ବାଇଡେନଙ୍କ ପରେ କମଲାଙ୍କୁ ସମର୍ଥନ କଲେ ଓବାମା-ମିଶେଲ; ଟ୍ରମ୍ପଙ୍କ ଅଡୁଆ ବଢ଼ିଲା…

ଓ୍ବାଶିଂଟନ,୨୬।୭: ଆମେରିକା ରାଷ୍ଟ୍ରପତି ପଦ ଲାଗି କମଲା ହାରିସଙ୍କ ପ୍ରାର୍ଥୀତ୍ୱ ମଜଭୂତ ହେବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମା ମଧ୍ୟ ରାଷ୍ଟ୍ରପତି ପଦ ଲାଗି କମଲାଙ୍କ ସମର୍ଥନ କରିଛନ୍ତି। ନିଜର ‘ଏକ୍ସ’ରେ ପୋଷ୍ଟ କରି ଓବାମା କହିଛନ୍ତି ଯେ, ସେ ଏବଂ ତାଙ୍କ ପତ୍ନୀ ଭାବନ୍ତି ଯେ ତାଙ୍କ ବନ୍ଧୁ ଆମେରିକାର ଜଣେ ଭଲ ରାଷ୍ଟ୍ରପତି ହେବେ। ପୂର୍ବରୁ ଓବାମାଙ୍କ ସମର୍ଥନଙ୍କୁ ଅପେକ୍ଷା କରାଯାଇଥିବା ବେଳେ ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଓବାମା ଏବଂ ମିଶେଲ ଆମେରିକାର ଉପରାଷ୍ଟ୍ରପତି କମଲାଙ୍କୁ ଫୋନ୍‌ରେ ହୋଇଥିବା ଆଲୋଚନାର ଏକ କ୍ଲିପ୍‌ ଶେୟାର କରି କହିଛନ୍ତି, ଏହି ସପ୍ତାହ ଆରମ୍ଭରେ ମୁଁ ମୋର ବନ୍ଧୁ କମଲା ହାରିସଙ୍କୁ ଫୋନ୍‌ କରିଥିଲି। ଆମେ ତାଙ୍କୁ କହିଲୁ ଯେ ସେ ଆମେରିକାର ଜଣେ ଉଲ୍ଲେଖନୀୟ ରାଷ୍ଟ୍ରପତୀ ହେବେ, ଏଭଳି ଆମେ ଭାବୁଛୁ। ଆମ ଦେଶ ଏବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି, ଏହାକୁ ଦେଖି ଆମେ ସେସବୁ କରିବାକେୁ ଯାଉଛୁ ଯାହାଦ୍ୱାରା ନଭେମ୍ବରରେ ତାଙ୍କ ବିଜୟ ଉପରେ ମୋହର ବାଜିବ। ଆମର ଏହି କାର୍ଯ୍ୟ ସହ ଆପଣ ଯୋଡ଼ି ହେବେ ବୋଲି ଆଶା ବୋଲି ସେ କହିଛନ୍ତି।

କହିରଖୁଛୁ, ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ପ୍ରାୟ ୧୦୦ ଦିନ ବାକି। ବାଇଡେନ୍‌ ନିର୍ବାଚନ ଦୌଡ଼ରୁ ହଟିଯିବା ପରେ ମୁକାବିଲା ରୋଚକ ହେବାରେ ଲାଗିଚି। ରାଷ୍ଟ୍ରପତି ପଦ ଦୌଡ଼ରେ ଡେମୋକ୍ରେଟ୍‌ ପାର୍ଟି ପକ୍ଷରୁ କମଲାଙ୍କ ନାମ ଆଗରେ ରହିଛି। ଏଣୁ ଅଗଷ୍ଟରେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଆଧିକାରୀକ ଘୋଷଣା ହୋଇପାରେ। ନିର୍ବାଚନ ପୂର୍ବରୁ ହୋଇଥିବା ପୋଲ୍‌ରେ କମଲା ଟ୍ରମ୍ପଙ୍କୁ ଟପିଥିବା ଦେଖାଯାଇଛି। କହିବାକୁ ଗଲେ ନିର୍ବାଚନରେ ଦୁହିଁଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିପାରେ। ସେ ଟ୍ରମ୍ପଙ୍କୁ କଡ଼ା ଟକ୍କର ଦେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?