୩୪ ଏକର ଜାଗାରେ ହେବ ବାଲିଯାତ୍ରା

କଟକ ଅଫିସ,୨୪ା୯: କଟକ ବାଲିଯାତ୍ରା ପଡ଼ିଆକୁ ଲାଗି ପୋତା ଯାଇଥିବା ମହାନଦୀ ଶଯ୍ୟାରେ ବାଲିଯାତ୍ରା ଅଞ୍ଚଳର ସମ୍ପ୍ରସାରଣ ପାଇଁ ହୋଇଥିବା ଆବେଦନ ଉପରେ ରୋକ୍‌ ଲଗାଇଛନ୍ତି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)। ଜିଲା ପ୍ରଶାସନ ପକ୍ଷରୁ ୮୫ ଏକର ଜମିରେ ବାଲିଯାତ୍ରା କରାଯିବାକୁ ଅନୁମତି ମଗାଯାଇଥିବାବେଳେ କେବଳ ୩୪ ଏକର ଜାଗାରେ ବାଲିଯାତ୍ରା କରାଯିବାକୁ ଏନ୍‌ଜିଟି ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ନୈରାଶ୍ୟଭାବ ସୃଷ୍ଟି ହୋଇଥିବାବେଳେ ଜିଲା ପ୍ରଶାସନ ବି ଦ୍ୱନ୍ଦ୍ୱରେ ପଡିଯାଇଛି।
ଏନ୍‌ଜିଟି ତାଙ୍କ ରାୟରେ ଦର୍ଶାଇଛନ୍ତି, ୩୪ ଏକର ଜାଗାରେ ବାଲିଯାତ୍ରା ହେବ। ବାଲିଯାତ୍ରା ଆୟୋଜନବେଳେ ସ୍ବଚ୍ଛତା ଅବଲମ୍ବନ, ପରିମଳ ବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟରକ୍ଷା ଦିଗରେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ। ପଡ଼ିଆରେ କୌଣସି ସ୍ଥାୟୀ ବା ଅସ୍ଥାୟୀ ନିର୍ମାଣ ହେବ ନାହିଁ। ମହାନଦୀ ପଠା ପୋତାଯିବା ପରେ ସୃଷ୍ଟି ହୋଇଥିବା ମୋଟ୍‌ ୪୨୬ ଏକର ଜମିରେ କୌଣସି କଂକ୍ରିଟ ନିର୍ମାଣ ହେବ ନାହିଁ । ଏହାର ଦୁଇ ତୃତୀୟାଂଶ ଜମିରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯିବା ସହ ଏକ ତୃତୀୟାଂଶ ଜମିରେ ପାର୍କ, ଖେଳପଡ଼ିଆ କରାଯାଇପାରିବ। ଏଠାରେ କୌଣସି ବ୍ୟବସାୟିକ କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ ବୋଲି ଏନ୍‌ଜିଟି ରାୟରେ ସ୍ପଷ୍ଟ କରିଛନ୍ତି। ନଦୀପଠା ପୋତାଯିବା ଫଳରେ ଉପରମୁଣ୍ଡରେ ଥିବା ୩୮ଟି ଗ୍ରାମକୁ ବନ୍ୟା ବିପଦ ରହିଥିବା କାରଣରୁ ସରକାର ଏ ଦିଗରେ ଆଶୁ ପଦକ୍ଷେପ ନେବେ। ପୋତା ଯାଇଥିବା ୪୨୬ ଏକର ଜାଗାରୁ ବାଲି କାଢ଼ି ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ଏନ୍‌ଜିଟିଙ୍କ ୭ ଜଣିଆ କମିଟି ଦେଇଥିବା ରିପୋର୍ଟ ଉପରେ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ଏହା ସମ୍ଭବ ନୁହେଁ ବୋଲି ମତ ରଖିଥିଲେ। ଫଳରେ ଏନ୍‌ଜିଟି ଏଥିରେ ଏକମତ ହୋଇଥିଲେ। ହେଲେ ସମ୍ପୃକ୍ତ ଅଞ୍ଚଳ ବନ୍ୟାଞ୍ଚଳ ଜୋନ୍‌ରେ ଆସୁଥିବାରୁ ସରକାର କରିବାକୁ ଥିବା ନିର୍ମାଣ ସମ୍ପର୍କିତ ମାଷ୍ଟର ପ୍ଲାନ ଗ୍ରହଣୀୟ ନୁହେଁ ବୋଲି ଏନ୍‌ଜିଟି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଚାପାଣିରେ ସାଲୁବାଲୁ ପୋକ

ଢେଙ୍କାନାଳ ଅଫିସ,୨୪।୪: ଆବର୍ଜନାରେ ଭର୍ତ୍ତିହୋଇଛି ଡ୍ରେନ୍‌। ଜଳ ନିଷ୍କାସନ ପଥକୁ ଜାମ୍‌ କରି ରଖିଛି ପଲିଥିନ, ଥର୍ମୋକୁଲ ଭଳି ବିପଜ୍ଜନକ ବର୍ଜ୍ୟ। ଜମି ରହିଥିବା ପାଣି...

ସହାୟତା ଟଙ୍କାରେ ଘର ମରାମତି

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତ ଅନ୍ତର୍ଗତ କେଉଁଟିପାଲି ଗ୍ରାମର ଫୁଲ ମୁଦୁଲି(୭୭)ଙ୍କ ଘରନାହିଁ। ଆବାସ ଯୋଜନାରେ ସେ ଯୋଗ୍ୟ ବିବେଚିତ...

ବାଲି ସଇରାତ ନ ଥାଇ ବେଆଇନ ବାଲି ଉଠାଣ

ମାହାଙ୍ଗା ୭ା୧୨(ସ୍ବ.ପ୍ର.): ମାହାଙ୍ଗା ତହସିଲରେ ବେଆଇନ୍‌ ବାଲି ଉଠାଣ ଦିନକୁ ଦିନ ବଢ଼ି ଚାଲିଛି। ମାତ୍ର ତହସିଲ ଅବା ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ...

ଦମ୍ପତିଙ୍କୁ ତାଲା ପକାଇ ଲୁଟିନେଲେ ସୁନା, ନଗଦ ୧୨ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି ହୋଇଛି। ଦମ୍ପତିଙ୍କୁ ତାଲା ପକାଇ ଅଧାକିଲୋ ସୁନା, ୧୨ ଲକ୍ଷ ଟଙ୍କା ଲୁଟିଥିବା ନେଇ ଅଭିଯୋଗ ହୋଇଛି।...

ଆପାର୍ଟମେଣ୍ଟ ପଞ୍ଜୀକରଣ ବାଟ ଖୋଲିଲା

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଗତ ୧ ବର୍ଷ ଧରି ବନ୍ଦ ହୋଇ ରହିଥିବା ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ବାଟ ଖୋଲିଲା। ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା)...

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ ଅଫିସ,୧୪ା୧୦ : ସୋମବାରଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷିଆଳି। ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନାରେ...

ଲକ୍ଷ୍ମୀଙ୍କ ଭସାଣିରେ ମହିଳାଙ୍କ ନାଗିନ୍‌ ଡ୍ୟାନ୍ସ

ପାଟଣା,୧୫ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୂଷାଖରୀ ପଞ୍ଚାୟତ ଭାଲୁ ଘର ଗ୍ରାମର ଜୁଡ଼ାଟାଙ୍ଗର ସାହିର ଲକ୍ଷ୍ମୀମେଢ଼ ଭାସାଣି ବେଳେ ମହିଳାମାନଙ୍କ ମସ୍ତିଭରା ନୃତ୍ୟ ଜିଲାରେ...

୫୦ ପରିବାରକୁ କର୍ମ ସଂସ୍ଥାନ ଯୋଗାଇଛନ୍ତି ସୁମନ୍ତ

ରାଜକନିକା, ୩୧ା୧(ଡି.ଏନ.ଏ.): ଉଦ୍ୟମ ଥିଲେ ସଫଳତା ମିଳେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ନମତରା ପଞ୍ଚାୟତର ସୁମନ୍ତ ଦାସ। ଏବେ...

Advertisement
Archives

Model This Week