Posted inଫୁରସତ

ମସ୍ତିଷ୍କର ଆକାର, ବିକାଶ ଯୋଗୁ ଦେଖାଦିଏ ଏସବୁ …

ଅନ୍ୟକୁ ଭଲ ପାଇବା ଏବଂ ଇର୍ଷା କରିବା ଆଦି ସମ୍ବେଦନଶୀଳ ଗୁଣ ମଣିଷ ମଧ୍ୟରେ ରହିଥାଏ। ଏହା ଦ୍ୱାରା ମଣିଷ ଅନ୍ୟ ପ୍ରତି ସହାନୁଭୁତି, ଇର୍ଷା ଓ ଭଲ ପାଇବା ପ୍ରଦର୍ଶନ କରିଥାଏ। ପ୍ରେମର ପରିପ୍ରକାଶ ପାଇଁ ମଣିଷ ଚୁମ୍ବନ ଦେଇଥାଏ। ସେହିପରି ଅନ୍ୟ ସମ୍ବେଦନଶୀଳ ଗୁଣର ପରିପ୍ରକାଶ ଲାଗି ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାଏ। ମଣିଷଙ୍କ ତୁଳନାରେ ପ୍ରାଣୀଙ୍କଠାରେ ଏଭଳି ଗୁଣ ଅଧିକ ଦେଖାଦେଇଥାଏ। ଏନେଇ ଭିଏନା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମସ୍ତିଷ୍କର ଆକାର ଏବଂ ବିକାଶ ଅନୁସାରେ ପ୍ରାଣୀଙ୍କଠାରେ ଏସବୁ ଗୁଣ ଦେଖା ଦେଇଥାଏ। ପରସ୍ପର ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ସୂଚନା ଦେବା ପାଇଁ ଏଭଳି ଗୁଣ ଏକ ପ୍ରାକୃତିକ ମାଧ୍ୟମ ବୋଲି ରିପୋର୍ଟ ଦର୍ଶାଯାଇଛି। ଖୁସି ହେଲେ ମଣିଷ ଶରୀରରେ ହରମୋନ୍‌ ଅକ୍ସିଟୋସିନ୍‌ କ୍ଷରଣ ହୋଇଥାଏ। ପ୍ରାଣୀଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ହୁଏ। ହରମୋନ୍‌ର ପ୍ରଭାବରେ ପ୍ରାଣୀଙ୍କଠାରେ ସମ୍ବେଦନଶୀଳ ଗୁଣ ଦୃଷ୍ଟିଗୋଚର ହୋଇଥାଏ। ପ୍ରାଣୀମାନେ ପରସ୍ପରକୁ ଆଲିଙ୍ଗନ ଓ ଚୁମ୍ବନ ଦେଇ ନିଜ ନିଜ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ସୂଚିତ କରନ୍ତି। ସେହିପରି କେତେକ ପ୍ରାଣୀ ସାଥୀ ପ୍ରତି ନିଜର ଭଲ ପାଇବା ପ୍ରକାଶ ପାଇଁ ତାଙ୍କୁ ଚାଟି ଥାନ୍ତି। କୁକୁର ଏବଂ ହାତୀଙ୍କ କ୍ଷେତ୍ରରେ ଇର୍ଷା ଏବଂ ଭଲ ପାଇବା ଗୁଣ ଅନ୍ୟ ପ୍ରାଣୀଙ୍କ ତୁଳନାରେ ଅଧିକ ରହିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜଙ୍ଗଲରେ ଦଳରେ ରହୁଥିବା ସିମ୍ପାଜିମାନେ ପରସ୍ପର ମଧ୍ୟରେ ମଣିଷ ଭଳି ଆଚରଣ ପ୍ରଦର୍ଶନ କରିଥାନ୍ତି। ତେବେ ମୂଷା ଏବଂ ଅନ୍ୟ ଛୋଟ ଛୋଟ ପ୍ରାଣୀଙ୍କଠାରେ ଏହା କମ୍‌ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ବସ୍ ସହ ଟ୍ରେଲର ମୁହାଁମୁହିଁ ଧକ୍କା, ଅନେକ ଯାତ୍ରୀ ଗୁରୁତର

ପାଟଣା, ୮।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ବାଉଁଶୁଳି–ଉଖୁଣ୍ଡା ରାସ୍ତାର ଭଅଁରପୁର ନିକଟରେ ସୋମବାର ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ‘ସାହୁ’ ନାମକ ଏକ…

ମମତାଙ୍କୁ ୪୨୦ ଭୋଲ୍ଟର ଝଟ୍‌କା: ୨୦ ଏମ୍‌ପି ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୬: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ଦଳର ୨୦ ଜଣ ଏମ୍‌ପି ଏନଡିଏରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରି ଲୋକସଭା…

‘ଅଧିକ ଆଶା ରଖିବା ଭୁଲ’, ବୈଭବଙ୍କୁ ନେଇ କପିଲ ଦେବଙ୍କ ବଡ଼ ବୟାନ:, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ, ୮।୬: ଆଇପିଏଲ ୨୦୨୬ରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଆୟର୍ଲାଣ୍ଡ-ଇଂଲଣ୍ଡ ଏବଂ…

ବଜ୍ରପାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢେଙ୍କାନାଳ,୮।୬; ଢେଙ୍କାନାଳ ଜିଲା ହିନ୍ଦୋଳ ବନ୍ଧାଭୂଇଁ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଭାଉଜ-ଦିଅରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଭାଉଜ-ଦିଅର…

ଜାତୀୟ ରାଜପଥ ଉପରେ ପଡ଼ିଥିଲେ ଯୁବକ; ମାନବିକତା ଦେଖାଇଲେ ବିଧାୟକ କଲେ ଏମିତି…ଚାରିଆଡେ ଚର୍ଚ୍ଚା

ଛତ୍ରପୁର,୮।୬( ଦିଲ୍ଲୀପ ସାମଲ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ବିଧାୟକ ତାଙ୍କର କ୍ଷେତ୍ର ପରିଦର୍ଶନ ସାରି ଫେରୁଥିବା ବେଳେ ଗଞ୍ଜାମ ହୁମା…

ବଦଳିଗଲା ନିୟମ! ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୬:  ଭାରତରେ, ଯଦି ଜଣେ ମହିଳା କିମ୍ବା ପୁରୁଷ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସମାଜରେ ତାଙ୍କୁ ଖରାପ ନଜରରେ ଦେଖାଯାଏ ।…

ଗାଁ ଛକ ନିକଟରେ ପଡ଼ିଛି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଡେରାବିଶ, ୮।୬ (ବୈବର୍ତ୍ତ ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଏଣ୍ଡର ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମ ନିକଟରୁ ସୋମବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର…

ଝାରସୁଗୁଡ଼ାରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌, ତେଜିଲା ଅସନ୍ତୁଷ୍ଟ

ଝାରସୁଗୁଡ଼ା, ୮ା୬(ଆଶିଷ ରଞ୍ଜନ ଦାଶ)- ଝାରସୁଗୁଡ଼ା ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଭଳି ସ୍ଥିତିରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri