Posted inଖେଳ

ବାପୁ ନାଦକର୍ଣ୍ଣୀଙ୍କ ବିରଳ କ୍ରିକେଟ୍‌ ରେକର୍ଡ…

ଚେନ୍ନାଇ,୧୨।୧: ଟେଷ୍ଟ୍‌ କ୍ରିକେଟରେ ଜଣେ କଞ୍ଜୁସ୍‌ ବୋଲର ଭାବେ ଭାରତୀୟ କ୍ରିକେଟର ବାପୁ ନାଦକର୍ଣ୍ଣୀଙ୍କ ନାମରେ ରେକର୍ଡ ରହିଛି। ୫୭ ବର୍ଷ ତଳେ ନାଦକର୍ଣ୍ଣୀ ଏକ ବିରଳ ରେକର୍ଡର ଅଧିକାରୀ ହୋଇଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୧୩୧ ବଲ ବୋଲିଂ କରି କୌଣସି ରନ୍ର ସୁଯୋଗ ଦେଇ ନ ଥିଲେ। ୧୯୬୪ ଜାନୁୟାରୀ ୧୨ରେ ମାଡ୍ରାସ୍‌ର ନେହେରୁ ଷ୍ଟାଡ଼ିୟମ୍‌ରେ ଖେଳାଯାଉଥିବା ଏହି ଟେଷ୍ଟମ୍ୟାଚ୍‌ରେ ଇଂଲଣ୍ଡ ଦଳ ରନ୍‌ ପାଇଁ ସଂଗ୍ରାମ ଜାରି ରଖିଥିଲା। ବାମହାତୀ ସ୍ପିନର ନାଦକର୍ଣ୍ଣୀ ୩୨ ଓଭର ବୋଲିଂ କରିଥିଲେ। ସେଥିମଧ୍ୟରେ ୨୭ ଓଭର ମେଡ଼େନ୍‌ ଥିଲା। ତାଙ୍କ ବୋଲିଂରେ ଲଗାତାର ୨୧ ଓଭର ମେଡ଼େନ୍‌ ଥିଲା। ତାଙ୍କର ଏଭଳି  ବୋଲିଂ ଯୋଗୁ ଇଂଲଣ୍ଡ ଦଳ ମାତ୍ର ୫ ରନ୍‌ କରିବାର ସୁଯୋଗ ମଧ୍ୟ ପାଇ ନ ଥିଲେ। ମ୍ୟାଚ୍‌ରେ ସେ କୌଣସି ଓ୍ବିକେଟ ନେଇ ନ ଥିଲେ ମଧ୍ୟ ବିରଳ ରେକର୍ଡ କରିଥିଲେ। କ୍ରିକେଟ କ୍ୟାରିୟରରେ ସେ ୪୧ ଟେଷ୍ଟ ମ୍ୟାଚ୍‌ ଖେଳି ୯୧୬୫ ବଲ ବୋଲିଂ କରି ୨୫୫୯ ରନ୍‌ ସହିତ ସେ ୮୮ ଓ୍ବିକେଟ ନେଇଥିଲେ। ବ୍ୟାଟିଂ କରି ସେ ମୋଟ ୧୪୧୪ ରନ୍‌ ସଂଗ୍ରହ କରିଥିଲେ। ୧୯୬୩-୬୪ସିରିଜ୍‌ରେ କାନପୁରର ନାବାଦ୍‌ଠାରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୨୨ ରନ୍‌ ସଂଗ୍ରହ କରି ଭାରତକୁ ବିଜୟୀ କରାଇଥିଲେ। ସୂଚନାଯୋଗ୍ୟ, ବାପୁ ନାଦକର୍ଣ୍ଣୀ ୧୯୩୩ ଏପ୍ରିଲ୍‌ ୪ରେ ନାସିକ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ୨୦୨୦ ଜାନୁୟାରୀ ୧୭ରେ ପୁଣେଠାରେ ସେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri