ଦୁର୍ନୀତିର ଗନ୍ତାଘର ପାଲଟିଛି ବଲସକୁମ୍ପା ହାଇସ୍କୁଲ

ଖଜୁରିପଡ଼ା,୧୧ା୩: ସମସ୍ତଙ୍କୁ ସ୍ବାକ୍ଷର କରିବା ପାଇଁ ଶିକ୍ଷାର ଆଲୋକ ଦେଖାଇବା ଲାଗି ସରକାର ଶିକ୍ଷକ ନିଯୁକ୍ତି ଦେଉଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ, କଲେଜ, ଅଙ୍ଗନୱାଡି ନିର୍ମାଣ କରୁଛନ୍ତି। ସ୍କୁଲରେ ଶିକ୍ଷା ବଦଳରେ ପ୍ରଧାନ ଶିକ୍ଷକ କରୁଛନ୍ତି ରାଜନୀତି। ସ୍କୁଲରେ ଚାଲିଛି ଦିନ ଦ୍ୱିପହରେ ଦୁର୍ନୀତି। ଯାହା ସହିବା କଷ୍ଟସାଧ୍ୟ ହେବା ପରେ ପ୍ରଧାନ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲାପାଳ ଏବଂ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ସ୍କୁଲ ଏସ୍‌ଏମ୍‌ସି କମିଟି ଫେରାଦ ହୋଇଛନ୍ତି। ଏହିଭଳି ଘଟଣା ଘଟିଛି ଜିଲାପାଳ କାର୍ଯ୍ୟାଳୟର ଅଳ୍ପ ଦୂରରେ ଥିବା ପ୍ରସିଦ୍ଧ ଦେବୀ ପୀଠ ବଲସକୁମ୍ପା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ଅଭିଯୋଗ ଅନୁଯାୟୀ, ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେର ସ୍କୁଲକୁ ଠିକ୍‌ ସମୟରେ ଆସୁନାହାନ୍ତି। ସ୍କୁଲର ମଧ୍ୟାହ୍ନ ଭୋଜନ ଟଙ୍କାକୁ ହରିଲୁଟ କରୁଛନ୍ତି। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଦେଉନାହାନ୍ତି ଉପଯୁକ୍ତ ଖର୍ଚ୍ଚ ହୋଇଥିବା ଟଙ୍କା। ଖେଳକୁଦ, ସ୍କୁଲ ସାମଗ୍ରୀ କିଣିବା ପାଇଁ ସରକାର ଯୋଗାଉଥିବା ଟଙ୍କାକୁ ମନଇଚ୍ଛା ଖର୍ଚ୍ଚ କରୁଛନ୍ତି। ସ୍କୁଲ କମିଟି ହିସାବ ମାଗିଲେ ସ୍କୁଲ କମିଟିକୁ ନାଲି ଆଖି ଦେଖାଉଛନ୍ତି। ସ୍କୁଲ ଛାତ୍ରୀମାନଙ୍କୁ ଅସଦାଚରଣ ବ୍ୟବହାର କରିବା ସହିତ ଅଶ୍ଳୀଳ କଥାବାର୍ତ୍ତା କରୁଥିବା ସହିତ ସ୍କୁଲରେ ଚାନ୍ଦା ଆଦାୟ କରୁଛନ୍ତି। ନିଶାସକ୍ତ ଅବସ୍ଥାରେ ସ୍କୁଲ ଆସିବା ସହ ନିଶା ଦ୍ରବ୍ୟ ଗାଡ଼ି ଡିକିରେ ରଖୁଥିବା ଆଦି ଅଭିଯୋଗ ହେଉଛି। ଏହିଭଳି ଅନେକ ଦୁର୍ନୀତିରେ ସାମିଲ ଅଛନ୍ତି ପ୍ରଧାନ ଶିକ୍ଷକ ବୋଲି ସ୍କୁଲ କମିଟି ଲିଖିତ ଭାବେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦେବା ସହିତ ଜିଲା ଶିକ୍ଷାଧିକାରୀଙ୍କୁ ଭେଟି ଅଭିଯୋଗ କରିଛି। ଅନ୍ୟପଟେ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଉକ୍ତ ଘଟଣା ତଦନ୍ତ କରି ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ସ୍କୁଲ ଏସ୍‌ଏମ୍‌ସି କମିଟି ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ଫେରିଛି। ପ୍ରଧାନ ଶିକ୍ଷକ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଜୋରଦାର ଆନ୍ଦୋଳନ ହେବ ବୋଲି ସ୍କୁଲ କମିଟି ଚେତାବନୀ ଦେଇଛି। ଏ ନେଇ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ମୋ ଉପରେ ଲାଗିଥିବା ଦୁର୍ନୀତି ଅଭିଯୋଗ ସବୁ ମିଥ୍ୟା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଆରୋହୀ ଦମ୍ପତିଙ୍କ ଉପରେ ଚଢ଼ିଗଲା କାର୍‌

