ବାନ୍ନେରଘାଟ୍ଟ ଜାତୀୟ ଉଦ୍ୟାନ

କର୍ନାଟକସ୍ଥିତ ବାନ୍ନେରଘାଟ୍ଟ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ବହୁ ବିରଳ ପଶୁପକ୍ଷୀଙ୍କ ସମେତ ଜାତିଜାତିକା କୁମ୍ଭୀର, ସାପ ତଥା ପ୍ରଜାପତି ଦେଖିବାର ସୁଯୋଗ ପାଇପାରିବେ। ଏପରିକି ବିଭିନ୍ନ କିସମର ବନସ୍ପତି ବୃକ୍ଷକୁ ଏଠାରେ ଦେଖିବା ସହ ଅନେକ
କିଛି ଅଜଣା ତଥ୍ୟ ହାସଲ ମଧ୍ୟ କରିପାରିବେ..
କର୍ନାଟକସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ବାନ୍ନେରଘାଟ୍ଟ ଜାତୀୟ ଉଦ୍ୟାନର ରହିଛି ବେଶ୍‌ ଖ୍ୟାତି। ଏଠାରେ ଅନେକ ଦୁର୍ଲଭ ତଥା ଲୁପ୍ତପ୍ରାୟ ବନ୍ୟଜୀବଙ୍କ ସମେତ ବିଭିନ୍ନ ପ୍ରଜାତିର ବନସ୍ପତି ବୃକ୍ଷ ଦେଖିବାକୁ ମିଳିଥାଏ। ପ୍ରାୟ ୨୬୦ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ି ଉଠିଥିବା ଏହି ଉଦ୍ୟାନଟି ବାଙ୍ଗାଲୋରଠାରୁ ପାଖାପାଖି ୨୨ କି.ମି. ଦକ୍ଷିଣରେ ଅବସ୍ଥିତ। ସୂଚନାନୁଯାୟୀ, ୧୯୭୦ ମସିହାରେ ଏହା ପ୍ରଥମେ ଏକ ସଂରକ୍ଷଣ କେନ୍ଦ୍ର ଭାବେ ଲୋକଲୋଚନକୁ ଆସିଥିଲା। ପରେ ୧୯୭୪ରେ ଏହାକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଲା। ସେହିପରି ୨୦୦୨ରେ ଏହି ଉଦ୍ୟାନର ଅଳ୍ପ କିଛି ଅଂଶରେ ଏକ ପ୍ରାଣୀ ଉଦ୍ୟାନ ଗଢି ଉଠିଲା, ଯାହାର ନାଁ ରଖାଗଲା ବାନ୍ନେରଘାଟ୍ଟ ପ୍ରାଣୀ ଉଦ୍ୟାନ।
କ’ଣ ଦେଖିବେ
ଏହି ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ମୁଖ୍ୟତଃ ବାଘ, ହାତୀ, ଗୟଳ, ଚିତାବାଘ, ବିଲୁଆ, କୋକିଶିଆଳି, ଚିତ୍ରା ହରିଣ, ବୋବାଉଥିବା ହରିଣ, ଠେକୁଆ, ଜଙ୍ଗଲୀ ବିଲେଇ, ଜିରାଫ, ଜେବ୍ରା, ନୀଳଗାଈ, ହେଟାବାଘ, ଗଧିଆ, ସିଂହ, ଭାଲୁ ଆଦି ପଶୁ ଦେଖିବାକୁ ପାଇପାରିବେ। ସେହିପରି ପ୍ରାୟ ଏକଶହରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ବି ଏହି ଉଦ୍ୟାନରେ ଦେଖାଯାଇଥାନ୍ତି। ସେମାନଙ୍କ ପାଇଁ ଏଠାରେ ଏକ ସ୍ବତନ୍ତ୍ର ଚିଡ଼ିଆଘରର ବ୍ୟବସ୍ଥା କରାଯାଇ ସେମାନଙ୍କର ଯତ୍ନ ନିଆଯାଉଛି। କେବଳ ସେତିକି ନୁହେଁ ଏଠାରେ କୁମ୍ଭୀର, ସାପ ତଥା ପ୍ରଜାପତିଙ୍କ ସୁରକ୍ଷା ନିମନ୍ତେ ପୃଥକ୍‌ ପୃଥକ୍‌ ସଂରକ୍ଷଣ ଫାର୍ମମାନ ମଧ୍ୟ ରହିଛି, ଯେଉଁଠାକୁ ବୁଲିଯାଇ ଆଗନ୍ତୁକ ଅନେକ କିଛି ତଥ୍ୟ ସଂଗ୍ରହ କରିପାରିବେ। ଏଥିସହିତ ନାନା କିସମର ଦୁର୍ଲଭ ବନସ୍ପତି ବୃକ୍ଷକୁ ନିକଟରୁ ଦେଖିବାର ସୁଯୋଗ ବି ଏଠାରୁ ସେମାନେ ପାଇପାରିବେ।
ଆଉ କ’ଣ ଖାସ୍‌ ରହିଛି ଏଠାରେ
ଏହି ଜାତୀୟ ଉଦ୍ୟାନ ପରିସରରେ ଅନେକ ପ୍ରାଚୀନ ମନ୍ଦିର ଦେଖିବାକୁ ମିଳିଥାଏ। ତା’ଛଡ଼ା ଛୋଟମୋଟ ପାହାଡ଼ଘେରା ଏହି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ଟ୍ରେକିଂ ତଥା ହାଇକିଂର ସୁବିଧା ମଧ୍ୟ ରହିଛି। ଏପରିକି ଏଠାରେ ଜଙ୍ଗଲ ସଫାରି ପାଇଁ ବି ସୁବ୍ୟବସ୍ଥା ଅଛି। ସେହିପରି ଏହି ଉଦ୍ୟାନଠାରୁ କିଛି ଦୂରରେ ତିନୋଟି ବଡ଼ ବଡ଼ ଘେରା ଅଞ୍ଚଳ ରହିଥିବାର ପର୍ଯ୍ୟଟକ ଦେଖିପାରିବେ, ଯେଉଁଠାରେ ନିକଟସ୍ଥ ଗ୍ରାମବାସୀଙ୍କ ଦ୍ୱାରା ମେଣ୍ଢା ଓ ଗୋପାଳନ ଆଦି କରାଯାଇଥାଏ।
କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲି ଯିବାର ସୁବିଧା ଥିଲେ ହେଁ, ଅକ୍ଟୋବରରୁ ଫେବୃୟାରୀ ହେଉଛି ଏଠାକୁ ବୁଲିଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବା ନିମନ୍ତେ ଅନୁକୂଳ ରହିବା ସହ ଶସ୍ୟଶ୍ୟାମଳା ବୃକ୍ଷଲତା ତଥା ପଶୁପକ୍ଷୀଙ୍କୁ ସହଜରେ ନିକଟରୁ ଦେଖିବାର ସୁବିଧା ମିଳିଥାଏ। ସେହିପରି ଏହି ଉଦ୍ୟାନ ନିକଟକୁ ଯିବା ପାଇଁ ଗମନାଗମନର ମଧ୍ୟ ସୁବ୍ୟବସ୍ଥା ରହିଛି। ବାଙ୍ଗାଲୋରଠାରୁ ଏହା ଯେହେତୁ ମାତ୍ର ୨୨ କି.ମି. ଦୂରରେ ଅବସ୍ଥିତ, ତେଣୁ ପ୍ରଥମେ ବାଙ୍ଗାଲୋର୍‌ରେ ପହଞ୍ଚତ୍ ସେଠାରୁ ଆରାମରେ ଟ୍ୟାକ୍ସି ହେଉ କିମ୍ବା ଟାଉନ୍‌ ବସ୍‌ ମାଧ୍ୟମରେ ପର୍ଯ୍ୟଟକ ସୁବିଧାରେ ଯାଇ ଏହି ଜାତୀୟ ଉଦ୍ୟାନ ନିକଟରେ ପହଞ୍ଚତ୍ ଯାଇପାରିବେ।
ଜାଣିବା କଥା
ଏହି ଉଦ୍ୟାନ ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପ୍ରତି ପର୍ଯ୍ୟଟକଙ୍କୁ ପ୍ରବେଶ ଶୁଳ୍କ ଦେବାକୁ ହୋଇଥାଏ। ତା’ଛଡ଼ା ଉକ୍ତ ଉଦ୍ୟାନଟି ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ ଯାଏଁ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଖୋଲା ରହିଥାଏ। ତେବେ ପ୍ରତି ମଙ୍ଗଳବାର ଦିନ ଏହି ଉଦ୍ୟାନଟି ବନ୍ଦ ରହୁଥିବା ସୂଚାନ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri