ବ୍ୟବସାୟ ସହ ଗ୍ରାହକଙ୍କୁ ମନୋରଞ୍ଜନ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ପ୍ରଦର୍ଶନୀ କିମ୍ବା ମେଳା ପଡ଼ିଲେ ବ୍ୟବସାୟର କଥା ଆସେ। କିଣାକିଣି ସହ ମେଳା ବୁଲାର ମଜା ନେଇଥାନ୍ତି ଲୋକେ। ଏବେ ଏସବୁ ଭିତରେ ଲୋକଙ୍କୁ ମନୋରଞ୍ଜନ ଯୋଗାଉଛି ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ୨୦୨୨। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନ ସଂସ୍ଥା ‘ବୟନିକା’ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ସେପ୍ଟେମ୍ବର ୧୨ରୁ ଆରମ୍ଭ ହୋଇଥିବା ଏହି ମେଳାରେ ଓଡ଼ିଶା ସମେତ ୧୬ ରାଜ୍ୟର ହସ୍ତତନ୍ତ ବସ୍ତ୍ରର ସମ୍ଭାର ଆକର୍ଷଣ ସାଜିଛି। ଏଥିରେ ମୋଟ ୨୧୫ଟି ଷ୍ଟଲ ଖୋଲାଯାଇଥିବାବେଳେ ଏଥିମଧ୍ୟରୁ ୧୧୫ ଷ୍ଟଲ ଓଡ଼ିଶାର ବିଭିନ୍ନ ସଂସ୍ଥା ଓ ସମିତିଗୁଡ଼ିକ ପାଇଁ ଉଦ୍ଦିଷ୍ଟ ରହିଛି। ଅବଶିଷ୍ଟ ୧୦୦ ଷ୍ଟଲ ଅନ୍ୟ ୧୫ ରାଜ୍ୟକୁ ଆବଣ୍ଟିତ କରାଯାଇଛି। ଏହି ମେଳାରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜରାଟର ପଟୋଲା, ଲକ୍ଷ୍ନୌର ଚିକେନକାରୀ, ଜମ୍ମୁ ଓ କଶ୍ମୀରର ପଶମିନା ସାଲ୍‌, ତାମିଲନାଡ଼ୁର କାଞ୍ଜିବରମ୍‌ ପାଟଶାଢ଼ି, ଦିଲ୍ଲୀ ଓ ହରିୟାଣାର ଫର୍ନିସିଙ୍ଗ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ନାଟକର ସିଲ୍‌କ ଶାଢ଼ି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ ହେଉଛି ା
ଏଥିସହ ପ୍ରତ୍ୟେକ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ଶୁକ୍ରବାରଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଯୁବ ଉଦୀୟମାନ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଝୁମି ଉଠିଥିଲା ମେଳା ପରିସର। କଣ୍ଠଶିଳ୍ପୀ ନେହା ନିହାରିକା, ଅଭିଜିତ୍‌ ପାଢ଼ୀ, ସିଦ୍ଧାନ୍ତ, ବୈଷ୍ଣବୀ ମହାନ୍ତି ପ୍ରମୁଖଙ୍କ ସୁମଧୁର ସଙ୍ଗୀତ ଗ୍ରାହକ ତଥା ଦର୍ଶକଙ୍କ ମନକୁ ବେଶ୍‌ ହାଲ୍‌କା କରିଦେଇଥିଲା। ଆସନ୍ତା ୨୫ ତାରିଖରେ ମୁମ୍ବାଇ ନାଇଟ୍‌, ୨୮ରେ ରାଜ୍ୟର କଣ୍ଠଶିଳ୍ପୀଙ୍କ ଦ୍ୱାରା ସଂଗୀତ କାର୍ଯ୍ୟକ୍ରମ, ୩୦ରେ ସଂଗୀତ କାର୍ଯ୍ୟକ୍ରମ ଏବଂ ଅକ୍ଟୋବର ୧ରୁ ୬ ପର୍ଯ୍ୟନ୍ତ ଦାଣ୍ଡିଆ ନୃତ୍ୟ ପରିବେଷଣର କାର୍ଯ୍ୟକ୍ରମ ରହିଛି। ସେହିପରି ଛୋଟପିଲାଙ୍କ ମନୋରଞ୍ଜନ ପାଇଁ ଦୋଳି, ଚକ୍ରି, ମିକିମାଉସ୍‌ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ା ଷ୍ଟଲଗୁଡ଼ିକରେ ବିଭିନ୍ନ ପ୍ରକାରର ବସ୍ତ୍ର ଉପରେ ଆକର୍ଷଣୀୟ ରିହାତିର ବ୍ୟବସ୍ଥା ରହିଛି ା ବର୍ଷା ସତ୍ତ୍ବେ ମେଳାରେ ସେପ୍ଟେମ୍ବର ୨୨ ସୁଦ୍ଧା ୧ କୋଟି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଛି। ଏହି ଜାତୀୟସ୍ତରୀୟ ମେଳା ପ୍ରତ୍ୟହ ପୂର୍ବାହ୍ନ ୧୧ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହୁଛି ା ଏହା ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri