Posted inଖେଳ

ରଣଜୀ ଟ୍ରଫିରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ଖେଳାଳି

ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ ହୁଏତ ସି.କେ ନାଇଡୁ, ଲାଲା ଅମରନାଥଙ୍କ ନାମ ଶୁଣିଥିବେ, କିନ୍ତୁ କେବଳ ବାକା ଜିଲାନିଙ୍କୁ କମ୍‌ ଜାଣିଥିବେ। ଜୁଲାଇ ୨୦, ୧୯୧୧ରେ ଜଳନ୍ଦର ରେ ଜନ୍ମଗ୍ରହଣ କରିଥିବା ବାକା ତାଙ୍କର ୩୦ତମ ଜନ୍ମଦିନର ୧୮ଦିନ ପୂର୍ବରୁ ଏହି ଦୁନିଆରୁ ବିଦାୟ ଦେଇଥିଲେ। ଆଜି ବାକା ଜିଲାନୀଙ୍କ ୧୦୯ତମ ଜନ୍ମଦିବସ।
ବାକା ୧୯୩୬ ମସିହାରେ ଇଂଲଣ୍ଡ ବିପକ୍ଷରେ ଦି ଓଭାଲରେ ଭାରତ ପାଇଁ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ ୩୧ ଟି ପ୍ରଥମ ଶ୍ରେଣୀ ମ୍ୟାଚ ମଧ୍ୟ ଖେଳିଥିଲେ। ଭାରତୀୟ କ୍ରିକେଟ ଇତିହାସରେ ବାକାଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ସେ ରଣଜୀ ଟ୍ରଫିରେ ପ୍ରଥମ ବୋଲର ଭାବେ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଆହୁରି ମଧ୍ୟ, ସର୍ବକନିଷ୍ଠ ଖେଳାଳି ଭାବେ ଦୁନିଆ ଛାଡିଥିବା ଦ୍ୱିତୀୟ ଭାରତୀୟ ଖେଳାଳି ଭାବରେ ବାକାଙ୍କ ନାମ ମଧ୍ୟ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇଛି। ବାକା ଉଭୟ ବଲ ଏବଂ ବ୍ୟାଟ ସହ ଦଳକୁ ସାହାଯ୍ୟ କରିବାରେ ସକ୍ଷମ ହୋଇଥିଲେ। ଏକମାତ୍ର ଅନ୍ତର୍ଜାତୀୟ ମ୍ୟାଚରେ ତାଙ୍କ ରେକର୍ଡ ସେତେଟା ଭଲ ନ ଥିଲା। କିନ୍ତୁ ପ୍ରଥମ ଶ୍ରେଣୀ ମ୍ୟାଚରେ ସେ ୯୨୮ ରନ ସଂଗ୍ରହ କରି ୮୩ଟି ଉଇକେଟ ନେଇଥିଲେ। ସେ ସର୍ବଶ୍ରେଷ୍ଠ ୧୧୩ ରନ ଇନିଂସ ପାଇଥିଲେ। ବୋଲିଂରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୩୭/୭ ଥିଲା। ପ୍ରଥମ ଶ୍ରେଣୀ କ୍ରିକେଟର ଗୋଟିଏ ମ୍ୟାଚ୍‌ରେ ସେ ୧୦ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଟଲେଟିକୋ ମାଡ୍ରିଡ୍‌ରେ ଯୋଗଦେଲେ ସୁଆରେଜ୍‌

ମାଡ୍ରିଡ୍‌, ୨୫ା୯ (ଏପି)-ଫୁଟ୍‌ବଲ ଷ୍ଟାର ଲୁଇସ୍‌ ସୁଆରେଜ ଶେଷରେ ସ୍ପେନରେ ରହିଲେ। ଉରୁଗୁଏର ଏହି ଷ୍ଟ୍ରାଇକର ୬ ନିୟୁତ ୟୁରୋ (୭ ନିୟୁତ ଡଲାର) ବିନିମୟରେ...

ବୋପ୍ପାନା-କୋପିଲ ଯୋଡ଼ି ବିଜୟୀ

ପ୍ୟାରିସ, ୨୯ା୫ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ ରୋମାନିଆନ ପାର୍ଟନର ମାରିଅସ୍‌ କୋପିଲ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ...

ଆର୍ମିରେ କାର୍ଯ୍ୟ କରିବାରେ ଏକମାତ୍ର ଭାରତୀୟ କ୍ରିକେଟର ନୁହନ୍ତି ଧୋନୀ

ମୁମ୍ବାଇ,୩୧।୭(ପିଟି)- ଭାରତୀୟ ଆର୍ମିରେ ସମ୍ମାନଜନକ ଲ୍ୟୁଟ୍‌ନାଣ୍ଟ କଲୋନେଲ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାରଠାରୁ ଜମ୍ମୁ-କଶ୍ମୀରରେ ଭଲ୍ୟୁଣ୍ଟାରି କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ ପାଟ୍ରୋଲିଂ...

ଦ୍ୱିତୀୟ ଟେଷ୍ଟ: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଲାଂଦେଶ

ଢାକା,୨୨।୧୨: ଭାରତ-ବାଲାଂଦେଶ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବାଲାଂଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଛି।...

କି ଭୁଲ କରିଦେଲେ ସଞ୍ଜୁ…

ନୂଆଦିଲ୍ଲୀ,୯।୮: ଚଳିତ ମାସରେ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ଲାଗି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଏଥିରେ ପୂର୍ବ ଅଧିନାୟକ ବିରାଟ କୋହଲି...

ବର୍ଷର ଅନ୍ତର୍ଜାତୀୟ ଇଭେଣ୍ଟ ବାତିଲ କଲା ଚାଇନା

ବେଜିଂ, ୧୦ା୭ (ଏପି)-ବର୍ଷର ଅବଶିଷ୍ଟ ସମୟରେ ଦେଶରେ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ନ କରିବା ଲାଗି ଚାଇନା ନିଷ୍ପତ୍ତି ନେଇଛି। ତେବେ ୨୦୨୨ରେ ବେଜିଂ...

ଘରେ ରହି ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଫିଟ୍‌ନେସ ଟିପ୍ସ ଦେଉଛନ୍ତି ଟ୍ରେନର

ନୂଆଦିଲ୍ଲୀ,୨୩।୩- ଭାରତୀୟ କ୍ରିକେଟରମାନେ ଏବେ ଘରେ ଅଛନ୍ତି। କରୋନା ଭାଇରସ୍‌ ଯୋଗୁ ସମସ୍ତ ଜିମ୍‌ ବନ୍ଦ ରହିଛି। ଏଭଳି ସ୍ଥିତିରେ ଖେଳାଳିମାନେ କେଉଁଭଳି ଫିଟ୍‌ ରହିପାରିବେ,...

‘ଦେଶ ପାଇଁ ଗର୍ବର ମୁହୂର୍ତ୍ତ’

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ୭୫ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଭାରତରେ ଚେସ୍‌ ଅଲିମ୍ପିଆଡ୍‌ ଆୟୋଜନ ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ଭାରତ ଚେସ୍‌ର ଉତ୍ପତ୍ତି ସ୍ଥଳ। ଅତୀତରେ...

Advertisement
Archives

Model This Week