Posted inଖେଳ

ବାପୁଜୀ, ରାମେଶ୍ୱର ସ୍ପୋର୍ଟିଂ ବିଜୟୀ

ଭୁବନେଶ୍ୱର, ୨୪।୨(ତପନ ସ୍ବାଇଁ): ମୁନ୍‌ ଲାଇଟ୍‌ ୟୁଥ୍‌ କ୍ରିକେଟ କ୍ଲବ ଆନୁକୂଲ୍ୟରେ ବିଜେବି କଲେଜ ପଡ଼ିଆରେ ଚାଲିଥିବା ୭ମ ନବ ଦାସ ଓ ୩ୟ ପ୍ରଶାନ୍ତ ମହାପାତ୍ର ମେମୋରିଆଲ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ୩ୟ ଓ ୪ର୍ଥ ଲିଗ୍‌ ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ବାପୁଜୀ କ୍ରିକେଟ କ୍ଲବ ଓ ରାମେଶ୍ୱର ସ୍ପୋର୍ଟିଂ ବିଜୟ ହାସଲ କରିଛି। ଦିବସର ପ୍ରଥମ ମ୍ୟାଚରେ ବାପୁଜୀ କ୍ଲବ ୭୦ ରନରେ ଟାଉନ୍‌ କ୍ଲବକୁ ପରାସ୍ତ କରିଛି। ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବାପୁଜୀ କ୍ଲବ ୨୦ ଓଭରରେ ୭ ଉଇକେଟ ହରାଇ ୨୫୬ ରନ କରିଥିଲା। ଦଳ ପକ୍ଷରୁ କ୍ଷମାସାଗର ବଳ ସର୍ବାଧିକ ୯୬ ଓ ସିଦ୍ଧାନ୍ତ କୁମାର ଜେନା ୭୩ ରନ କରିଥିଲେ। ବିପକ୍ଷ ଦଳର ବୋଲର ବିଶାଲ କର ସର୍ବାଧିକ ୪ଟି ଉଇକେଟ ନେଇଥିଲେ। ୨୫୭ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଟାଉନ୍‌ କ୍ଲବ ୨୦ ଓଭରରେ ୭ ଉଇକେଟ ହରାଇ ୧୮୬ ରନ କରିବାକୁ ସକ୍ଷମ ହୋଇଥିଲା। ବିଶାଲ କର ୪୩ ରନ କରିଥିଲେ। ବିଜୟୀ ଦଳ ପକ୍ଷରୁ ସୟଦ ଜାକି ଓ ମନୋଜ କୁମାର ବାରିକ ୨ଟି ଲେଖାଏ ଉଇକେଟ ନେଇଥିଲେ। କୈଳାସ ପାତ୍ର ଅତିଥିଭାବେ ଯୋଗଦେଇ କ୍ଷମାସାଗରଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଦ୍ୱିତୀୟ ମ୍ୟାଚରେ ରାମେଶ୍ୱର ସ୍ପୋର୍ଟିଂ ୧୮ ରନରେ ପ୍ରଗତି ସ୍ପୋର୍ଟିଂକୁ ହରାଇ ଦେଇଛି। ରାମେଶ୍ୱର ୨୦ ଓଭରରେ ୧୪୬ ରନ୍‌କରି ଅଲ୍‌ଆଉଟ ହୋଇଥିଲା। ଦଳ ପକ୍ଷରୁ ବିଶ୍ୱଜିତ ମଲିକ ସର୍ବାଧିକ ୩୬ ଓ ଏମ.ଜି. ଗୋପାଳ ୩୦ ରନ କରିଥିଲେ। ପ୍ରତିପକ୍ଷ ଦଳର ମିଲନ ସାମଲ ୪ଟି ଓ ସୁମିତ ମହାରଣା ୨ଟି ଉଇକେଟ ନେଇଥିଲେ। ଜବାବରେ ପ୍ରଗତି ସ୍ପୋର୍ଟିଂ ୧୯.୧ ଓଭରରେ ୧୨୮ ରନକରି ଅଲ୍‌ଆଉଟ ହୋଇଥିଲା। ଶୁଭମ୍‌ ନାଏକ ସର୍ବାଧିକ ୪୩ ରନ କରିଥିଲେ। ରାମେଶ୍ୱରର ସମ୍ବିତ ବରାଳ ଓ ଲାଲୁ ମହାନ୍ତି ୨ଟି ଲେଖାଏ ଉଇକେଟ ନେଇଥିଲେ। ରଣଜୀ ଖେଳାଳି ତଥା ଚୟନକର୍ତ୍ତା ଦୀପକ ମଙ୍ଗରାଜ ଅତିଥିଭାବେ ଯୋଗଦେଇ ବିଜୟୀ ଦଳର ଏମ.ଜି. ଗୋପାଳଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?