ପୁରୁଷୋତ୍ତମପୁର,୨୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୂଖ୍ୟ ରାସ୍ତାର ଭାଟକୁମରଡା କଲେଜ ସମ୍ମୁଖରେ ରବିବାର ଏକ କାର ମୋଟର ସାଇକେଲ ଆରୋହୀଙ୍କ ଉପରେ...

ଲୋକେ ପିଇବେ ଖୋଲା କୂଅ ପାଣି

ଯାଜପୁର ଅଫିସ,୨୩।୪: ଖରାର ପ୍ରକୋପ ସହିତ ତାଳ ଦେଇ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ବଢ଼ି ଚାଲିଛି। ଭୂତଳ ଜଳସ୍ତର କମିବାରେ ଲାଗିଛି। ଫଳରେ...

ଲ୍ୟାମ୍ପ୍ସର ଚାଷୀଙ୍କୁ ଅଣଦେଖା ଅଭିଯୋଗ

ଦଶମନ୍ତପୁର,୨୪ା୨ (ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ମହକୁମାସ୍ଥିତ ଲ୍ୟାମ୍ପ ପକ୍ଷରୁ ମାଣ୍ଡିଆ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଏନେଇ ସାଧାରଣରେ ଅସନ୍ତୋଷ...

ଘର ଭାଙ୍ଗିଲେ, ୧୦ ଏକର ଫସଲ ନଷ୍ଟ କଲେ

ଲାଞ୍ଜିଗଡ଼,୨୦ା୮(ଡି.ଏନ.ଏ.): ଜଙ୍ଗଲୀ ହାତୀପଲ ଆସି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ କୁଟିଙ୍ଗପଦର ଗାଁରେ ହାତୀ ଉପଦ୍ରବ ଦେଖାଦେଇଛି। ଏଠାରେ ୩ ଜଣଙ୍କ...

ନିଲମ୍ବନ ପରେ ସ୍କୁଲରୁ ହଣ୍ଡା, ଡେକ୍‌ଚି ନେଇଗଲେ ଶିକ୍ଷକ

ନବରଙ୍ଗପୁର,୧୩ା୨(ବି.ପ୍ର.):ସରକାର ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି। ପିଲାମାନେ ହଷ୍ଟେଲରେ ରହି କିଭଳି ସୁସ୍ଥ ପରିବେଶରେ ପାଠ ପଢ଼ିବେ ସେ ନେଇ...

ଦିନକର କାହାଣୀ: ଆଇସ୍‌କ୍ରିମ୍‌ ବେପାରରେ ବେଶ୍‌ ଖୁସୀ

ଢେଙ୍କାନାଳ-ଯୋରନ୍ଦା ରାସ୍ତା ପାର୍ଶ୍ୱରେ ଏକ ଛୋଟିଆ ଗ୍ରାମରେ ରୁହନ୍ତି ମଣିଆ ଭୋଇ (୩୨)। ସ୍ତ୍ରୀ ମହରଗି ଏବଂ ୧୦ମ ପଢୁଆ ପୁଅ ମହେଶ୍ୱରଙ୍କୁ ନେଇ ତାଙ୍କ...

ସୁମିତଙ୍କୁ ଖୋଜୁଛି ପୋଲିସ

ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ପାଇଁ ତପସ୍ବିନୀ ଦାଶ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍‌ର ତାଙ୍କ ଶ୍ୱଶୁର ଘର ଆଗରେ ଧାରଣା ଜାରି...

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ସାରସକଣା,୨୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଜୋକା ପଞ୍ଚାାୟତ ଛକଠାରୁ ପ୍ରାୟ ୩୦୦ ମିଟର ଦୂର ଏକ ସ୍ବୟଂ ସହାୟକ ଗୋଷ୍ଠୀ ଘର ପଛପଟ ପଡ଼ିଆରୁ...

Advertisement
Archives

Model This Week