Posted inଜାତୀୟ

ଛେଳି ବ୍ୟାଙ୍କ, ଜାଣନ୍ତୁ କେମିତି ହୁଏ ଏହାର ପରିଚାଳନା

ମୁମ୍ବାଇ,୩।୨: ଛେଳିମାନଙ୍କର ବ୍ୟାଙ୍କ ଶୁଣିଲେ ନିଶ୍ଚିତ ଅଡୁଆ ଲାଗେ। କିନ୍ତୁ ଏପରି ଏକ ବ୍ୟାଙ୍କ ରହିଛି ମହାରାଷ୍ଟ୍ରରେ। ଏହି ବ୍ୟାଙ୍କକୁ ମହାରାଷ୍ଟ୍ରର ଅକୋଲା ଜିଲାରେ ଜଣେ କୃଷକ ଖୋଲିଛନ୍ତି। ଏହାର ପରିଚାଳନା ସାଂଘଭୀ ମୋହାଲି ଗାଁରୁ କରାଯାଉଛି। ଏହି ବ୍ୟାଙ୍କର ନାମ ’ଗୋଟ୍‌ ବ୍ୟାଙ୍କ ଅଫ୍‌ କରଖେଡା’।

୫୨ ବର୍ଷୀୟ ନରେଶ ଦେଶମୁଖ ଏପରି ସ୍ବତନ୍ତ୍ର ଛେଳି ବ୍ୟାଙ୍କ ଦୁଇବର୍ଷ ତଳେ ଖୋଲିଥିଲେ। ଏବେ ଏହି ବ୍ୟାଙ୍କରେ ୧୨୦୦ରୁ ଅଧିକ ଜମାକାରୀ ଅଛନ୍ତି। ୧୨୦୦ ଟଙ୍କାର ଅଗ୍ରୀମ ଋଣ ଆକାରରେ ଗର୍ଭବତୀ ଛେଳି ମିଳିଥାଏ। ଋଣ ଚୁକ୍ତି ଅନୁଯାୟୀ ପୁଣି ୪୦ ମାସ ପରେ ୪ ଛୁଆ ସହ ଛେଳିକୁ ଫେରାଇବାକୁ ପଡ଼ିଥାଏ। ନରେଶ କୁହନ୍ତି, ଛେଳି ପାଳନ ପାଇଁ ତାଙ୍କର ଆଗ୍ରହ ଥିଲା। ତେଣୁ ସେ ଏପରି ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଏଥିନିମନ୍ତେ ଧାରଣା ତାଙ୍କ ପରିବାରଠାରୁ ପାଇଥିଲେ। ପ୍ରଥମେ ନିଜେ ଛେଳି ପାଳନ କରୁଥିଲେ। ଏହି ଛେଳିପାଳନରୁ ତାଙ୍କର ବେଶ୍‌ ଆର୍ଥିକ ରୋଜଗାର ହେଲା। ପରିବାର ଚଳାଇବା ସହ ଦୁଇ ପିଲାଙ୍କୁ ପାଠ ପଢ଼ାଇ ବାହା ମଧ୍ୟ କରାଇଛନ୍ତି। ଏଥିରୁ ଲାଭ ହେଉଥିବାରୁ ସେ ଛେଳି ବ୍ୟାଙ୍କ ଖୋଲିବାକୁ ମନସ୍ଥ କଲେ।
୨୦୧୮ ଜୁଲାଇ ୪ରେ ସେ ୪୦ ଲକ୍ଷ ଟଙ୍କା ଏଥିରେ ବିନିଯୋଗ କରିଥିଲେ। ପ୍ରଥମେ ସେ ୩୪୦ ଛେଳି କିଣିଥିଲେ। ୩୪୦ ଶ୍ରମିକଙ୍କୁ ନିଯୁକ୍ତି ଦେଇଥିଲେ। ସେ ପ୍ରତ୍ୟେକ ମହିଳାଙ୍କୁ ସେ ୧୧୦୦ ଟଙ୍କାରେ ଗର୍ଭବତୀ ଛେଳି ଋଣ ଆକାରରେ ଦେଉଥିଲେ। ସର୍ତ୍ତ ରଖିଥିଲେ ୪୦ ମାସ ପରେ ୪ ଛୁଆଙ୍କ ସହ ଛେଳ ଫେରାଇବାକୁ। ୪୦ ମାସରେ ତାଙ୍କ ପାଖକୁ ପ୍ରାୟ ୩୦ ଛେଳିଛୁଆ ଆସୁଥିଲେ। ତାଙ୍କର ମାସକୁ ଅଢ଼େଇ ଲକ୍ଷରୁ ଅଧିକ ଲାଭ ହେଲା। ସେ କୁହନ୍ତି, ଏପରି ବ୍ୟାଙ୍କ ଯୋଗୁ ମହିଳାମାନଙ୍କର ଆର୍ଥିକ ବିକାଶ ହୋଇପାରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୧୫୦୦୦ ଫୁଟ ଉଚ୍ଚରେ ୨୦ ଡିଗ୍ରୀ ତାପମାତ୍ରାରେ ଦେଶର ସୀମା ଜଗିଛନ୍ତି ସୈନିକ

ଇଟାନଗର,୧।୧ : ଅରୁଣାଚଳର ତାଓ୍ବାଙ୍ଗ ସୀମାରେ ଦେଶର ସାହସୀ ସୈନିକମାନେ ୨୦ ଡିଗ୍ରୀ ତାପମାତ୍ରାରେ ୧୫୦୦୦ ଫୁଟ ତାପମାତ୍ରାରେ ଠିଆ ହୋଇଛନ୍ତି। ଚାଇନା ସୈନିକମାନେ ଯେପରି...

ମୋଦି ସରକାରଙ୍କ ଆଉ ଜଣେ କେନ୍ଦ୍ରମନ୍ତ୍ରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୧୨।୮: କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ୟଶୋ ନାଇକ କରୋନାରେ ପୀଡ଼ିତ ହୋଇଛନ୍ତି। ବୁଧବାର ଆସିଥିବା ସ୍ବାବ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି।...

ବିବାଦରେ ନିଟ୍‌ ପରୀକ୍ଷା ଚେକିଂ, ଏନଟିଏ ଆଡଭାଇଜରୀରେ ଅନ୍ତର୍ବସ୍ତ୍ର ବିଷୟରେ କୁହାଯାଇ ନାହିଁ …

ନୂଆଦିଲ୍ଲୀ, ୧୯।୭ : ଦେଶ ତଥା ବିଦେଶରେ ଥିବା ୫୫୦ ରୁ ଅଧିକ ପରୀକ୍ଷା କେନ୍ଦ୍ରରେ କରାଯାଇଥିବା ଦେଶର ସର୍ବବୃହତ ପ୍ରବେଶିକା ପରୀକ୍ଷାକୁ ନିଟ୍‌କୁ ନେଇ...

ୱିପ୍ରୋରେ ପୁଣି ହେଲା କର୍ମଚାରୀଙ୍କ ଛଟେଇ

ନୂଆଦିଲ୍ଲୀ,୧୯ ।୩: ଭାରତ ସମେତ ଗ୍ଲୋବାଲ ସ୍ତରରେ ଆଇଟି ସେକ୍ଟରରେ ଛଟେଇ ଅଭିଯାନ ଜାରି ରହିଛି । କୌଣସି ନା କୌଣସି କମ୍ପାନୀ ଲୋକଙ୍କୁ ଚାକିରିରୁ...

ଶେଷ ପର୍ଯ୍ୟାୟ ମତଦାନ ଲାଗି ଆଜି ସରିବ ପ୍ରଚାର

ନୂଆଦିଲ୍ଲୀ,୧୭।୫: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଶୁକ୍ରବାର ପ୍ରଚାର ଶେଷ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ରାଲି ଓ...

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅମିତ ଶାହା

ରାୟପୁର,୫।୪: ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ନର୍ସିଂହୋମ କାନ୍ଥରେ ଝୁଲୁଛି ନର୍ସଙ୍କ ମୃତଦେହ; ଦିନକ ପୂର୍ବରୁ ଚାକିରିରେ ଯୋଗ ଦେଇଥିଲେ

ଉନ୍ନାଓ,୧।୫: ଉତ୍ତରପ୍ରଦେଶର ଉନ୍ନାଓର ବଙ୍ଗରାମାଉ ଥାନା ଅଞ୍ଚଳରେ ଏକ ଘରୋଇ ନର୍ସିଂହୋମର କାନ୍ଥରେ ଜଣେ ନର୍ସଙ୍କ ମୃତଦେହ ଝୁଲୁଥିବା ଦେଖାଯାଇଛି। ଚାକିରିରେ ଯୋଗ ଦେବାର ଦିନକ...

ପ୍ରଦୂଷଣ ରୋକିବ ଆଉଟ୍‌ଡୋର୍‌ ଏୟାର୍‌ ପ୍ୟୁରିଫାୟର୍‌

ହାଇଦ୍ରାବାଦ: ବାୟୁ ପ୍ରଦୂଷଣ ଏବେ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଲୋକେ ଶୁଦ୍ଧ ବାୟୁ ଗ୍ରହଣ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ଏହାର ମୁକାବିଲା...

Advertisement
Archives

Model This Week