ସମୁଦ୍ର ଦେଇ ମାଡି ଆସୁଛନ୍ତି, ତଟରେ କଡ଼ା ନଜର

ଭଦ୍ରକ,୧୧ା୮(ସନାତନ ରାଉତ): ବାଂଲାଦେଶରେ ହିଂସା ଯୋଗୁ ଦେଶରେ ଅସ୍ଥିରତା ଲାଗି ରହିଛି। ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିବାରୁ ବାଂଲାଦେଶୀମାନେ ଭାରତ ଆସିବାର ସମ୍ଭାବନା ରହିଛି। ଦେଶ ଛାଡ଼ି ଅନୁପ୍ରବେଶକାରୀମାନେ ସମୁଦ୍ର ପଥ ଦେଇ ବୋଟ୍‌ ଯୋଗେ ପଳାଇ ଆସିବାର ଆଶଙ୍କାରେ ସରକାରଙ୍କ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଜଳପଥରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲାର ୪୫ କି.ମି. ପରିବ୍ୟାପ୍ତ ସମୁଦ୍ର ଉପକୂଳରେ ମେରାଇନ ପୋଲିସ ସଜାଗ ରହିବା ସହ ହାଇଆଲର୍ଟ ଜାରି ହୋଇଛି। ଭଦ୍ରକ ସହ ବାଲେଶ୍ୱର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲାରେ ସମୁଦ୍ର ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଭଦ୍ରକ ଜିଲାରେ ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିବା ସହ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଭାରତୀୟ ନୌସେନା ସଜାଗ ରହିଛି। ଏଥିସହ ଉପକୂଳର ସମୁଦ୍ର ଭିତରକୁ ଭାରତୀୟ କୋଷ୍ଟ ଗାର୍ଡ କଡ଼ା ନଜର ରଖିଛନ୍ତି।
ଭଦ୍ରକ ଜିଲାର ଉପକୂଳରେ ଥିବା ଧାମରା, ଚୁଡ଼ାମଣି ଓ କଷିଆ ସାମୁଦ୍ରିକ ଥାନାକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‌ପି ବରୁଣ ଗୁଣ୍ଟୁପାଲି କହିଛନ୍ତି। ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ଏବଂ ମାଛ ଧରି ଫେରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ସାମୁଦ୍ରିକ ଥାନା ପୋଲିସର କଡ଼ା ନଜର ରହିଛି। ଉପକୂଳରେ ବସବାସ କରୁଥିବା ଲୋକଙ୍କ ଗତିବିଧି ଓ ସେମାନଙ୍କ ପାଖକୁ ଆସୁଥିବା ଲୋକଙ୍କ ଉପରେ ଗୋଇନ୍ଦା ସଂସ୍ଥା ନଜର ରଖିଛି। ବର୍ତ୍ତମାନ ସ୍ଥିତିରେ ଉପକୂଳରେ ଥିବା ସାମୁଦ୍ରିକ ଥାନାଗୁଡ଼ିକୁ ସଶକ୍ତ କରିବା ପାଇଁ ପ୍ରତି ଥାନାକୁ ୫ଜଣ ଲେଖାଏ ସଶସ୍ତ୍ର ପୋଲିସ ଯୋଗାଇ ଦିଆଯାଇଥିବା ଏସ୍‌ପି କହିଛନ୍ତି। ଉପକୂଳରେ ଅନୁପ୍ରବେଶ ବୃଦ୍ଧି ପାଉଥିବା ବେଳେ ଭଦ୍ରକ ଜିଲାର ୩ଟି ସାମୁଦ୍ରିକ ଥାନାର ସ୍ଥିତି ବହୁ ଦୁର୍ବଳ ରହିଛି। ଏସବୁ ଥାନାକୁ ପୋଲିସ ବିଭାଗ ହାଲୁକା ଭାବେ ଗ୍ରହଣ କରୁଥିବାରୁ ଆବଶ୍ୟକ କର୍ମଚାରୀ ନ ଥିବା ଜଣାପଡ଼ିଛି। ଏହାସହ ସମୁଦ୍ରରେ ପାଟ୍ରୋଲିଂ ପାଇଁ ନିଜସ୍ବ ମୋଟର ବୋଟ୍‌ ଓ ଚାଳକ ନ ଥିବା ମଧ୍ୟ ଜଣାପଡ଼ିଛି। ପ୍ରତି ଥାନାରେ ୬ଜଣ ଅଫିସର ରହିବା ଜାଗାରେ କଷିଆ ମେରାଇନ ଥାନାରେ ୩, ଚୁଡ଼ାମଣିରେ ୨ ଓ ଧାମରାରେ ଜଣେ ମାତ୍ର ଅଫିସର ଅଛନ୍ତି। ସେହିପରି କେବଳ ଧାମରା ମେରାଇନ ଥାନାରେ ୨ଟି ବୋଟ୍‌ ଥିବାବେଳେ ଅନ୍ୟ ୨ଟି ଥାନାରେ ଆଦୌ ମୋଟର ବୋଟ୍‌ ନ ଥିବା ଜଣାପଡ଼ିଛି। ତେବେ ଉପକୂଳ ସୁରକ୍ଷା ନେଇ ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଥିବା ଓ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବାକୁ ପୋଲିସ ପ୍ରସ୍ତୁତ ଥିବା ଏସ୍‌ପି ଗୁଣ୍ଟୁପାଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?