ବାଣପୁର ଘଟଣା ପାଇଁ ଅନୁତପ୍ତ ନୁହେଁ: ଜଗଦ୍ଦେବ

ଖୋର୍ଦ୍ଧା ଅଫିସ,୧୫।୧: ଚିଲିକା ବିକାଶରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଧକ ସାଜିବା ସହ ଦୁର୍ନୀତିରେ ବୁଡିଛନ୍ତି ବୋଲି କିଛିଦିନ ପୂର୍ବେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଅଭିଯୋଗ ଆଣିଥିଲେ। ଏପରି କି ଦଳୀୟ ନେତାଙ୍କ ବିରୋଧରେ ମଧ୍ୟ ଗଣମାଧ୍ୟମରେ କହିଥିଲେ। ଶନିବାର ଜଗଦ୍ଦେବ ଅଟ୍ରି ହଟ୍ଟକେଶ୍ୱରଙ୍କ ଦର୍ଶନ କରିବାକୁ ଆସିଥିବା ଅବସରରେ ପୂର୍ବତନ ବିଧାୟକ ସାହୁଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଏବେ ବି ସାହୁ ବିଧାୟକ ହେବା ଲାଗି ସ୍ବପ୍ନ ଦେଖୁଛନ୍ତି। ତାଙ୍କ ଲୋଭ ଆସକ୍ତି ଯାଇନି। ସେ ମୋ ବିରୋଧରେ ଷଡ଼ଯନ୍ତ୍ର କରିଚାଲିଛନ୍ତି। ବାଣପୁର ଏନ୍‌ଏସିରେ ଭତ୍ତା ବଣ୍ଟନକୁ କେନ୍ଦ୍ରକରି ସେ ଭାଜପା ସଭାପତିଙ୍କୁ ପ୍ରବର୍ତ୍ତାଇ ମୋ ବିରୋଧରେ ଷଡ଼ଯନ୍ତ୍ର ରଚିଥିଲେ। ଫଳରେ ମୁଁ ବଦନାମ ହେଲି। ପଞ୍ଚାୟତ ନିର୍ବାଚନ ସମୟରେ ସେ ଭାଜପା ସହ ହାତମିଳାଇ ୨ଜଣ ଭାଜପା ଜିଲା ପରିଷଦଙ୍କୁ ଜିତାଇବାରେ ସହଯୋଗ କରିଥିଲେ ବୋଲି କହିଛନ୍ତି ବିଧାୟକ ଜଗଦ୍ଦେବ।
ଜଗଦ୍ଦେବ ଆହୁରି କହିଛନ୍ତି, ବାଣପୁର ବ୍ଲକ ଚେୟାରମ୍ୟାନ ନିର୍ବାଚନ ବେଳେ ଯାହା କିଛି ଘଟିଥିଲା, ସେଥିରେ ତାଙ୍କର କୌଣସି ଭୁଲ୍‌ ନ ଥିଲା। ଏଥିଲାଗି ସେ ଅନୁତପ୍ତ ନୁହନ୍ତି। ଆକ୍ରମଣ ବେଳେ ଗାଡି ଗଡିଯିବାରୁ ଏଭଳି ଘଟଣା ଘଟିଥିଲା। ମୁଁ ପାଇକ ପୁଅ। ମୋ ଦେହରୁ ୨ଲିଟର ରକ୍ତ ଯାଇଛି। ମୋ ଗାଡିକୁ ଭାଙ୍ଗି ଚୂରମାର କରିଦିଆଯାଇଛି। ସମୟ ଆସିଲେ ଏହାର ଜବାବ ଦେବି। ଏହି ଘଟଣାର ପ୍ରଚ୍ଛଦରେ ପୂର୍ବତନ ବିଧାୟକ ସାହୁଙ୍କ ହାତ ରହିଛି। ଭାଜପା କର୍ମୀଙ୍କ ସହ ମିଶି ସେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ଏପରି କି ସେ ଜଣେ କାଠ ଓ ମଦ ମାଫିଆ ବୋଲି ସିଧାସଳଖ ଭାବେ ପୂର୍ବତନ ବିଧାୟକ ସାହୁଙ୍କ ରାଜନୈତିକ କ୍ୟାରିୟର, ଚରିତ୍ର ଉପରକୁ ଅଙ୍ଗୁଳି ଉଠାଇଥିଲେ। ଦଳ ଉପରେ ମୋର ବିଶ୍ୱାସ ରହିଛି। ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ। ମୋ ଉପରୁ ନିଲମ୍ବନ ଆଦେଶ ଖୁବ୍‌ଶୀଘ୍ର ହଟିବ ବୋଲି ଆଶାବାଦୀ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚିଲିକା ନିର୍ବାଚନମଣ୍ଡଳୀରେ ଅନୁପସ୍ଥିତ ରହିଲେ ବି ବିକାଶ କାର୍ଯ୍ୟ ଜାରି ରହିଛି। ୨୦୨୪ ବେଳକୁ ଚିଲିକା ନିର୍ବାଚନମଣ୍ଡଳୀର ବ୍ୟାପକ ପରିବର୍ତ୍ତନ ଆସିଥିବ। ମୁଖ୍ୟମନ୍ତ୍ରୀ ଯେଉଁଠି ଟିକେଟ ଦେବେ ସେଠାରେ ଲଢିବି। ଏବେ ସୁପ୍ରିମକୋର୍ଟଙ୍କ ଆଦେଶର ୬ମାସ ବିତିସାରିଲାଣି। ଆଉ ୬ମାସ ପରେ ନିଜ ନିର୍ବାଚନମଣ୍ଡଳୀରେ ସମୟ ଦେବି। ଭାଜପାରେ ଯୋଗଦାନ ନେଇ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ମିଥ୍ୟା। ମୋର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଁ ଦଳରୁ ନିଲମ୍ବିତ ହେଲେ ମଧ୍ୟ କର୍ମୀ ଭାବେ କାମ କରୁଛି। ଦଳରେ ଅଛି, ଆଗକୁ ମଧ୍ୟ ରହିବି। ନିକଟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ ବେଳେ ଚିଲିକା ବିଧାୟକଙ୍କ ସମ୍ପର୍କରେ କୌଣସି ମୁହଁ ଖୋଲି ନ ଥିଲେ ବୋଲି ଚର୍ଚ୍ଚା ହେଉଛି। ସେଥିରେ ମୋର କୌଣସି ହାତ ନାହିଁ। ନିକଟରେ ଦଳର ପ୍ରତିଷ୍ଠା ଦିବସରେ ଚିଲିକାଠାରେ ଆୟୋଜିତ ସମାବେଶରେ ଜିଲା ସଭାପତି ଚିଲିକା ନିର୍ବାଚନମଣ୍ଡଳୀରେ ଦୁର୍ଯ୍ୟୋଧନ କଥା ଉଠାଇଥିଲେ। ଖୋର୍ଦ୍ଧାରେ ମହାମେଣ୍ଟର ଜଗଦ୍ଦେବ କୁଆଡ଼େ ନେତୃତ୍ୱ ନେଉଥିବା ପ୍ରଶ୍ନରେ ସେ କହିଥିଲେ, କୌଣସି ମେଣ୍ଟ ସହ ସଂଶ୍ଳିଷ୍ଟ ନାହଁି। ମୁଁ ଆଗରୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ଲାଭ କରିଛି। ଆଗକୁ ମଧ୍ୟ କରିବି। ଖୋର୍ଦ୍ଧା ମୋ ମାଟି। ଏଠାରୁ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଛି। ଖୋର୍ଦ୍ଧାରୁ ଟିକେଟ ମିଳିଲେ ଲଢିବେ ବୋଲି କହିଛନ୍ତି ଜଗଦ୍ଦେବ। ୨୦୨୨ ମାର୍ଚ୍ଚ ୧୨ତାରିଖରେ ବାଣପୁର ବ୍ଲକ ଆଗରେ ପୋଲିସ ଓ ଲୋକଙ୍କ ଉପରକୁ ଗାଡି ମଡାଇଦେବା ଘଟଣାରେ ଗିରଫ ହୋଇଥିଲେ ଜଗଦ୍ଦେବ। ଅନ୍ୟପକ୍ଷରେ ବିଧାୟକ ଜଗଦ୍ଦେବ ଆଣିଥିବା ସମସ୍ତ ଅଭିଯୋଗକୁ ପୂର୍ବତନ ବିଧାୟକ ସାହୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri