Posted inଖେଳ

ଭାରତର ଲଜ୍ଜାଜନକ ପରାଜୟ

ଢାକା,୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ଚମକପ୍ରଦ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ବାଂଲାଦେଶ ଗୋଟିଏ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଛି। ଭାରତର ୧୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୪୬ ଓଭରରେ ୯ ଉଇକେଟ୍‌ ହରାଇ ବିଜୟ ହାସଲ କରିଥିଲା। ଦଳ ପକ୍ଷରୁ ଲିଟନ ଦାସ ସର୍ବାଧିକ ୪୧, ମେହିଦି ହାସନ ୩୮ ଏବଂ ସାକିବ ଉଲ ହାସନ ୨୯ ରନ୍‌ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ ୩, ଓ୍ବାଶିଂଟନ ସୁନ୍ଦର ୨ ଏବଂ କୂଳଦୀପ ସେନ୍‌ ୨ଟି ଉଇକେଟ ନେଇଥିଲେ।
ଟସ ହାରି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୪୧.୨ ଓଭରରେ ୧୮୬ ରନରେ ଅଲଆଉଟ୍‌ ହୋଇଥିଲା। କେଏଲ ରାହୁଲ ସର୍ବାଧିକ ୭୩ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଏକ ସମୟରେ ଟିମ ଇଣ୍ଡିଆ ଏକ ଶକ୍ତିଶାଳୀ ସ୍ଥିତିରେ ଥିଲା। ବାଂଲାଦେଶ ନଅ ଉଇକେଟ ହରାଇ ୧୩୬ ରନ୍‌ କରିଥିଲା। ଏହି ସମୟରେ ଲାଗୁଥିବଲା ଭାରତ ସହଜରେ ମ୍ୟାଚ୍‌ ଜିତିଯିବ। କିନ୍ତୁ ଭାରତୀୟ ଦଳ ପଡ଼ିଆରେ ବଡ ଭୁଲ କରି ମ୍ୟାଚକୁ ହାତରୁ ଖସିଯିବାକୁ ଦେଇଥିଲା। କେ.ଏଲ ରାହୁଲ ବାଂଲାଦେଶର ବିଜୟର ହିରୋ ମେହିଦି ହାସନ ମିରାଜଙ୍କ ଏକ ସରଳ କ୍ୟାଚ ଛାଡିଥିଲେ। ଏହାର ଫାଇଦା ଉଠାଇ ମିରାଜ ଏବଂ ମୁସ୍ତାଫିଜୁର ରହମାନ ଶେଷ ଉଇକେଟ ପାଇଁ ଅପରାଜିତ ୫୧ ରନ ଭାଗିଦାରୀ ବାଣ୍ଟିଥିଲେ। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଡିସେମ୍ବର ୭ରେ ଢାକାରେ ଖେଳାଯିବ। ମିରାଜ ନିଜ ଦଳକୁ ଏକୁଟିଆ ଜିତାଇଥିଲେ। ସେ ୩୯ ବଲରୁ ୨୮ ରନରେ ଅପରାଜିତ ରହିଥିଲେ। ଏଥି ସହିତ ମୁସ୍ତାଫିଜୁର ନଅ ରନ ସ୍କୋର କରି ଅପରାଜିତ ରହିଥିଲେ। ଏହି ବିଜୟ ସହିତ ବାଂଲାଦେଶ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଡିସେମ୍ବର ୭ରେ ଢାକାରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କଠାରୁ ଏହି ଆଶା ରଖିଛନ୍ତି ଦ୍ରାବିଡ

ଲଣ୍ଡନ,୩୦।୬: ଜୁଲାଇ ୧ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତୀୟ...

ଭାରତୀୟ ଦଳକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌, କହିଲେ ସାବଧାନ ଏତେ ଖୁସି ହୁଅ ନାହିଁ

ବ୍ରିସବେନର ଗାବା ଗ୍ରାଉଣ୍ଡରେ ଶେଷ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତୀୟ ଦଳ ଇତିହାସ ସୃଷ୍ଟି କରିଛି। ରିଷଭ ପନ୍ତ ଏବଂ ଶୁବମନ ଗିଲଙ୍କ ସ୍ମରଣୀୟ...

ଏସବୁ ୬୫ ଖେଳରେ ପଦକ ମିଳିଲେ ସରକାରୀ ଚାକିରି ପକ୍କା…

ନୂଆଦିଲ୍ଲୀ,୨୩।୧୧ : ଖେଳାଳିଙ୍କୁ ଚାକିରି ଏବଂ ପଦୋନ୍ନତି ଦେବା ପାଇଁ ଭାରତ ସରକାର ନିୟମ ଜାରି କରିଛନ୍ତି। ଗତ ସପ୍ତାହରେ, ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ...

ଡୋପ୍‌ ଟେଷ୍ଟ: ୪ ନାବାଳକ ଆଥ୍‌ଲେଟ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୧୭ା୩ (ପି.ଟି.)- ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଦ୍ୱାରା ହୋଇଥିବା ଡୋପ୍‌ ଟେଷ୍ଟରେ ଧରାପଡ଼ି ୪ ନାବାଳକ ଆଥ୍‌ଲେଟ ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି।...

ସଚିନ, କୋହଲିଙ୍କୁ ପଛରେ ପକାଇଲେ ରୋହିତ

ମାଞ୍ଚେଷ୍ଟର,୧୬ା୬: ଭାରତୀୟ ଓପନର ରୋହିତ ଶର୍ମା ବିଶ୍ୱକପ୍‌ରେ ପାକିସ୍ତାନ ବିରୋଧରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ଏହି ମ୍ୟାଚ୍‌ରେ ଭାରତୀୟ ଉପଅଧିନାୟକ ୧୧୨ ବଲର ସମ୍ମୁଖୀନ...

ଦ୍ୱିତୀୟ ଟେଷ୍ଟ: ଜିମ୍ବାଓ୍ବେ ଫଲୋଅନ୍‌

ଆବୁଧାବି,୧୩।୩: ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଚାଲିଥିବା ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଜିମ୍ବାଓ୍ବେ ଫଲୋଅନ ହୋଇଛି। ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମ ଇନିଂସରେ...

ଆଗାମୀ ବିଶ୍ୱକପ୍‌ରେ ଓପନିଂ କରିବେ କୋହଲି? ପ୍ରଶ୍ନ ଶୁଣି ରାଗିଗଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୯: ଟି-୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି। ଏହାପୂର୍ବରୁ ସମସ୍ତ ଦଳ ସେମାନଙ୍କ ସ୍କ୍ବାର୍ଡ ଘୋଷଣା କରିଛନ୍ତି। ତେବେ ବିଶ୍ୱକପ୍‌...

ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ: ଷ୍ଟୋକ୍ସଙ୍କ ସ୍ଥାନ ନେଲେ ଏହି ଖେଳାଳି

ସାଉଥାମ୍ପଟନ, ୧୨।୮- ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହେବ। ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପ୍ରଥମ...

Advertisement
Archives

Model This Week