Posted inଖେଳ

ବାଂଲାଦେଶକୁ ଆବଶ୍ୟକ ୪୭୧ ରନ

ଚଟ୍ଟୋଗ୍ରାମ,୧୭।୧୨(ପି.ଟି.): ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଡ୍ରାଇଭର ସିଟ୍‌ରେ ଭାରତ। ଓପନର ଶୁବମନ ଗିଲ୍‌ ଓ ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରାଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୫୮/୨ରେ ଇନିଂସ ଘୋଷଣା କରିଛି। ଜବାବରେ ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ବାଂଲାଦେଶ ବିନା କ୍ଷତିରେ ୪୨ ରନ୍‌ କରିଥିବା ବେଳେ ବିଜୟ ପାଇଁ ଘରୋଇ ଦଳକୁ ଆଉ ୪୭୧ ରନ୍‌ ଆବଶ୍ୟକ ରହିଛି। ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୧୩୩/୮ରୁ ଖେଳ ଆରମ୍ଭ କରି ବାଂଲାଦେଶ ଆଉ ମାତ୍ର ୧୭ ରନ୍‌ ଯୋଡିଥିଲା। ଅକ୍ଷରପକ୍ଷେ ପଟେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇ ବାଂଲାଦେଶ ଇନିଂସ ଶେଷ କରିଥିଲେ। ମୁଶଫିକୁର ରହିମ ସର୍ବାଧିକ ୨୮ ରନ୍‌ କରିଥିବା ବେଳେ କୁଲଦୀପ ଯାଦବ ୫ ଉଇକେଟ ସଫଳତା ହାସଲ କରିଥିଲେ। ୨୫୪ ରନରେ ଆଗୁଆ ରହିବା ପରେ ଭାରତ ପୁନର୍ବାର ବ୍ୟାଟିଂ କରିଥିଲା। ଷ୍ଟାଣ୍ଡଇନ୍‌ ଅଧିନାୟକ ଲୋକେଶ ରାହୁଲ ମାତ୍ର ୨୩ ରନ୍‌ କରି ଆଉଟ ହୋଇଥିବା ବେଳେ ଶୁବମନ ଗିଲ ୧୧୦ ଓ ଚେତେଶ୍ୱର ପୂଜାରା ୧୦୨* ଦ୍ୱିତୀୟ ଉଇକେଟରେ ଯୋଡିଥିଲେ ୧୧୩ ରନ୍‌। ଗିଲ୍‌ ୧୫୨ ବଲ୍‌ ଖେଳି ୧୦ ଚୌକା ଓ ୩ ଛକା ମାରିବା ସହିତ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ୧୩୦ ବଲ ଖେଳିଥିବା ପୂଜାରା ୧୦୨ ରନର ଇନିଂସରେ ମାରିଥିଲେ ୧୩ ଚୌକା। ପୂଜାରା ଶତକ ହାସଲ କରିବା ପରେ ଭାରତ ଇନିଂସ ଘୋଷଣା କରିଥିଲା। ୫୧୩ ରନର ବିଶାଳ ଲକ୍ଷ୍ୟ ରହିଥିବା ବେଳେ ବ୍ୟାଟିଂ ଆରମ୍ଭ କରି ବାଂଲାଦେଶ ବିନା କୌଣସି ଉଇକେଟରେ ୪୨ ରନ୍‌ ସଂଗ୍ରହ କରିଛି। ମ୍ୟାଚ ଦୁଇ ଦିନ ବାକି ରହିଥିବା ବେଳେ ବାଂଲାଦେଶର ବିଜୟ ଅସମ୍ଭବ ପ୍ରତୀୟମାନ ହେଉଛି।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ ୪୦୪। ବାଂଲାଦେଶ ପ୍ରଥମ ଇନିଂସ ୫୫.୫ ଓଭରରେ ୧୫୦/୧୦ (ମୁଶଫିକର ରହିମ୍‌-୨୮, ମେହିଦୀ ହସନ ମିରାଜ-୨୫, ଲିଟନ ଦାସ-୨୪, କୁଲଦୀପ ଯାଦବ-୫/୪୦, ମହମ୍ମଦ ସିରାଜ-୩/୨୦, ଅକ୍ଷର ପଟେଲ-୧/୧୦)। ଭାରତ ଦ୍ୱିତୀୟ ଇନିଂସ- ୬୧.୪ ଓଭରରେ ୨୫୮/୨ (ଶୁବମନ ଗିଲ-୧୧୦, ଚେତେଶ୍ୱର ପୂଜାରା-୧୦୨*, ଲୋକେଶ ରାହୁଲ-୨୩, ଖାଲେଦ ଅହମଦ-୧/୫୨, ମେହିଦୀ ହସନ ମିରାଜ-୧/୮୧)। ବାଂଲାଦେଶ ଦ୍ୱିତୀୟ ଇନିଂସ: ୪୨/୦।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri