ଦୁର୍ନୀତିର ଗନ୍ତାଘର ପାଲଟିଛି ବଲସକୁମ୍ପା ହାଇସ୍କୁଲ

ଖଜୁରିପଡ଼ା,୧୧ା୩: ସମସ୍ତଙ୍କୁ ସ୍ବାକ୍ଷର କରିବା ପାଇଁ ଶିକ୍ଷାର ଆଲୋକ ଦେଖାଇବା ଲାଗି ସରକାର ଶିକ୍ଷକ ନିଯୁକ୍ତି ଦେଉଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ, କଲେଜ, ଅଙ୍ଗନୱାଡି ନିର୍ମାଣ କରୁଛନ୍ତି। ସ୍କୁଲରେ ଶିକ୍ଷା ବଦଳରେ ପ୍ରଧାନ ଶିକ୍ଷକ କରୁଛନ୍ତି ରାଜନୀତି। ସ୍କୁଲରେ ଚାଲିଛି ଦିନ ଦ୍ୱିପହରେ ଦୁର୍ନୀତି। ଯାହା ସହିବା କଷ୍ଟସାଧ୍ୟ ହେବା ପରେ ପ୍ରଧାନ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲାପାଳ ଏବଂ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ସ୍କୁଲ ଏସ୍‌ଏମ୍‌ସି କମିଟି ଫେରାଦ ହୋଇଛନ୍ତି। ଏହିଭଳି ଘଟଣା ଘଟିଛି ଜିଲାପାଳ କାର୍ଯ୍ୟାଳୟର ଅଳ୍ପ ଦୂରରେ ଥିବା ପ୍ରସିଦ୍ଧ ଦେବୀ ପୀଠ ବଲସକୁମ୍ପା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ଅଭିଯୋଗ ଅନୁଯାୟୀ, ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେର ସ୍କୁଲକୁ ଠିକ୍‌ ସମୟରେ ଆସୁନାହାନ୍ତି। ସ୍କୁଲର ମଧ୍ୟାହ୍ନ ଭୋଜନ ଟଙ୍କାକୁ ହରିଲୁଟ କରୁଛନ୍ତି। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଦେଉନାହାନ୍ତି ଉପଯୁକ୍ତ ଖର୍ଚ୍ଚ ହୋଇଥିବା ଟଙ୍କା। ଖେଳକୁଦ, ସ୍କୁଲ ସାମଗ୍ରୀ କିଣିବା ପାଇଁ ସରକାର ଯୋଗାଉଥିବା ଟଙ୍କାକୁ ମନଇଚ୍ଛା ଖର୍ଚ୍ଚ କରୁଛନ୍ତି। ସ୍କୁଲ କମିଟି ହିସାବ ମାଗିଲେ ସ୍କୁଲ କମିଟିକୁ ନାଲି ଆଖି ଦେଖାଉଛନ୍ତି। ସ୍କୁଲ ଛାତ୍ରୀମାନଙ୍କୁ ଅସଦାଚରଣ ବ୍ୟବହାର କରିବା ସହିତ ଅଶ୍ଳୀଳ କଥାବାର୍ତ୍ତା କରୁଥିବା ସହିତ ସ୍କୁଲରେ ଚାନ୍ଦା ଆଦାୟ କରୁଛନ୍ତି। ନିଶାସକ୍ତ ଅବସ୍ଥାରେ ସ୍କୁଲ ଆସିବା ସହ ନିଶା ଦ୍ରବ୍ୟ ଗାଡ଼ି ଡିକିରେ ରଖୁଥିବା ଆଦି ଅଭିଯୋଗ ହେଉଛି। ଏହିଭଳି ଅନେକ ଦୁର୍ନୀତିରେ ସାମିଲ ଅଛନ୍ତି ପ୍ରଧାନ ଶିକ୍ଷକ ବୋଲି ସ୍କୁଲ କମିଟି ଲିଖିତ ଭାବେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦେବା ସହିତ ଜିଲା ଶିକ୍ଷାଧିକାରୀଙ୍କୁ ଭେଟି ଅଭିଯୋଗ କରିଛି। ଅନ୍ୟପଟେ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଉକ୍ତ ଘଟଣା ତଦନ୍ତ କରି ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ସ୍କୁଲ ଏସ୍‌ଏମ୍‌ସି କମିଟି ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ଫେରିଛି। ପ୍ରଧାନ ଶିକ୍ଷକ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଜୋରଦାର ଆନ୍ଦୋଳନ ହେବ ବୋଲି ସ୍କୁଲ କମିଟି ଚେତାବନୀ ଦେଇଛି। ଏ ନେଇ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ମୋ ଉପରେ ଲାଗିଥିବା ଦୁର୍ନୀତି ଅଭିଯୋଗ ସବୁ ମିଥ୍ୟା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri