ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା ଶୋଭାରାଜି ଯେକୌଣସି ପର୍ଯ୍ୟଟକକୁ ନିଜ କୋଳରେ ଚିରଦିନ ଯାଏ ବାନ୍ଧି ରଖିଥାଏ। କୋରାପୁଟ ଗର୍ଭରେ ଅବସ୍ଥାନ କରିଥିବା ଦେଓମାଳି ପର୍ବତ ପାଖରୁ ଆରମ୍ଭ କରି ଗୁପ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନଗୁଡ଼ିକ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସତନ୍ତ୍ର ପରିଚୟ ବହନ କରିଛନ୍ତି। ସେହିପରି ଗୋଟିଏ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ହେଉଛି ‘ବାଲଡ଼ା ଗୁମ୍ଫା ବା ନାଗେଶ୍ୱରୀ ଗୁମ୍ଫା’ ଯାହା କି କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅଧୀନ ବାଲଡା ପଞ୍ଚାୟତରେ ଥିବା ନାଗେଶ୍ୱରୀ ପାହାଡ଼ରେ ଦେଖିବାକୁ ମିଳିଥାଏ। ଏହି ସ୍ଥାନଟି ବିଶେଷ କରି ପାହାଡ଼ଘେରା ସବୁଜିମାମୟ ପରିବେଶରେ ପରିପୂର୍ଣ୍ଣ ।
ପ୍ରକୃତିରାଣୀର ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଥିବା ବାଲଡ଼ା ଗୁମ୍ଫା ପର୍ଯ୍ୟଟକଙ୍କ ମନରେ ଅପୂର୍ବ ଆନନ୍ଦ ଭରିଦିଏ। ସେଥିପାଇଁ ଏହି ଗୁମ୍ଫାକୁ ବର୍ଷକ ବାରମାସ ଯାକ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । ବାଲଡ଼ା ଗୁମ୍ଫାର ଉପର ଭାଗରେ ଏକ ପ୍ରାକୃତିକ ଜଳାଶୟ ଏବଂ ନାଗେଶ୍ୱରୀ ଗୁମ୍ଫା ନାମରେ ଅନ୍ୟଏକ ଗୁମ୍ଫା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାଲଡା ଗୁମ୍ଫାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଯଥା କନ୍ଧ, ପରଜା, ଗଡବା, ଭୂମିଆ ଆଦିଙ୍କ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ସାମାଜିକ ପରମ୍ପରା ସହ ଏହି ଗୁମ୍ଫା ଗଭୀର ସମ୍ପର୍କ ରହିଛି। ଆଦିବାସୀମାନେ ପାହାଡ଼ରେ ଅବସ୍ଥାନ କରିଥିବା ମା’ ନାଗେଶ୍ୱରୀଙ୍କୁ ନିଜର ଇଷ୍ଟଦେବୀ ଡଙ୍ଗର ଦେବୀ ରୂପେ ପୂଜା କରନ୍ତି । ସେଥିପାଇଁ ବର୍ଷକୁ ଥରେ ମା’ ନାଗେଶ୍ୱରୀ ଗୁମ୍ଫା ଯାତ୍ରା ଅନୁଷ୍ଠିତ ହୁଏ।
ଗୋଟିଏ ଅର୍ଥରେ କହିବାକୁ ଗଲେ ଆଦିବାସୀଙ୍କର ଆସ୍ଥା, ବିଶ୍ୱାସ, ସାମାଜିକ ଜୀବନ ଏବଂ ପୂର୍ବଜଙ୍କ ସ୍ମୃତି ସହ ଏହି ଗୁମ୍ଫା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କିନ୍ତୁ ବର୍ତ୍ତମାନ ବାଲଡା ଗୁମ୍ଫା ଉପରେ ଯେପରି କାହାର କୋପଦୃଷ୍ଟି ପଡ଼ି ଯାଇଛି!
ସମସ୍ତଙ୍କୁ ପ୍ରାକୃତିକ ଶାନ୍ତି ବାଣ୍ଟୁଥିବା ଏହି ଗୁମ୍ଫା ଆଜି ବିପଦ ମୁହଁରେ! କାରଣ ଏହାର ଚତୁଃପାର୍ଶରେ ବକ୍ସାଇଟ ଖଣିଜ ଖନନ ପାଇଁ ନିଲାମ କାର୍ଯ୍ୟ ଆରମ୍ଭ ହୋଇଛି। ଭାରତର ଖ୍ୟାତନାମା କମ୍ପାନୀ ଆଦାନୀ ଗ୍ରୁପ ଦାରା ବକ୍ସାଇଟ ପ୍ରକଳ୍ପ ଅଧୀନରେ ନାଗେଶ୍ବରୀ ସଂରକ୍ଷିତ ଜଙ୍ଗଲକୁ ନିଲାମ ନିଆଯାଇ ବାଲଡା ଗୁମ୍ଫା ନିକଟରେ ଖଣି ଖନନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ଯାହାକୁ ନେଇ ଏବେ ଚାରିଆଡୁ ବିରୋଧର ସ୍ବର ଛୁଟୁଛି। ବିଶେଷ କରି ସେଠାକାର ଆଦିବାସୀମାନେ ଏହି କାର୍ଯ୍ୟକୁ ତୀବ୍ର ବିରୋଧ କରୁଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଯଦି ଖଣି ଖନନ କାର୍ଯ୍ୟ ହୁଏ ତେବେ ବାଲଡା ଗୁମ୍ଫାର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେବ ଏବଂ ପରିବେଶ ସନ୍ତୁଳନ ବିଗିଡ଼ିଯିବ। ୨୦୨୫ ମାର୍ଚ୍ଚ ୧୮ରେ ଆଦିବାସୀମାନେ ସମୂହ ଭାବେ ନନ୍ଦପୁର ତହସିଲ ଘେରାଉ କରି ଦାବିପତ୍ର ପ୍ରଦାନ କରିଛନ୍ତି, ଯେଉଁଥିରେ ବକ୍ସାଇଟ ଖଣିର ନିଲାମକୁ ରଦ୍ଦ ତଥା ଖଣି ଖନନକୁ ବନ୍ଦକରି ବାଲଡା ଗୁମ୍ଫାକୁ ସୁରକ୍ଷା ଦେବାପାଇଁ ଦାବି ରହିଛି। ଉକ୍ତ ପତ୍ରରେ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୃଷ୍ଟି ଆକର୍ଷଣ କରାଯାଇଛି ଯଥା – ବାଲଡା ଗୁମ୍ଫାରେ ଆରମ୍ଭ ହୋଇଥିବା ଖଣି ଖନନ କାର୍ଯ୍ୟ ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ପଞ୍ଚାୟତ (ଅନୁସୂଚିତ ଅଞ୍ଚଳ) ବିସ୍ତାର ଆଇନ, ୧୯୯୬କୁ ଉଲ୍ଲଂଘନ କରିଛି ।
୨୦୨୫ ମାର୍ଚ୍ଚ ୬ରେ କୋରାପୁଟ ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବାଲଡା ଗୁମ୍ଫା ସୁରକ୍ଷା ପ୍ରସଙ୍ଗରେ ନନ୍ଦପୁର ବ୍ଲକର ଲୋକମାନେ ନିଜର ମତ ରଖିଥିଲେ। ବର୍ତ୍ତମାନ ସାମାଜିକ ଗଣମାଧ୍ୟମଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଏହି ଗୁମ୍ଫାର ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ ହେଉଛି। ଯଦି ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୁଏ ତେବେ ନନ୍ଦପୁର ବ୍ଲକ ଅଧୀନ ବାଲଡା, ଭେଜା, ବାଡ଼େଲ, ଅତଣ୍ଡା ଏବଂ କୁଳାବିର ପଞ୍ଚାୟତରେ ରହୁଥିବା ୪୦,୦୦୦ରୁ ଊଦ୍ଧର୍‌ବ ଲୋକ ପ୍ରଭାବିତ ହେବେ। ପ୍ରକୃତି ବିରୁଦ୍ଧରେ କାର୍ଯ୍ୟକଲେ ଦିନେ ଆମେ ସେହି ପ୍ରକୃତିର କରାଳ କୋପରେ ଲୋପ ପାଇଯିବା। ଗୋଟିଏ ପଟେ ପର୍ଯ୍ୟଟନର ବିକାଶ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରି ଅନ୍ୟପଟେ ପ୍ରାକୃତିକ ସମ୍ପଦକୁ ନଷ୍ଟକଲେ ତାହା କୌଣସି ବି ସକାରାତ୍ମକ ଫଳ ଦେବନାହିଁ ବରଂ ପ୍ରକୃତିର ନକାରାତ୍ମକ ପ୍ରଭାବ ଆମକୁ ଅନେକ ସମୟରେ ପକାଇବ। ତେଣୁ ବେଳ ଥାଉ ଥାଉ ଏଥିପ୍ରତି ସଚେତନ ହେବା ସହ ବାଲଡା ଗୁମ୍ଫା ପରି ପ୍ରାକୃତିକ ଉତ୍ସର ସୁରକ୍ଷା ପାଇଁ ଆଗେଇ ଆସିବା ଦରକାର।

ଅଧ୍ୟାପକ ରାଜେଶ ରାୟ
ସାମୟିକ ଉଦ୍‌ଘୋଷକ,
ଆକାଶବାଣୀ, ଜୟପୁର, କୋରାପୁଟ
ମୋ.- ୬୩୭୧୫୫୫୯୪୦


Enter your email to get our daily news in your inbox.

All Right Reserved By Dharitri.Com

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

ବଜେଟ: ବିକଶିତ ଭାରତ, ଓଡ଼ିଶାର ନକ୍ସା

ସଂସଦରେ ମୋଦି ସରକାରଙ୍କର ଦ୍ୱାଦଶ ବର୍ଷରେ ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲଗାତର ନବମ ଥର ପାଇଁ ଦେଶର ବଜେଟ ଉପସ୍ଥାପନ କରିଛନ୍ତି। ନୂତନ ସଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri