Posted inଜାତୀୟ

ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ଡେରାଡୁନ,୫।୭: ଉତ୍ତରାଖଣ୍ଡ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମୌସୁମୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ କୌଣସି ବ୍ୟାଘାତ ନ ହେବା ପାଇଁ ଏହି ନିଷେଧାଦେଶ ଲାଗୁ କରାଯାଇଛି। ଏସମ୍ପର୍କରେ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁଖବୀର ସିଂ ସନ୍ଧୁ ମଙ୍ଗଳବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ମୌସୁମୀ ସମୟରେ ପ୍ରବଳ ବର୍ଷା, ବନ୍ୟା, ଭୂସ୍ଖଳନ, ବାଦଲ ଫଟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କେତେକ ଜିଲା ଅଧିକ ପ୍ରଭାବିତ ହୋଇଥାଏ। ଏଥିସହ ଜନଜୀବନ ମଧ୍ୟ କ୍ଷତି ହୋଇଥାଏ। ତେଣୁ ସମସ୍ତ ବିଭାଗର ମୁଖ୍ୟ ତଥା ଜିଲାପାଳଙ୍କୁ ଦିଆଯାଇଥିବା ଏହି ଆଦେଶରେ କୁହାଯାଇଛି ଯେ, କିଛି ଅଧିକାରୀ ଏବଂ କର୍ମଚାରୀ ସେମାନଙ୍କ ଉଚ୍ଚ ପଦାଧିକାରୀଙ୍କଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଛୁଟି ନେଇଥାନ୍ତି। ଫଳରେ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ମୌସୁମୀ ଅବଧି ତଥା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅନାବଶ୍ୟକ ପରିସ୍ଥିତି ବ୍ୟତୀତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ମଞ୍ଜୁର କରାଯିବା ଉଚିତ ନୁହେଁ ଏବଂ ଯଦି ଛୁଟି ମଞ୍ଜୁର ହୁଏ, ତେବେ ସେହି ଅଧିକାରୀ କିମ୍ବା କର୍ମଚାରୀଙ୍କ ସ୍ଥାନରେ ଅନ୍ୟ କେହି ପୋଷ୍ଟ କରାଯିବା ନିଶ୍ଚିତ ହେବା ଉଚିତ ବୋଲି ସନ୍ଧୁ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ବୈଠକ କରି କହିଥିଲେ ଯେ, ବିପର୍ଯ୍ୟୟ ଦୃଷ୍ଟିରୁ ଆସନ୍ତା ୩ମାସ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ଛୁଟି ଦିଆଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଏହି ମନ୍ଦିରରେ ଫଟୋ ଉଠାଇବା ମନା, ଧରାପଡ଼ିଲେ ମିଳିବ ଏପରି ଦଣ୍ଡ

କାଠମାଣ୍ଡୁ,୧୬ା୯: ନେପାଳର ପାଶୁପତିନାଥ ମନ୍ଦିରରେ ଫଟୋ ଉଠାଇବା ଏବଂ ଭିଡିଓ କରିବା ବାରଣ ରହିଛି। ଯଦି ଲୋକେ ନ ମାନନ୍ତି ତେବେ ଧରାପଡ଼ିଲେ ଲୋକଙ୍କୁ ବହୁତ...

ଭାଜପା-ଟିଆରଏସ୍‌ ପରସ୍ପରକୁ କରୁଛନ୍ତି ସହଯୋଗ, ମୋଦିଙ୍କ ନିର୍ଦ୍ଦେଶ ହେଉଛି କାର୍ଯ୍ୟ: ରାହୁଲ…

ହାଇଦ୍ରାବାଦ,୧।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରୀ ବର୍ତ୍ତମାନ ତେଲେଙ୍ଗାନାରେ ପହଞ୍ଚିଛି। ମଙ୍ଗଳବାର ହାଇଦ୍ରାବାଦରେ ରାହୁଲ ଗାନ୍ଧୀ ଏହି ଗସ୍ତ ସମୟରେ ଏକ ସାଧାରଣ ସଭାରେ ସମ୍ବୋଧିତ...

ନଭେମ୍ବର ୩୦ ଯାଏ ବଢ଼ିଲା କଣ୍ଟେନମେଣ୍ଟ କଟକଣା

ନୂଆଦିଲ୍ଲୀ, ୨୯।୧୦(ପି.ଟି.):କେତେକ ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ବଢ଼ୁଥିବାରୁ ଏହା ଜନସ୍ବାସ୍ଥ୍ୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସେଥିପାଇଁ କେନ୍ଦ୍ର ସରକାର କୋଭିଡ୍‌...

ବିବିସି ଡକ୍ୟୁମଣ୍ଟାରି ନେଇ ସରକାରଙ୍କୁ କଂଗ୍ରେସର ସମର୍ଥନ: ଏକେ ଆଣ୍ଟୋନୀଙ୍କ ପୁଅ କହିଲେ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ…

ନୂଆଦିଲ୍ଲୀ,୨୪।୧ : ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନୀ ୨୦୦୨ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ...

କର୍ନାଟକରେ କୌଣସି ସଙ୍କଟ ନାହିଁ: ନଡ୍ଡା

ପାନାଜୀ,୨୫।୭: ଦୁଇ ଦିନିଆ ଗୋଆ ଗସ୍ତରେ ଆସିଥିବା ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରବିବାର ଏକ ଖବରଦାତା ସମ୍ମିଳନୀ କରି ଦଳ...

ମରିନି ଆଶା, ରହିଛି ନୂଆ ସମ୍ଭାବନା: ୧୪ ଦିନ ପର୍ଯ୍ୟନ୍ତ ନିଖୋଜ ବିକ୍ରମକୁ ଖୋଜିବ ଇସ୍ରୋ

ଶ୍ରୀହରିକୋଟା,୮।୯: ଭାରତର ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ବିଫଳ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ ଏବେ ବି ମରିନି ଆଶା,...

ଏନଡିଏରେ ସାମିଲ ହେଲା ଜେଡିଏସ

ନୂଆଦିଲ୍ଲୀ,୨୨।୯: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ବାସଭବନରେ ଶୁକ୍ରବାର ଜନତା ଦଳ ସେକ୍ୟୁଲାର (ଜେଡିଏସ) ନେତା ଏଚଡି କୁମାରସ୍ବାମୀ ଭେଟିଛନ୍ତି। ଏହି ସମୟରେ ଭାଜପା ରାଷ୍ଟ୍ରୀୟ...

ଅମିତ ଶାହାଙ୍କ ନିର୍ଦ୍ଦେଶରେ ହୋଇଛି ହିଂସା: ମମତା

କୋଲକାତା,୧୦।୪: ପଶ୍ଚିମବଙ୍ଗର କୁଚବିହାର ଜିଲାର ସିତଲକୁଚିରେ ହୋଇଥିବା ହିଂସା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛନ୍ତି।...

Advertisement
Archives

Model This Week