ଷ୍ଟାଡିୟମ ସୁରକ୍ଷାରେ ବାଉଁଶ ବାଡ଼

ସମ୍ବଲପୁର,୧୩ା୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ରେ ସମ୍ବଲପୁର ଗସ୍ତରେ ଆସିଥିବାବେଳେ ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେଇ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଉନ୍ନତି ପାଇଁ ୩ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ। ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ବି ଟଙ୍କା ଆସି ନାହିଁ। ତେଣୁ ବିକାଶ ମୂଳକ କାମରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଜିଲା କ୍ରୀଡା ସଂଘ ଉପସଭାପତି ଦୁଲାଲ ପ୍ରଧାନ ଏ ନେଇ ଅଭିଯୋଗ କରିବା ସହ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।
ସେ ଅଭିଯୋଗ କରିଛନ୍ତି, ହକି ବିଶ୍ୱକପ ଓଡ଼ିଶାରେ ଆୟୋଜିତ ହେଉଛି। ଏହା ଆମ ପାଇଁ ଗର୍ବର ବିଷୟ। ଅନ୍ୟପଟେ ପ୍ରତି ଜିଲା ଓ ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯାଉଛି। ହେଲେ ସମ୍ବଲପୁର ଜିଲାର ପୁରାତନ ଭିଏସ୍‌ଏସ୍‌ ଷ୍ଟାଡିୟମ ଅବହେଳିତ ହୋଇପଡିଛି। ଏହାର ବିକାଶ ପାଇଁ ୩ କୋଟି ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ୨ କୋଟିର ଏକ ଚେକ୍‌ ଜିଲା ପ୍ରଶାସନକୁ ହସ୍ତାନ୍ତର କରିଥିଲେ। ହେଲେ ଏହା କେବଳ କାଗଜପତ୍ରରେ ସୀମିତ ରହିଯାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବ, କ୍ରୀଡ଼ାମନ୍ତ୍ରୀ ପ୍ରମୁଖଙ୍କୁ ଜିଲା କ୍ରୀଡାସଂଘର ସଦସ୍ୟମାନେ ଭେଟି ଅନୁରୋଧ କରିଥିଲେ। ୩ କୋଟି ନୁହେଁ, ଯାହା ଟଙ୍କା ଲାଗିବ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଇଡ୍‌କୋକୁ ଟଙ୍କା ଦିଆଯାଇଛି, କାମ ହୋଇଯିବ ବୋଲି ମଧ୍ୟ କହିଥିଲେ। ହେଲେ ଉକ୍ତ ଟଙ୍କା ଆସି ନାହିଁ। ଅନ୍ୟପଟେ ଏକ ବିଶେଷଜ୍ଞ ଦଳ ଆସି ଫଟୋ, ଡ୍ରଇଁ ନେଇ ଫେରିଛନ୍ତି। ପ୍ରାୟ ଏକବର୍ଷ ହୋଇଯିବ ସବୁଠାରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରି ନାହିଁ। ଭିଏସ୍‌ଏସ୍‌ ଷ୍ଟାଡିୟମରେ ରଣଜୀ ଟ୍ରଫି, ଦେଓଧର ଟ୍ରଫି, ସିକେ ନାଇଡୁ ଟ୍ରଫି ଭଳି ଜାତୀୟ ସ୍ତରର କ୍ରିକେଟ ମ୍ୟାଚ ଆୟୋଜିତ ହେଉଛି। ଏହାସହ ଜିଲାସ୍ତରୀୟ ଖେଳକୁଦ ଆୟୋଜନ କରାଯାଉଛି। ତେଣୁ ଷ୍ଟାଡିୟମ ଉନ୍ନତି ନେଇ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ। ଏ ସମ୍ପର୍କରେ ଇଡ୍‌କୋ ଅଧିକାରୀ ବିଧାନ ମାଝି କହିଛନ୍ତି, ଷ୍ଟାଡିୟମର ଜରୁରୀ ଆବଶ୍ୟକ ଥିବା କେତେକ କାମ କରାଯାଇଛି। ବଡ ଅନୁଦାନ ଆସି ନାହିଁ। ଅନୁଦାନ ଆସିବା ମାତ୍ରେ କାମ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri