦର ଇଦ୍‌ ମିଳନ କାର୍ଯ୍ୟକ୍ରମ ମଧ୍ୟ ମହିଳା ସମାବେଶ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ହୋଇଥିଲା। ଏହି ଇଦ୍‌ ମିଳନ କାର୍ଯ୍ୟକ୍ରମ ମେୟର ସୁବାସଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିବା ବିଶେଷସୂତ୍ରରୁ ସୂଚନା ମିଳିଥିବାବେଳେ ମେୟର ଏଥିରେ ଅତିଥି ଭାବେ ଯୋଗଦେଇଥିଲେ। ଏପରି କି ବିଜେଡିର ପ୍ରାୟ ନେତୃବୃନ୍ଦ ଏଥିରେ ଯୋଗଦେଇଥିଲେ। ହେଲେ କାର୍ଯ୍ୟକ୍ରମରେ ଦେବାଶିଷଙ୍କୁ ଦେଖିବାକୁ ମିଳି ନ ଥିଲା। ମେୟରଙ୍କ ସଙ୍ଗଠନ ଓ ଦେବାଶିଷଙ୍କ ସଙ୍ଗଠନ ପରସ୍ପର ଆୟୋଜନ କରୁଥିବା କାର୍ଯ୍ୟକ୍ରମରେ ଉପସ୍ଥିତ ରହୁ ନ ଥିବା ବହୁ ପୂର୍ବରୁ ନଜରକୁ ଆସିଛି। ପୂର୍ବରୁ ଟିକେଟ ପାଇଁ ଏପରି ଗୋଷ୍ଠୀ କନ୍ଦଳ ଚାଲିଥିବା ଚର୍ଚ୍ଚା ହେଉଥିଲା। ହେଲେ ଏବେ ପ୍ରାର୍ଥୀ ଘୋଷଣା ସରିଥିବାବେଳେ ପ୍ରାର୍ଥୀଙ୍କୁ ନିଜ ନିଜ ସଙ୍ଗଠନ ସହ ଯୋଡିବା ପାଇଁ ଉଭୟେ ପ୍ରୟାସ ଜାରି ରଖିଛନ୍ତି। ଦେବାଶିଷ ଉପସ୍ଥିତ ଥିବା ମହିଳା ସମାବେଶରେ ବିଜେଡିର ପ୍ରାୟ କର୍ପୋରେଟର ଉପସ୍ଥିତ ଥିଲେ। ହେଲେ କେତେଜଣ କର୍ପୋରେଟରଙ୍କୁ ଦେଖିବାକୁ ମିଳି ନ ଥିଲା। ଠିକ୍‌ ସେହିପରି ମେୟର ଯୋଗଦେଇଥିବା କାର୍ଯ୍ୟକ୍ରମରେ କିଛି କର୍ପୋରେଟର ଅନୁପସ୍ଥିତ ଥିଲେ। ଏବେ ଦେବାଶିଷ ଓ ସୁବାସଙ୍କ ଏପରି ବିବାଦ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଉଛି। ଏ ନେଇ ଦେବାଶିଷ ସାମନ୍ତରାୟଙ୍କୁ ପଚାରିବାରୁ ସେ ସମସ୍ତ ପ୍ରସଙ୍ଗକୁ ଏଡାଇ କହିଛନ୍ତି, ଏହି ମହିଳା ସମାବେଶ ଦଳୀୟ କାର୍ଯ୍ୟକ୍ରମ ଥିଲା। ମହିଳା ସଙ୍ଗଠନ ମେୟରଙ୍କୁ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିଥିଲେ। ହେଲେ କୌଣସି କାରଣ ଥିବାରୁ ସେ ଉପସ୍ଥିତ ରହିପାରିନାହାନ୍ତି। ଅପରପକ୍ଷରେ ମେୟର ସିଂ ମହିଳା ସମାବେଶ କାର୍ଯ୍ୟକ୍ରମକୁ ଡକାଯାଇଥିବା ପ୍ରଶ୍ନକୁ ଏଡାଇ କହିଛନ୍ତି, ଇଦ୍‌ ପାଳନ ଏକ ସାମାଜିକ କାର୍ଯ୍ୟକ୍ରମ। ତାଙ୍କୁ ନିମନ୍ତ୍ରଣ କରିଥିବାରୁ ସେଠାରେ ସେ ଉପସ୍ଥିତ ଥିଲେ। ବିଜେଡିରେ ଯେକୌଣସି କାର୍ଯ୍ୟକ୍ରମ ହେଉଛି, ସେ ସମ୍ପର୍କରେ ପୂର୍ବରୁ ଆଲୋଚନା କରାଯାଉଛି। ମହିଳା ସମାବେଶ ସମ୍ପର୍କରେ ଜାଣିଛି। ମହିଳା ସମାବେଶ ସମ୍ପୂର୍ଣ୍ଣ ଭାବେ ରାଜନୈତିକ କାର୍ଯ୍ୟକ୍ରମ ଥିଲା ବୋଲି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri