ବାଣପୁର ଘଟଣା ପାଇଁ ଅନୁତପ୍ତ ନୁହେଁ: ଜଗଦ୍ଦେବ

ଖୋର୍ଦ୍ଧା ଅଫିସ,୧୫।୧: ଚିଲିକା ବିକାଶରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଧକ ସାଜିବା ସହ ଦୁର୍ନୀତିରେ ବୁଡିଛନ୍ତି ବୋଲି କିଛିଦିନ ପୂର୍ବେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଅଭିଯୋଗ ଆଣିଥିଲେ। ଏପରି କି ଦଳୀୟ ନେତାଙ୍କ ବିରୋଧରେ ମଧ୍ୟ ଗଣମାଧ୍ୟମରେ କହିଥିଲେ। ଶନିବାର ଜଗଦ୍ଦେବ ଅଟ୍ରି ହଟ୍ଟକେଶ୍ୱରଙ୍କ ଦର୍ଶନ କରିବାକୁ ଆସିଥିବା ଅବସରରେ ପୂର୍ବତନ ବିଧାୟକ ସାହୁଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଏବେ ବି ସାହୁ ବିଧାୟକ ହେବା ଲାଗି ସ୍ବପ୍ନ ଦେଖୁଛନ୍ତି। ତାଙ୍କ ଲୋଭ ଆସକ୍ତି ଯାଇନି। ସେ ମୋ ବିରୋଧରେ ଷଡ଼ଯନ୍ତ୍ର କରିଚାଲିଛନ୍ତି। ବାଣପୁର ଏନ୍‌ଏସିରେ ଭତ୍ତା ବଣ୍ଟନକୁ କେନ୍ଦ୍ରକରି ସେ ଭାଜପା ସଭାପତିଙ୍କୁ ପ୍ରବର୍ତ୍ତାଇ ମୋ ବିରୋଧରେ ଷଡ଼ଯନ୍ତ୍ର ରଚିଥିଲେ। ଫଳରେ ମୁଁ ବଦନାମ ହେଲି। ପଞ୍ଚାୟତ ନିର୍ବାଚନ ସମୟରେ ସେ ଭାଜପା ସହ ହାତମିଳାଇ ୨ଜଣ ଭାଜପା ଜିଲା ପରିଷଦଙ୍କୁ ଜିତାଇବାରେ ସହଯୋଗ କରିଥିଲେ ବୋଲି କହିଛନ୍ତି ବିଧାୟକ ଜଗଦ୍ଦେବ।
ଜଗଦ୍ଦେବ ଆହୁରି କହିଛନ୍ତି, ବାଣପୁର ବ୍ଲକ ଚେୟାରମ୍ୟାନ ନିର୍ବାଚନ ବେଳେ ଯାହା କିଛି ଘଟିଥିଲା, ସେଥିରେ ତାଙ୍କର କୌଣସି ଭୁଲ୍‌ ନ ଥିଲା। ଏଥିଲାଗି ସେ ଅନୁତପ୍ତ ନୁହନ୍ତି। ଆକ୍ରମଣ ବେଳେ ଗାଡି ଗଡିଯିବାରୁ ଏଭଳି ଘଟଣା ଘଟିଥିଲା। ମୁଁ ପାଇକ ପୁଅ। ମୋ ଦେହରୁ ୨ଲିଟର ରକ୍ତ ଯାଇଛି। ମୋ ଗାଡିକୁ ଭାଙ୍ଗି ଚୂରମାର କରିଦିଆଯାଇଛି। ସମୟ ଆସିଲେ ଏହାର ଜବାବ ଦେବି। ଏହି ଘଟଣାର ପ୍ରଚ୍ଛଦରେ ପୂର୍ବତନ ବିଧାୟକ ସାହୁଙ୍କ ହାତ ରହିଛି। ଭାଜପା କର୍ମୀଙ୍କ ସହ ମିଶି ସେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ଏପରି କି ସେ ଜଣେ କାଠ ଓ ମଦ ମାଫିଆ ବୋଲି ସିଧାସଳଖ ଭାବେ ପୂର୍ବତନ ବିଧାୟକ ସାହୁଙ୍କ ରାଜନୈତିକ କ୍ୟାରିୟର, ଚରିତ୍ର ଉପରକୁ ଅଙ୍ଗୁଳି ଉଠାଇଥିଲେ। ଦଳ ଉପରେ ମୋର ବିଶ୍ୱାସ ରହିଛି। ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ। ମୋ ଉପରୁ ନିଲମ୍ବନ ଆଦେଶ ଖୁବ୍‌ଶୀଘ୍ର ହଟିବ ବୋଲି ଆଶାବାଦୀ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚିଲିକା ନିର୍ବାଚନମଣ୍ଡଳୀରେ ଅନୁପସ୍ଥିତ ରହିଲେ ବି ବିକାଶ କାର୍ଯ୍ୟ ଜାରି ରହିଛି। ୨୦୨୪ ବେଳକୁ ଚିଲିକା ନିର୍ବାଚନମଣ୍ଡଳୀର ବ୍ୟାପକ ପରିବର୍ତ୍ତନ ଆସିଥିବ। ମୁଖ୍ୟମନ୍ତ୍ରୀ ଯେଉଁଠି ଟିକେଟ ଦେବେ ସେଠାରେ ଲଢିବି। ଏବେ ସୁପ୍ରିମକୋର୍ଟଙ୍କ ଆଦେଶର ୬ମାସ ବିତିସାରିଲାଣି। ଆଉ ୬ମାସ ପରେ ନିଜ ନିର୍ବାଚନମଣ୍ଡଳୀରେ ସମୟ ଦେବି। ଭାଜପାରେ ଯୋଗଦାନ ନେଇ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ମିଥ୍ୟା। ମୋର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଁ ଦଳରୁ ନିଲମ୍ବିତ ହେଲେ ମଧ୍ୟ କର୍ମୀ ଭାବେ କାମ କରୁଛି। ଦଳରେ ଅଛି, ଆଗକୁ ମଧ୍ୟ ରହିବି। ନିକଟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ ବେଳେ ଚିଲିକା ବିଧାୟକଙ୍କ ସମ୍ପର୍କରେ କୌଣସି ମୁହଁ ଖୋଲି ନ ଥିଲେ ବୋଲି ଚର୍ଚ୍ଚା ହେଉଛି। ସେଥିରେ ମୋର କୌଣସି ହାତ ନାହିଁ। ନିକଟରେ ଦଳର ପ୍ରତିଷ୍ଠା ଦିବସରେ ଚିଲିକାଠାରେ ଆୟୋଜିତ ସମାବେଶରେ ଜିଲା ସଭାପତି ଚିଲିକା ନିର୍ବାଚନମଣ୍ଡଳୀରେ ଦୁର୍ଯ୍ୟୋଧନ କଥା ଉଠାଇଥିଲେ। ଖୋର୍ଦ୍ଧାରେ ମହାମେଣ୍ଟର ଜଗଦ୍ଦେବ କୁଆଡ଼େ ନେତୃତ୍ୱ ନେଉଥିବା ପ୍ରଶ୍ନରେ ସେ କହିଥିଲେ, କୌଣସି ମେଣ୍ଟ ସହ ସଂଶ୍ଳିଷ୍ଟ ନାହଁି। ମୁଁ ଆଗରୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ଲାଭ କରିଛି। ଆଗକୁ ମଧ୍ୟ କରିବି। ଖୋର୍ଦ୍ଧା ମୋ ମାଟି। ଏଠାରୁ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଛି। ଖୋର୍ଦ୍ଧାରୁ ଟିକେଟ ମିଳିଲେ ଲଢିବେ ବୋଲି କହିଛନ୍ତି ଜଗଦ୍ଦେବ। ୨୦୨୨ ମାର୍ଚ୍ଚ ୧୨ତାରିଖରେ ବାଣପୁର ବ୍ଲକ ଆଗରେ ପୋଲିସ ଓ ଲୋକଙ୍କ ଉପରକୁ ଗାଡି ମଡାଇଦେବା ଘଟଣାରେ ଗିରଫ ହୋଇଥିଲେ ଜଗଦ୍ଦେବ। ଅନ୍ୟପକ୍ଷରେ ବିଧାୟକ ଜଗଦ୍ଦେବ ଆଣିଥିବା ସମସ୍ତ ଅଭିଯୋଗକୁ ପୂର୍ବତନ ବିଧାୟକ ସାହୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri