ବଣ୍ଡା ଜନଜାତିର ଚଳଣି

ମାଲକାନଗିରି(ଦୁର୍ଯ୍ୟୋଧନ ପାତ୍ର): ଓଡ଼ିଶାର ବିଭିନ୍ନ ପାର୍ବତ୍ୟାଞ୍ଚଳରେ ବହୁ ସଂଖ୍ୟାରେ ଅନୁସୂଚିତ ଜନଜାତି ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ବର୍ଷ ଧରି ବାସ କରି ଆସୁଛନ୍ତି। ଭାରତରେ ୮୨ ଆଦିବାସୀ ସମ୍ପ୍ରଦାୟ ଥିବାବେଳେ ଓଡ଼ିଶାରେ ୬୦ ପ୍ରକାର ଆଦିବାସୀ ଜନଜାତି ଦେଖିବାକୁ ମିଳିଥାଏ । ସେମାନଙ୍କ ମଧ୍ୟରୁ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ବଣ୍ଡାଘାଟିରେ ୫ଟି ପଞ୍ଚାୟତରେ ରାଜସ୍ବ ଏବଂ ପଡ଼ାଗ୍ରାମକୁ ନେଇ ୩୪ଟି ବଣ୍ଡା ବସ୍ତି ରହିଛି। ମୁଦୁଲିପଡ଼ା, ଅଣ୍ଡ୍ରାହାଲ, ବଡ଼ଡୁରାଲ, କଦମଗୁଡା ଓ ରାସବେଡା ପଞ୍ଚାୟତରେ ଥିବା ବଣ୍ଡା ଅଞ୍ଚଳକୁ ୨ ଭାଗରେ ବିଭକ୍ତ କରାଯାଇଛି। ଏହା ଉପର ବଣ୍ଡା ଓ ତଳ ବଣ୍ଡା ରୂପେ ପରିଚିତ। ଜିଲାରେ ୧୯୯୨ରେ ବଣ୍ଡାଘାଟିରେ ୫୫୦୦ ବଣ୍ଡା ଜନଜାତି ବାସ କରୁଥିବା ବେଳେ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ୭ ହଜାରରୁ ଊର୍ଦ୍ଧ୍ୱ ହୋଇଛି। ବଣ୍ଡାମାନଙ୍କ ଭାଷାରେ ଏହି ଘାଟିକୁ ବାର୍‌ ଜଙ୍ଗଲ ବୋଲି କୁହାଯାଏ। ଘାଟି ଉପରେ ରହୁଥିବା ଗ୍ରାମଗୁଡ଼ିକ ହେଲା ମୁଦୁଲିପଡ଼ା, ଉଙ୍ଗେଲପଦର, ବେଲଗୁଡ଼ା, ବିର୍ସାପାଡ଼ା, ନୂଆଗୁଡ଼ା, ତୁସେଇପାଡ଼ା, ଗଇଲକେନ୍ଦା, ପାତ୍ରପୁଟ, ବାଲିଆପଦର, କାଦଗୁଡ଼ା, କିରାମ, ବଣ୍ଡାପାଡ଼ା, ଗୋପୁରପାଡ଼ା, କିନ୍ଦ୍ରାଗୁଡ଼ା, କାତଙ୍ଗଗୁଡ଼ା, ପଡ଼େଇଗୁଡ଼ା, କନ୍ଧଗୁଡ଼ା, ସେଲେଇଗୁଡା, ବାଉଁଲିଗୁଡା, ଦୁଲାଗୁରୁମ, ଉଡାଙ୍ଗଗୁଡା, ଗୋଇଗୁଡା, କାନ୍ତିପାଡା, ଦାଗାବାଡ଼ା, କିଚପାଡ଼ା, ଚାଲାନପାଡ଼ା, ବଡ଼ବେଲ, ଡୁଙ୍ଗୁରୁପାଡ଼ା, ଅଣ୍ଡ୍ରାହାଲ, ଗୋରଗୁଡ଼ା, ବଡ଼ପାଡ଼ା, ବାଉଁଶପଡ଼ା ଇତ୍ୟାଦି। କିମ୍ବଦନ୍ତୀ ଏବଂ ପୁରାତନ କାହାଣୀ ଅନୁଯାୟୀ ଅଗନାଅଗନି ବନସ୍ତ ମଧ୍ୟରେ ଏକ ମଣିଷ ତା’ର ୫ପୁଅ ଓ ଗୋଟିଏ ଝିଅ ସହିତ ପତ୍ରକୁଡିଆ କରି ଜଙ୍ଗଲରୁ ଜନ୍ତୁ ଶିକାର କରି ସେହି ମାଂସ ଖାଇ ଜୀବନ ବିତାଉଥିଲେ। ବଣର ଶିକାର ଓ ଫଳମୂଳ ଏମାନଙ୍କ ମୁଖ୍ୟ ଖାଦ୍ୟ ଥିଲା। ଗଛର ଛାଲି ଓ ପତ୍ରକୁ ପୋଷାକ ରୂପେ ବ୍ୟବହାର କରୁଥିଲେ। ସମୟକ୍ରମେ ଏହି ସମ୍ପ୍ରଦାୟର ବଂଶବୃଦ୍ଧି ହୋଇଥିଲା। ବଣ୍ଡା ଜନଜାତି ପ୍ରାୟତଃ ବର୍ଷାଦିନେ ଶିଆଳିପତ୍ରରେ ଟୋପି ବ୍ୟବହାର କରି ବର୍ଷାରୁ ରକ୍ଷା ପାଇଥାନ୍ତି। ଅଗ୍ନିର ବ୍ୟବହାର ଅକସ୍ମାତ ଶିଖି ବିଭିନ୍ନ ସ୍ଥାନରେ ନିଆଁ ଲଗାଇ କଞ୍ଚାମାଂସକୁ ନିଆଁରେ ସେକି ଖାଦ୍ୟ ରୂପେ ଖାଉଥିଲେ। ଏବେ ବି ବୟସ୍କ ବଣ୍ଡାମାନେ ଏକଥାକୁ ସ୍ବୀକାର କରନ୍ତି। ବଣ୍ଡାଘାଟିର ପୂର୍ବ ଦିଗରେ ବାଲି ପର୍ବତ ଥିବାବେଳେ ପଶ୍ଚିମ କୋଣରେ ରହିଛି ବାଲି ଡଙ୍ଗର। ବଣ୍ଡା ରମଣୀମାନଙ୍କ ବେଶଭୂଷା ବେଶ୍‌ ଆକର୍ଷଣୀୟ। ସେମାନେ ସର୍ବଦା ମୁଣ୍ଡକୁ ଲଣ୍ଡା ରଖିବା ସହ ମୁଣ୍ଡରେ ଗୋଲେଇ ତାଳପତ୍ର ବାନ୍ଧି ସେଥିରେ ନାନା ପ୍ରକାର ପକ୍ଷୀଙ୍କ ପର, ଧାରୁଆ ଛୁରି ଲଗାଇଥାନ୍ତି। ବେକରେ ମାଳି, ଲୁହାର ବଳା ପିନ୍ଧିଥାନ୍ତି। ପ୍ରତ୍ୟେକ ବଣ୍ଡା ଗ୍ରାମରେ ସଲପ, ମହୁଲ ଗଛ ପ୍ରଚୁର ପରିମାଣରେ ଦେଖିବାକୁ ମିଳିଥାଏ । ପୋଡୁଚାଷ ଏମାନଙ୍କର ମୁଖ୍ୟ ଜୀବିକା । ଜଙ୍ଗଲ ସଫାକରି ମାଣ୍ଡିଆ, ଶୁଆଁ, ବାଜରା, କାଙ୍ଗୁ, ଚାଷ କରି ଚଳିଥାନ୍ତି। ଅଳ୍ପ ସମତଳ ଅଞ୍ଚଳରେ ଧାନଚାଷ କରି ସେହି ଧାନରୁ ଚାଉଳକୁ ତରଳ ଜାଉ (ପେଯ) କରି କିମ୍ବା ମାଣ୍ଡିଆ ଜାଉରେ ମିଶାଇ ଖାଇଥାନ୍ତି। ଠାକୁର ପାଟଖଣ୍ଡା ହେଉଛି ସେମାନଙ୍କ ବଡ଼ପର୍ବ। ପାଟଖଣ୍ଡା ହେଉଛନ୍ତି ସେମାନଙ୍କ ମୁଖ୍ୟ ଦେବତା। ପାହାଡ଼ ଶିଖରରେ ଏକ ବଡ଼ ବଟ
ବୃକ୍ଷରେ ରହି ପୂଜା ପାଉଛନ୍ତି ପାଟଖଣ୍ଡା ଠାକୁର । ପ୍ରତି ନୂଆ ଖାଦ୍ୟଶସ୍ୟ ଅମଳ ପରେ ସେମାନେ ସେହି ଶସ୍ୟକୁ ପୂଜାକରି ନୂଆଖାଇ ପାଳନ କରନ୍ତି। ଶ୍ରାବଣ ମାସରେ ଟାଙ୍କୁଗରବ, ଆଶ୍ୱିନ ମାସରେ ମୁଣ୍ଡଧ୍ୱନି ପରବ, ପୌଷ ମାସରେ ପୁଷ୍‌ ପରବ୍‌, ମାଘ ମାସରେ ପାଟଖଣ୍ଡା ଯାତ୍ରା, ଚୈତ୍ର ମାସରେ ଉଲ୍ଲି ପର୍ବ ବଣ୍ଡାମାନଙ୍କ ବିଶେଷ ପର୍ବ ଭାବେ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?