ବାଉଁଶ ଟାୱାର, ଟ୍ରଲର ଗାଞ୍ଜ ଜାଲ କଇଁଛ ପାଇଁ ବିପଦ

ମହାକାଳପଡ଼ା,୩୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱପ୍ରସିଦ୍ଧ ଅଲିଭ୍‌ରିଡ୍‌ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ ବୋଲି ଗହୀରମଥା ପରିଚିତ। ପ୍ରଶାନ୍ତମହାସାଗରରୁ ଯୋଜନ ଯୋଜନ ମାଇଲ ପଥ ଅତିକ୍ରାନ୍ତ କରି ନିଜ ଜନ୍ମମାଟି ଗହୀରମଥାକୁ ସେମାନେ ଛୁଟି ଆସନ୍ତି। ଏହି ସାମୁଦ୍ରିକ ଅଭୟାରଣ୍ୟ ଉଷ୍ମ ଜଳବାୟୁ ବାଲୁକା ଶଯ୍ୟାରେ ଏମାନେ ଖୁବ୍‌ ସୁରକ୍ଷିତ ଭାବେ ଅଣ୍ଡାଦାନ କରନ୍ତି। ସୂର୍ଯ୍ୟ ଉତ୍ତାପରେ କଇଁଛମାନଙ୍କ ଯେଉଁ ଅଣ୍ଡା ଫୁଟେ ସେଥିରୁ ମାଈଶାବକ ଜନ୍ମଗ୍ରହଣ କରିଥାଏ। ସେହିପରି ଶୀତଳ ବାୟୁରେ ବା ରାତି ସମୟରେ ଯେଉଁ ଅଣ୍ଡା ଫୁଟେ ସେଥିରୁ ଅଣ୍ଡିରା ଶାବକ ଜନ୍ମ ଗ୍ରହଣ କରିଥାଏ ବୋଲି କୁହାଯାଉଛି। ମହାକାଳପଡ଼ା ବ୍ଲକ ଅଞ୍ଚଳର ବହୁ ମତ୍ସ୍ୟଜୀବୀ ଘରେ ବାଉଁଶରେ ଟାଓ୍ବାର କରିଛନ୍ତି। ଏଥିରେ ଭିଏଚ୍‌ଏଫ୍‌ ଲଗାଯାଇଛି, ଯାହାକୁ ବନ ବିଭାଗ ସମୁଦ୍ରକୁ ପାଟ୍ରୋଲିଂରେ ଯିବା ପୂର୍ବରୁ ଟ୍ରଲରରେ ଥିବା ସମ୍ପର୍କୀୟଙ୍କୁ ଆଗୁଆ ସୂଚନା ଦିଆଯାଇଥାଏ। ଫଳରେ ଗଭୀର ସମୁଦ୍ରକୁ ଟ୍ରଲର ପଳାଇଯିବାରୁ ଆଉ ଧରାପଡ଼ନ୍ତି ନାହିଁ। ଅପରପେକ୍ଷ ଟ୍ରଲରରେ ଥିବା ଗାଞ୍ଜଜାଲ ମଧ୍ୟ କଇଁଛଙ୍କ ପାଇଁ ବିପଦ ସାଜିଛି।
ଅପରପକ୍ଷରେ ଧାମରା ମୁହାଣଠାରୁ ଋଷିକୁଲ୍ୟା ମୁହାଣ ପର୍ଯ୍ୟନ୍ତ ୧୪୦୮ ବର୍ଗ କିମି ଗହୀରମଥା ଜଳପଥ କୂଳଠାରୁ ୨୦ କି.ମି.ଦୂର ନଭେମ୍ବର ୧ରୁ ଜୁନ ୧୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରବେଶ ବାରଣ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ କୁହାଯାଇଛି। ବିଶେଷକରି ଏହି ନିଷେଧ ଅଞ୍ଚଳରେ ଟ୍ରଲରଗୁଡ଼ିକ ବେଆଇନ ଭାବେ ପ୍ରବେଶ କରୁଥିବାରୁ ଗାଞ୍ଜଜାଲରେ ଛନ୍ଦି ହୋଇ କଇଁଛ ମୃତ୍ୟୁବରଣ କରନ୍ତି। ଟ୍ରଲରଗୁଡ଼ିକ ସୁରକ୍ଷା ବଳୟକୁ ଭେଦ କରି ଅନାୟାସରେ କୋଟି କୋଟି ଟଙ୍କାର ସାମୁଦ୍ରିକ ମାଛ ଧରି ମାଲିକମାନେ ମାଲାମାଲ ହେଉଛନ୍ତି। ଏହି ସାଢ଼େ ୭ ମାସ ସମୟରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ସୁରକ୍ଷା ଅଧିକାରୀ ତଥା ତଟରକ୍ଷୀ ବାହିନୀ, ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟଜୀବୀ ବିଭାଗ ଓ ସାମୁଦ୍ରିକ ପୋଲିସ ଟିମ୍‌ ୨୪ ଘଣ୍ଟିଆ ତୀକ୍ଷ୍ମ ନଜର ରହିଥାଏ। ଅପରପକ୍ଷରେ ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ବହୁସଂଖ୍ୟାରେ ଟ୍ରଲର ଚାଳଳ ବା ମୁଖ୍ୟ ମାଝି ନିୟନ୍ତ୍ରଣ କରିଥାନ୍ତି। ପଶ୍ଚିମବଙ୍ଗ, ଦୀଘା, ବାଲେଶ୍ୱର, ଭଦ୍ରକ, କଷାଫଳ, ବଡ଼ବାହଲ, ଧାମରା, ବଳରାମଗଡି, ପାରାଦୀପ, ଅସ୍ତରଙ୍ଗ, ତାଳଚୂଆ ଆଦି ଅଞ୍ଚଳର ସଂଖ୍ୟାଧିକ ଟ୍ରଲର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବେଧଡକ ଭାବେ ସାମୁଦ୍ରିକ ମୂଲ୍ୟବାନ ମାଛ ମାରୁଛନ୍ତି। ଏହି ଟ୍ରଲରଗୁଡ଼ିକରେ ମହାକାଳପଡ଼ା ବ୍ଲକର ବତିଘର, ଖରିନାସୀ, ଜମ୍ବୁ, ପେଟଛେଲା, ସୁନୀତି, ରଟପଙ୍କ, ଶାସନ, ତନ୍ତିଆପାଳ, ଗୁଲଦିଆ ଆଦି ଅଞ୍ଚଳର ୫ ଶହରୁ ଅଧିକ ମାଝି ବା ମୁଖ୍ୟ ଡ୍ରାଇଭର ଭାବେ ନିୟୋଜିତ ଅଛନ୍ତି। ନିଷିଦ୍ଧାଞ୍ଚଳରେ ବନ ବିଭାଗ ପାଟ୍ରୋଲିଂ ଟିମ୍‌ ଚଢ଼ାଉ କରିବା ଉଦ୍ୟମ ଆରମ୍ଭ ହୋଇଥାଏ। ଏହି ସମୟରେ ବେଆଇନ ଭାବେ ପ୍ରବେଶ କରିଥିବା ଟ୍ରଲରମାନଙ୍କୁ ଜବତ କରିବା ପୂର୍ବରୁ ଡ୍ରାଇଭରଙ୍କ ପରିବାର ଲୋକମାନେ ଭିଏଚ୍‌ଏଫ୍‌ ମାଧ୍ୟମରେ ଆଗୁଆ ସୂଚନା ଦେବାରେ ସଫଳ ହୁଅନ୍ତି। ଫଳରେ ଟ୍ରଲରଗୁଡ଼ିକ କିଛି ଦୂରକୁ ଚାଲିଯିବାରେ ସକ୍ଷମ ହୁଅନ୍ତି। ଚଢ଼ାଉ ଟିମ୍‌ ନିରାଶରେ ଫେରିବାକୁ ପଡ଼ିଥାଏ। ଅପରପକ୍ଷରେ ଏହି ଅଞ୍ଚଳର କେତେଜଣ ଡ୍ରାଇଭର ନିଜ ଘରେ ସତର୍କତାମୂଳକ ବାଉଁଶ ଟାୱାରରେ ବେଆଇନ ଭାବେ ୫୦ରୁ ଅଧିକ ଭିଏଚ୍‌ଏଫ୍‌ ଲଗାଇବା ଯୋଗୁ ପୂର୍ବ ବର୍ଷଗୁଡ଼ିକରେ ପ୍ରଶାସନ ପକ୍ଷରୁ ବ୍ୟାପକ ଚଢାଉ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଚଳିତବର୍ଷ ମଧ୍ୟ କେତେଜଣ ଡ୍ରାଇଭରଙ୍କ ଘରେ ଏହି ମେଶିନ ସ୍ଥାପନ କରାଯାଇଥିବା ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ମତ୍ସ୍ୟଜୀବୀ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ କପିଳେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ବେଆଇନ ଟ୍ରଲର ଓ ଡଙ୍ଗା ଚଳାଚଳ ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?