ବାରବାଟୀ-କଟକ ବିଜେଡିରେ କନ୍ଦଳ

କଟକ,୧୩ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ଯେତେ ପାଖେଇ ଆସୁଛି ବାରବାଟୀ-କଟକ ବିଜେଡିରେ ସେତେ ମାତ୍ରାରେ ଗୋଷ୍ଠୀ କନ୍ଦଳ ପଦାକୁ ଆସୁଛି। ଯେମିତିକି ଏଠାରେ ଏବେ ଦୁଇ ସଙ୍ଗଠନ କାମ କରୁଥିବା ସାଧାରଣରେ ଆଲୋଚନା ହେଉଛି।
ବାରବାଟୀ-କଟକରେ ଗୋଟିଏ ଦିନରେ ଦୁଇଟି କାର୍ଯ୍ୟକ୍ରମ କରାଯାଇଛି; ହେଲେ ନେତୃବୃନ୍ଦଙ୍କୁ ଏକାଠି ଦେଖିବାକୁ ମିଳିନାହିଁ। କଟକ ସାରଳା ଭବନରେ ବିଜେଡିର ମହିଳା ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ବିଜେଡି କଟକ ଜିଲା ସଭାପତି ତଥା ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ସମାବେଶରେ ଦଳର ବରିଷ୍ଠ ନେତୃବୃନ୍ଦ ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ। ହେଲେ ଏଥିରେ ମେୟର ସୁବାସ ସିଂ ଅନୁପସ୍ଥିତ ଥିଲେ। ଅପରପକ୍ଷରେ ବାଲିଯାତ୍ରା ପଡିଆସ୍ଥିତ କଟକ-ଇନ୍‌-କଟକ ପରିସରରେ କଟକ ଯୁବ ପରିଷଦର ଇଦ୍‌ ମିଳନ କାର୍ଯ୍ୟକ୍ରମ ମଧ୍ୟ ମହିଳା ସମାବେଶ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ହୋଇଥିଲା। ଏହି ଇଦ୍‌ ମିଳନ କାର୍ଯ୍ୟକ୍ରମ ମେୟର ସୁବାସଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିବା ବିଶେଷସୂତ୍ରରୁ ସୂଚନା ମିଳିଥିବାବେଳେ ମେୟର ଏଥିରେ ଅତିଥି ଭାବେ ଯୋଗଦେଇଥିଲେ। ଏପରି କି ବିଜେଡିର ପ୍ରାୟ ନେତୃବୃନ୍ଦ ଏଥିରେ ଯୋଗଦେଇଥିଲେ। ହେଲେ କାର୍ଯ୍ୟକ୍ରମରେ ଦେବାଶିଷଙ୍କୁ ଦେଖିବାକୁ ମିଳି ନ ଥିଲା। ମେୟରଙ୍କ ସଙ୍ଗଠନ ଓ ଦେବାଶିଷଙ୍କ ସଙ୍ଗଠନ ପରସ୍ପର ଆୟୋଜନ କରୁଥିବା କାର୍ଯ୍ୟକ୍ରମରେ ଉପସ୍ଥିତ ରହୁ ନ ଥିବା ବହୁ ପୂର୍ବରୁ ନଜରକୁ ଆସିଛି। ପୂର୍ବରୁ ଟିକେଟ ପାଇଁ ଏପରି ଗୋଷ୍ଠୀ କନ୍ଦଳ ଚାଲିଥିବା ଚର୍ଚ୍ଚା ହେଉଥିଲା। ହେଲେ ଏବେ ପ୍ରାର୍ଥୀ ଘୋଷଣା ସରିଥିବାବେଳେ ପ୍ରାର୍ଥୀଙ୍କୁ ନିଜ ନିଜ ସଙ୍ଗଠନ ସହ ଯୋଡିବା ପାଇଁ ଉଭୟେ ପ୍ରୟାସ ଜାରି ରଖିଛନ୍ତି। ଦେବାଶିଷ ଉପସ୍ଥିତ ଥିବା ମହିଳା ସମାବେଶରେ ବିଜେଡିର ପ୍ରାୟ କର୍ପୋରେଟର ଉପସ୍ଥିତ ଥିଲେ। ହେଲେ କେତେଜଣ କର୍ପୋରେଟରଙ୍କୁ ଦେଖିବାକୁ ମିଳି ନ ଥିଲା। ଠିକ୍‌ ସେହିପରି ମେୟର ଯୋଗଦେଇଥିବା କାର୍ଯ୍ୟକ୍ରମରେ କିଛି କର୍ପୋରେଟର ଅନୁପସ୍ଥିତ ଥିଲେ। ଏବେ ଦେବାଶିଷ ଓ ସୁବାସଙ୍କ ଏପରି ବିବାଦ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଉଛି। ଏ ନେଇ ଦେବାଶିଷ ସାମନ୍ତରାୟଙ୍କୁ ପଚାରିବାରୁ ସେ ସମସ୍ତ ପ୍ରସଙ୍ଗକୁ ଏଡାଇ କହିଛନ୍ତି, ଏହି ମହିଳା ସମାବେଶ ଦଳୀୟ କାର୍ଯ୍ୟକ୍ରମ ଥିଲା। ମହିଳା ସଙ୍ଗଠନ ମେୟରଙ୍କୁ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିଥିଲେ। ହେଲେ କୌଣସି କାରଣ ଥିବାରୁ ସେ ଉପସ୍ଥିତ ରହିପାରିନାହାନ୍ତି। ଅପରପକ୍ଷରେ ମେୟର ସିଂ ମହିଳା ସମାବେଶ କାର୍ଯ୍ୟକ୍ରମକୁ ଡକାଯାଇଥିବା ପ୍ରଶ୍ନକୁ ଏଡାଇ କହିଛନ୍ତି, ଇଦ୍‌ ପାଳନ ଏକ ସାମାଜିକ କାର୍ଯ୍ୟକ୍ରମ। ତାଙ୍କୁ ନିମନ୍ତ୍ରଣ କରିଥିବାରୁ ସେଠାରେ ସେ ଉପସ୍ଥିତ ଥିଲେ। ବିଜେଡିରେ ଯେକୌଣସି କାର୍ଯ୍ୟକ୍ରମ ହେଉଛି, ସେ ସମ୍ପର୍କରେ ପୂର୍ବରୁ ଆଲୋଚନା କରାଯାଉଛି। ମହିଳା ସମାବେଶ ସମ୍ପର୍କରେ ଜାଣିଛି। ମହିଳା ସମାବେଶ ସମ୍ପୂର୍ଣ୍ଣ ଭାବେ ରାଜନୈତିକ କାର୍ଯ୍ୟକ୍ରମ ଥିଲା ବୋଲି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri