ବାଲିଯୋଡ଼ା ସ୍ବାସ୍ଥ୍ୟ ଉପକେନ୍ଦ୍ର ପାଲଟିଛି ଭୂତକୋଠି

କୁଆମରା,୧୨।୭(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଶିଳଘାଟୀ ପଞ୍ଚାୟତରେ ସ୍ଥାପିତ ବାଲିଯୋଡ଼ା ସ୍ବାସ୍ଥ୍ୟଉପକେନ୍ଦ୍ର ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଛି। ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଏହି ଉପକେନ୍ଦ୍ର କାର୍ଯ୍ୟ କରୁଛି। ବାଲିଯୋଡ଼ା, ଗୁରଡିହା, ଅତାନଟୀ, ଖଡିଆବସା, କେନ୍ଦୁଆମୁଣ୍ଡି, ନବକିଶୋରପୁର ଓ ଡାହାଣୀବୁଡା ଆଦି ମୋଟ ୭ଟି ଗ୍ରାମର ୪ହଜାର ୮ଶହ ୩୫ ଲୋକ ଏହି ଉପକେନ୍ଦ୍ର ଉପରେ ନିର୍ଭର କରନ୍ତି।
ଏହି ୭ଟି ଗ୍ରାମର ନବେ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ୧୯୭୦ରେ ସ୍ଥାପନ ହୋଇଥିଲା ଉପକେନ୍ଦ୍ର। ହେଲେ ଲକ୍ଷ୍ୟ ବାସ୍ତବତାଠାରୁ ବହୁ ଦୂରରେ ରହିଛି। ସତେବେଳେ ଉକ୍ତ ଘର ମାଟି କାନ୍ଥ ଓ ଆଜବେଷ୍ଟସ୍‌ରେ ତିଆରି ହୋଇଥିଲା। ମାତ୍ର ୧୦ବର୍ଷ ମଧ୍ୟରେ ଘର ଅବସ୍ଥା ଦୁର୍ବଳ ହୋଇପଡିଥିବା ବେଳେ କାନ୍ଥ ଓ ଆଜବେଷ୍ଟସ ଫାଟି ଆଁ କରିଛି। ବର୍ଷାଦିନେ ଘର ମଧ୍ୟରେ ବର୍ଷାପାଣି ଲହଡ଼ି ମାରୁଛି। ଭିତରେ କାନ୍ଥ ଖଣ୍ଡ ଖଣ୍ଡ ଖସୁଛି। ସମସ୍ତ କବାଟ, ଝରକା ନଷ୍ଟ ହୋଇଯାଇଛି। ବିପଦସଙ୍କୁଳ ଘର ମଧ୍ୟରେ ସ୍ବାସ୍ଥ୍ୟକର୍ମୀ ସୁମନପ୍ରଭା ପରିଡା ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଉଚିତ ନ ମଣି ବାରଣ୍ଡାରେ ବସି ସ୍ବାସ୍ଥ୍ୟସେବା ଯୋଗାଉଥିବା ଦେଖିବାକୁ ମିଳୁଛି। ପରବର୍ତ୍ତୀ ସମୟରେ ପାଚେରି ବି ନଷ୍ଟ ହୋଇଯାଇଛି। ଏଠାରେ ଅନୁଷ୍ଠିତ ହେଉଥିବା ମାସିକ ବୈଠକରେ ଅଙ୍ଗନଓ୍ବାଡି କର୍ମୀମାନେ ବସିବାକୁ ବାଧ୍ୟ ହେଉଛନ୍ତି। ଏହାର ପୁନଃ ନିର୍ମାଣ କରିବା ପାଇଁ ପୂର୍ବତନ ସରପଞ୍ଚ ଭାଦ ହଁାସଦା ଅନେକବାର ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏ ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେବା ପରିତାପର ବିଷୟ। ତେବେ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ୍‌ ଅନୁଭବ ପଟ୍ଟନାୟକ କହିଛନ୍ତି, ଜିଲା ମୁଖ୍ୟ କାର୍ଯ୍ୟାଳୟକୁ ପ୍ରସ୍ତାବ ପଠାଯାଇଛି। ତେବେ ଏ ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri